ETV Bharat / sports

IND vs WI: ଆଜି ଦ୍ବିତୀୟ ଟି୨୦, ବିଜୟଧାରା ବଜାୟ ଲକ୍ଷ୍ୟରେ ଭାରତ - ଭାରତ ୱେଷ୍ଟଇଣ୍ଡିଜ ଦ୍ବିତୀୟ ମ୍ୟାଚ

ଆଜି ଭାରତ ୱେଷ୍ଟଇଣ୍ଡିଜ ଦ୍ବିତୀୟ ଟି୨୦ ମ୍ୟାଚ । ବିଜୟ ଧାରା ବଜାୟ ରଖିବାକୁ ପ୍ରୟାସ କରିବ ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

India VS West Indies 2st T20: ବିଜୟଧାରା ବଜାୟ ଲକ୍ଷ୍ୟରେ ଭାରତ

author img

By

Published : Aug 1, 2022, 8:17 AM IST

ହାଇଦ୍ରାବାଦ: ଭାରତ ଓ ଘରୋଇ ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ଖେଳାଯିବ ଦ୍ବିତୀୟ ଟି୨୦ ମ୍ୟାଚ୍‌ । ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ୧-୦ରେ ଭାରତ ଆଗୁଆ ରହିଛି । ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବାବେଳେ, ଆଜି ମଧ୍ୟ ଦ୍ବିତୀୟ ମ୍ୟାଚରେ ବିଜୟ ଧାରା ବଜାୟ ରଖିବାକୁ ପ୍ରୟାସ କରିବ ଟିମ ଇଣ୍ଡିଆ । ଓ୍ବେଷ୍ଟଇଣ୍ଡିଜର ସେଣ୍ଟ କିଟସର ଓ୍ବର୍ଣ୍ଣର ପାର୍କରେ ରାତି ୮ ସମୟରେ ଖେଳାଯିବ ଏହି ମ୍ୟାଚ୍‌ ।

ରୋହିତ ଶର୍ମାଙ୍କ ନେତୃତ୍ବରେ ପ୍ରଥମ ମ୍ୟାଚରେ ୬୮ରନରେ ଘରୋଇ ଦଳକୁ ହରାଇଥିଲା ଟିମ୍ ଇଣ୍ଡିଆ । ଦଳ ବ୍ୟାଟିଂ ବୋଲିଂ ଓ ଫିଲ୍ଡିଂରେ ଦମଦାର ପ୍ରଦର୍ଶନ କରିଥିଲା । ଭଲ ପ୍ରଦର୍ଶନ ହେତୁ ଆଜିର ମ୍ୟାଚ୍‌ ପାଇଁ ଭାରତୀୟ ଦଳର ମନୋବଳ ଦୃଢ ରହିଛି । ପ୍ରଥମ ମ୍ୟାଚରେ ଓପନିଂ ପାଇଁ ସୂର୍ଯ୍ୟକୁମାର ଯାଦବ ଏବଂ ରୋହିତ ଶର୍ମା ପଡିଆକୁ ଓହ୍ଲାଇଥିଲେ । ରୋହିତ ୪୪ ବଲରୁ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ୧୬ ବଲରୁ ୨୪ ରନ କରିଥିଲେ । ତେବେ ଦଳ ଆଜି ଓପନିଂରେ ସୂର୍ଯ୍ୟକୁମାରଙ୍କୁ ପରିବର୍ତ୍ତନ କରିବ ନା ନାହିଁ ସେଇ ସ୍ପଷ୍ଟ ସୂଚନା ନାହିଁ ।

ପ୍ରଥମ ମ୍ୟାଚରେ ଦଳ ୩ଜଣ ସ୍ପିନର ରବୀନ୍ଦ୍ର ଜାଡେଜା, ରବି ବିଷ୍ଣୋଇ ଓ ରବିଚନ୍ଦ୍ର ଅଶ୍ବିନଙ୍କୁ ନେଇ ପଡିଆକୁ ଓହ୍ଲାଇଥିଲା । 3 ସ୍ପିନର ଭଲ ପ୍ରଦର୍ଶନ କରି ୫ଟି ଓ୍ବିକେଟ ଅକ୍ତିଆର କରିଥିଲେ । ଆଜିର ମ୍ୟାଚରେ ତିନି ଜଣଙ୍କ ମଧ୍ୟରୁ ଜଣଙ୍କୁ ବାଦ୍‌ଦେଇ ଅକ୍ଷର ପଟେଲ କିମ୍ବା କୁଲଦିପଙ୍କୁ ଖେଳାଯିବାର ସମ୍ଭାବନା ରହିଛି । ସେହିପରି ଭାରତ ଠାରୁ ପ୍ରଥମ ମ୍ୟାଚ୍‌ରେ ଶୋଚନୀୟ ପରାଜୟ ପରେ ଆଜି ବିଜୟ ଖାତା ଖୋଲିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଓ୍ବେଷ୍ଟଇଣ୍ଡିଜ । ପ୍ରଥମ ମ୍ୟାଚରେ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଥିବାରୁ ଆଜି କାରବିୟନ ଟିମ ଚୁଡାନ୍ତ ଏକାଦଶରେ ପରିବର୍ତ୍ତନ କରିପାରେ ବୋଲି ଅନୁମାନ କରାଯାଉଛି ।

ଚୂଡାନ୍ତ ଏକାଦଶ

ଭାରତ: ରୋହିତ ଶର୍ମା(ଅଧିନାୟକ), ଋଷଭ ପନ୍ତ, ଶ୍ରେୟସ ଆୟାର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ରବୀନ୍ଦ୍ର ଜାଡେଜା, ରବି ବିଷ୍ଣୋୟୀ, ଭୁବନେଶ୍ବର କୁମାର, ରବିଚନ୍ଦ୍ରନ ଅଶ୍ବିନ, ଅର୍ଶଦୀପ ସିଂହ ।

ୱେଷ୍ଟଇଣ୍ଡିଜ: ନିକୋଲସ ପୁରନ(ଅଧିନାୟକ), ଶାମରାହ ବ୍ରୁକ୍ସ, ସିମରନ ହେଟମାୟର, ରୋଭମାନ ପାୱେଲ, କେୟଲ ମାୟର୍ସ, ଜସୋନ ହଲ୍ଡର, ଏକେଲ ହୁସେନ, ଉଡେନ ସ୍ମିଥ, ଅଲଜାରି ଜୋଶେଫ, ଉବେଡ ମୋକି, କେମୋ ପାଉଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.