ETV Bharat / sports

T-20 World Cup: ଅଷ୍ଟ୍ରେଲିଆ ଗଲା 14 ଜଣିଆ ଟିମ ଇଣ୍ଡିଆ

ଅକ୍ଟୋବର ୧୬ରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଖେଳାଯିବ ଆଇସିସି ଟି୨୦ ବିଶ୍ବକପ । ଏ ନେଇ ଆଜି ଅଷ୍ଟ୍ରେଲିଆ ଗସ୍ତ କରିଛି ଭାରତୀୟ ଦଳ । ଅଧିକ ପଢନ୍ତୁ

author img

By

Published : Oct 6, 2022, 10:06 AM IST

T-20 World Cup
ଅଷ୍ଟ୍ରେଲିଆ ଗଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଟି-ଟ୍ବେଣ୍ଟି ବିଶ୍ବକପ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିଛି ଭାରତ । ଆସନ୍ତା ଅକ୍ଟୋବର ୧୬ରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଖେଳାଯିବ ଆଇସିସି ଟି୨୦ ବିଶ୍ବକପ । ଏନେଇ ଆଜି (ଗୁରୁବାର) ଅଷ୍ଟ୍ରେଲିଆ ଗସ୍ତ କରିଛି ଭାରତୀୟ ଦଳ । ରୋହିତ ଶର୍ମାଙ୍କ ନେତୃତ୍ବରେ ୧୪ ଜଣିଆ ଟିମ୍‌ର ଅଷ୍ଟ୍ରେଲି‌ଆ ଗସ୍ତ କରିଛି । ୨୩ରେ ପାକିସ୍ତାନକୁ ଭେଟିବ ଭାରତ ।

ଆଘାତ ସମସ୍ୟା ପାଇଁ ଟି-20 ବିଶ୍ବକପ ଦଳରୁ ବାଦ ପଡିଛନ୍ତି ଜଶପ୍ରୀତ ବୁମରା । ତାଙ୍କ ସ୍ଥାନରେ ଷ୍ଟାଣ୍ଡବାଏ ଖେଳାଳି ରହିଥିବା ମହମ୍ମଦ ସାମିଙ୍କୁ ସାମିଲ କରାଯିବା ନେଇ ସୂଚନା ମିଳିଛି । ବୁମରାଙ୍କ ବଦଳ ଖେଳାଳି ବିନା ଅଷ୍ଟ୍ରେଲିଆ ଗସ୍ତ କରିଛି । ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି ସିରିଜରେ ବୁମରାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ସାମିଲ କରାଯାଇଥିଲା । ଟି-ଟ୍ବେଣ୍ଟି ବିଶ୍ବକପରେ ବୁମରାଙ୍କ ସ୍ଥାନରେ ମହମ୍ମହ ସାମିଙ୍କୁ ସ୍ଥାନ ମିଳିପାରେ । ହେଲେ ଏଯାଏ ବିସିସିଆଇ ପକ୍ଷରୁ କାହା ନାମ ଘୋଷଣା କରାଯାଇନାହିଁ । ବୁମରାଙ୍କ ସ୍ଥାନରେ ସାମି ଓ ଦୀପକ ଚହରଙ୍କୁ ସାମିଲ କରାଯିବା ନେଇ ଚର୍ଚ୍ଚା ହେଉଛି ।

ଏହା ବି ପଢନ୍ତୁ...ICC Rankings: ଦ୍ୱିତୀୟ ସ୍ଥାନରେ Sky, ରିଜୱାନଙ୍କଠୁ ମାତ୍ର 16 ପଏଣ୍ଟରେ ପଛରେ

T-20 World Cup: ଅଷ୍ଟ୍ରେଲିଆ ଗଲା ଟିମ ଇଣ୍ଡିଆ

ଭାରତୀୟ ଟି୨୦ ବିଶ୍ବକପ ପାଇଁ ସ୍କ୍ବାଡ୍‌

ରୋହିତ ଶର୍ମା (କ୍ୟାପଟେନ୍‌), କେଏଲ ରାହୁଲ (ଭାଇସ୍‌ କ୍ୟାପଟେନ୍‌), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ୱିକେଟ କିପର), ଦିନେଶ କାର୍ତ୍ତିକ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ବିନ, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ୍‌, ଜଶପ୍ରୀତ ବୁମରା, ଭୁବନେଶ୍ବର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂହ ।

ପ୍ରକାଶ ଥାଉକି, ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ବେଣ୍ଟି ସିରିଜ ଶେଷ ମ୍ୟାଚ ହାରିଥିଲେ ବି ପ୍ରଥମ ଓ ଦ୍ବିତୀୟ ମୁକାବିଲା ଜିତିି ସିରିଜ କବଜା କରିଛି । ତେଣୁ ଭାରତର ମନୋବଳ ଦୃଢ ରହିଛି । ଆଜି ଶିଖର ଧାୱଙ୍କ ନେତୃତ୍ବରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ ଆରମ୍ଭ କରିବ ଭାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.