ETV Bharat / sports

India vs West Indies: ଆଜି ତୃତୀୟ ଦିନିକିଆ, କ୍ଲିନ ସୁଇପ ଲକ୍ଷ୍ୟରେ ଭାରତ - ଆଜି ତୃତୀୟ ଦିନିକିଆ

ଘରୋଇ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ତୃତୀୟ ଦିନିକିଆ ମ୍ୟାଚ ଖେଳାଯିବ । ପ୍ରଥମ ୨ଟି ମ୍ୟାଚ ଜିତି ସିରିଜ ହାତେଇ ସାରିଥିବା ଭାରତୀୟ ଦଳ ଆଜିର ମ୍ୟାଚ ଜିତି କ୍ଲିନ ସୁଇପ ଲକ୍ଷ୍ୟରେ ରହିଛି । ଅଧିକ ପଢନ୍ତୁ

ଆଜି ତୃତୀୟ ଦିନିକିଆ, କ୍ଲିନ ସୁଇପ ଲକ୍ଷ୍ୟରେ ଭାରତ

author img

By

Published : Feb 11, 2022, 7:18 AM IST

ଅହମ୍ମଦାବାଦ: ଘରୋଇ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ତୃତୀୟ ଦିନିକିଆ ମ୍ୟାଚ ଖେଳାଯିବ (India vs West Indies third odi) । ପ୍ରଥମ ୨ଟି ମ୍ୟାଚ ଜିତି ସିରିଜ ହାତେଇ ସାରିଥିବା ଭାରତୀୟ ଦଳ ଆଜିର ମ୍ୟାଚ ଜିତି କ୍ଲିନ ସୁଇପ ଲକ୍ଷ୍ୟରେ ରହିଛି । ଅନ୍ୟପଟେ ଇଣ୍ଡିଜ ଲଗାତାର ଦୁଇଟି ଯାକ ମ୍ୟାଚ ହାରିବା ପରେ ଭାଙ୍ଗି ପଡିଛି ନିଶ୍ଚୟ ହେଲେ ସମ୍ମାନ ପାଇଁ ଆଜିର ମ୍ୟାଚକୁ ଜିତିବାକୁ ସବୁ ବଳ ବୁଦ୍ଧି ଖଟାଇବାକୁ ପ୍ରସ୍ତୁତ ହୋଇଛି (India gear up for the third odi) ।

ସିରିଜି ହାତେଇବା ପରେ ଭାରତୀୟ ଏକାଦଶରେ କିଛି ପରିବର୍ତ୍ତନ ହୋଇଛି । ଦ୍ବିତୀୟ ଦିନିକିଆରେ ରିଷବ ପନ୍ତଙ୍କୁ ଓପନ କରାଯିବା ଭଳି ଆଜି ମଧ୍ୟ କିଛି ଅଦଳବଦଳ ହେବାର ସମ୍ଭାବନା ରହିଛି । କୋରୋନା ସଂକ୍ରମିତ ହୋଇ ପ୍ରଥମ ଦୁଇଟି ମ୍ୟାଚ ଖେଳି ନଥିବା ଶିଖର ଧାୱନ ଆଜି ଖେଳିବେ ।

ରୋହିତଙ୍କ ସାଥୀ ଓପନର ଭାବେ ଆଜି ଗ୍ରାଉଣ୍ଡକୁ ଓହ୍ଲାଇବ ଶିଖର ଧାୱନ । ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଉନ୍ନତ ପ୍ରଦର୍ଶନ କରିଥିଲେ ମଧ୍ୟ ଭାରତର ସମସ୍ତ ବିଭାଗରେ ଦୁର୍ବଳତା ଦୂର ହୋଇନାହିଁ । ବିଶେଷ କରି ମଧ୍ୟଭାଗ ବ୍ୟାଟିଂ ନେଇ ଏବେ ବି ଚିନ୍ତା ରହିଛି । ଏହି ବିଭାଗରେ ଟିମ ଇଣ୍ଡିଆକୁ ସଜାଗ ରହିବାକୁ ପଡିବ ।

ଦ୍ବିତୀୟ ଦିନିକିଆରେ ଲୋକେଶ ରାହୁଲ ମଧ୍ୟଭାଗରେ ବ୍ୟାଟିଂ କରି ସଫଳ ହୋଇଥିଲେ । ହେଲେ ପନ୍ତ ବିଫଳ ହୋଇଥିଲେ । ଆଜି ଧାୱନଙ୍କୁ ଏକାଦଶରେ ସୁଯୋଗ ମିଳିପାରେ । ପୂର୍ବ ମ୍ୟାଚରେ ରୋହିତଙ୍କ ପ୍ରଦର୍ଶନ ଭଲ ନଥିଲା । ମାତ୍ର ୫ ରନ କରି ସଅଳ ପାଭିଲିୟନ ଫେରିଥିଲେ । ଆଜି ତାଙ୍କ ବ୍ୟାଟରୁ କିଛି ଭଲ ରନ ଆଶା କରୁଛନ୍ତି କ୍ରିକେଟପ୍ରେମୀ ।

ୱେଷ୍ଟ ଇଣ୍ଡିଜ ଦ୍ବିତୀୟ ଦିନିକିଆରେ ପରାସ୍ତ ହୋଇଥିଲେ ମଧ୍ୟ ପ୍ରଦର୍ଶନ ପ୍ରଭାବୀ ରହିଥିଲା । କିରେନ ପୋଲାର୍ଡଙ୍କ ସ୍ଥାନରେ ଖେଳିଥିବା ଓଡିୟନ ସ୍ମିଥ ଅଲରାଉଣ୍ଡର ପ୍ରର୍ଦଶନ କରିଥିଲେ । ଆଜି ମଧ୍ୟଭାଗର ବ୍ୟାଟ୍ସମ୍ୟାନ ନିକୋଲାସ ପୂରନ, ସାଇ ହୋପ, ବ୍ରାଣ୍ଡନ କିଙ୍ଗଙ୍କ ପ୍ରଦର୍ଶନ ଭଲ ହେଲେ ବିଜୟ ସମ୍ଭବ ହୋଇପାରିବ । ଆଜି ଆଉ ଏକ ନୂଆ ପିଚରେ ମ୍ୟାଚ ଖେଳାଯିବ। ପେସ୍ ବୋଲରଙ୍କ ପାଇଁ ବେଶ ସହାୟକ ହେବ ପିଚ୍ । ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକପ୍ରକାର ଥୟ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.