ETV Bharat / sports

Ind vs WI 2nd T20: ଆଜି ଦ୍ବିତୀୟ ଟି-ଟ୍ବେଣ୍ଟି, ସିରିଜ ସିଲ ଲକ୍ଷ୍ୟରେ ଭାରତ

author img

By

Published : Feb 18, 2022, 8:00 AM IST

Updated : Feb 18, 2022, 8:05 AM IST

ଘରୋଇ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ ଅନୁଷ୍ଠିତ ହେବ । ପ୍ରଥମ ମ୍ୟାଚ ଜିତି ୧-୦ରେ ଆଗୁଆ ଥିବା ଟିମ ଇଣ୍ଡିଆ ଆଜିର ମ୍ୟାଚକୁ ଜିତି ସିରିଜି କବଜା ଲକ୍ଷ୍ୟରେ ଗ୍ରାଉଣ୍ଡକୁ ଓହ୍ଲାଇବ । ଅଧିକ ପଢନ୍ତୁ

ଆଜି ଦ୍ବିତୀୟ ଟି-ଟ୍ବେଣ୍ଟି
ଆଜି ଦ୍ବିତୀୟ ଟି-ଟ୍ବେଣ୍ଟି

କୋଲକାତା: ଘରୋଇ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ ଅନୁଷ୍ଠିତ ହେବ । ପ୍ରଥମ ମ୍ୟାଚ ଜିତି ୧-୦ରେ ଆଗୁଆ ଥିବା ଟିମ ଇଣ୍ଡିଆ ଆଜିର ମ୍ୟାଚକୁ ଜିତି ସିରିଜି କବଜା ଲକ୍ଷ୍ୟରେ ଗ୍ରାଉଣ୍ଡକୁ ଓହ୍ଲାଇବ । ସେପଟେ ଆଜିର ମ୍ୟାଚକୁ ଜିତିବାକୁ ୱେଷ୍ଟଇଣ୍ଡିଜ ସବୁ ବଳ ବୁଦ୍ଧି ଖଟାଇବାକୁ ଭୁଲିବନି । ସମସ୍ତ କୌଶଳ ପ୍ରୟୋଗ କରି ପ୍ରଥମ ବିଜୟ ହାସଲ କରିବାକୁ ପ୍ରୟାସ କରିବ ଇଣ୍ଡିଜ ।

ୱେଷ୍ଟ ଇଣ୍ଡିଜ ଟି-ଟ୍ବେଣ୍ଟି ଫର୍ମାଟରେ ବେଶ ଶକ୍ତିଶାଳୀ । ଦଳରେ ପ୍ରାୟ ସମସ୍ତ ଖେଳାଳି ଅଲରାଉଣ୍ଡର । ବିଶେଷ କରି ବ୍ୟାଟିଂରେ ସମସ୍ତେ ସିଦ୍ଧହସ୍ତ । ଭାରତୀୟ ପିଚରେ ସେମାନଙ୍କ ପ୍ରଦର୍ଶନ ଧିମେଇ ଯାଇଛି । ଦିନିକିଆ ସିରିଜ ହାରିବା ଓ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ ହାରିବା ତାର ପରିଣାମ । ପ୍ରଥମ ମ୍ୟାଚରେ ଭାରତୀୟ ସ୍ପିନରଙ୍କ ସାମ୍ନା କରି ନପାରି ବିଶାଳ ସ୍କୋରରୁ ବଞ୍ଚିତ ହୋଇଥିଲା ୱେଷ୍ଟ ଇଣ୍ଡିଜ । ଆଜି ଭମ୍ରଣକାରୀ ଦଳ କିଛି ନୂଆ ରଣନୀତି ସହ ପଡିଆକୁ ଓହ୍ଲାଇବାକୁ ପ୍ରୟାସ କରିବ ।

ସେପଟେ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚକୁ ୬ ୱିକେଟରେ ଜିତି ଦୃଢ ମନୋବଳରେ ଅଛି ଟିମ ଇଣ୍ଡିଆ । ତଥାପି କିଛି ତ୍ରୁଟି ସୁଧାରିବାକୁ ହେବ । ଓପନ କରିବାକୁ ସୁଯୋଗ ପାଇଥିବା ଇଶାନ କିଷନ ପ୍ରଥମ ମ୍ୟାଚରେ ଟିକେ ଧିମା ପଡି ଯାଇଥିଲେ । ଆଜି ଏହି ତ୍ରୁଟିକୁ ସୁଧାରିବାକୁ ନିହାତି ଚେଷ୍ଟା କରିବେ ଇଶାନ । ପୂର୍ବ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିବା ରୋହିତଙ୍କ ବ୍ୟାଟିଂ ଜାରି ରହିବ ତା ଉପରେ କ୍ରୀଡାପ୍ରେମୀଙ୍କ ନଜର ରହିଛି । ଆଜିର ମ୍ୟାଚ ପିଚ୍ ଏକଦମ ରେଡ୍ଡୀ । ଉଭୟ ବ୍ୟାଟ୍ସମ୍ୟାନ ଓ ବୋଲର ଏହାର ଫାଇଦା ଉଠାଇ ପାରିବେ । ସମୟ ରାତି ୭ଟାରୁ ଆରମ୍ଭ ହେବ ମ୍ୟାଚ ।

Last Updated : Feb 18, 2022, 8:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.