ETV Bharat / sports

ମିତାଲୀ ପାରୁଲକରଙ୍କୁ ସାତଜନ୍ମର ସାଥୀ କଲେ ଶାର୍ଦ୍ଦୁଳ ଠାକୁର

author img

By

Published : Feb 28, 2023, 7:28 AM IST

ଭାରତୀୟ ପେସ ବୋଲର ଶାର୍ଦ୍ଦୁଳ ଠାକୁର ନୂଆ ଇନିଂସ ଆରମ୍ଭ କରିଛନ୍ତି । ଗର୍ଲଫ୍ରେଣ୍ଡ ମିତାଲୀ ପାରୁଲକରଙ୍କୁ ବିବାହ କରିଛନ୍ତି । ଅଧକ ପଢନ୍ତୁ

cricketer shardul thakur got married
ବିବାହ ବନ୍ଧନରେ ବାନ୍ଧି ହେଲ ଶାର୍ଦ୍ଦୁଳ ଠାକୁର

ମୁମ୍ବାଇ: ଚାଲିଛି ବିବାହ ଋତୁ । ସେଲିବ୍ରିଟିଠୁ ନେଇ କ୍ରିକେଟର ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି । ନିକଟରେ କ୍ରିକେଟର କେଏଲ ରାହୁଲ ଓ ଅକ୍ଷର ପଟେଲଙ୍କ ପରେ ନୂଆ ଇନିଂସ ଆରମ୍ଭ କରିଛନ୍ତି ଭାରତୀୟ ପେସ୍ ବୋଲର ଶାର୍ଦ୍ଦୁଳ ଠାକୁର । ଗର୍ଲଫ୍ରେଣ୍ଡ ମିତାଲୀ ପାରୁଲକରଙ୍କୁ ବିବାହ କରିଛନ୍ତି । ମୁମ୍ବାଇରେ ପାରମ୍ପରିକ ରୀତିନୀତିରେ ପରସ୍ପରକୁ ଜୀବନସାଥୀ କରିଛନ୍ତି । ଶାର୍ଦ୍ଦୁଳଙ୍କ ଏହି ନୂଆ ଆରମ୍ଭ ପାଇଁ ସାଥୀ ଖେଳାଳି ଓ ଫ୍ୟାନ୍ସ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବିବାହ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି ।

ମୁମ୍ବାଇରେ ମରାଠୀ ରୀତିନୀତିରେ ଶାର୍ଦ୍ଦୁଳଙ୍କ ବିବାହ ଶେଷ ହୋଇଛି । ଧୁମଧାମରେ ଶାର୍ଦ୍ଦୁଳ ଓ ମିତାଲୀଙ୍କ ବିବାହ ହୋଇଛି । ବିବାହ ପୂର୍ବରୁ ସଙ୍ଗୀତ ସମାରୋହ ଏବଂ ହଳଦୀ କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମା ଓ ତାଙ୍କ ପତ୍ନୀ ରିତିକା, ଶ୍ରେୟାସ ଆୟର, ଅଭିଷେକ ନାୟର, ୟୁଝବେନ୍ଦ୍ର ଚହଲ ପତ୍ନୀ ଧନୁଶ୍ରୀଙ୍କ ସହ ଶାର୍ଦ୍ଦୁଳଙ୍କ ବିବାହରେ ଯୋଗ ଦେଇଥିଲେ । ପରିବାର ଓ ଘନିଷ୍ଠ ବନ୍ଧୁଙ୍କ ଗହଣରେ ମିତାଲୀ ପାରୁଲକରଙ୍କୁ ସାତଜନ୍ମର ସାଥୀ କରିଛନ୍ତି ଶାର୍ଦ୍ଦୁଳ । କ୍ରିମ ରଙ୍ଗର ସେରୱାନୀ ପିନ୍ଧି ବର ସାଜିଥିଲେ ଶାର୍ଦ୍ଦୁଳ । ମିତାଲୀ ରେଡ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ ।

2021 ନଭେମ୍ବର 29 ତାରିଖରେ ମିତାଲୀଙ୍କ ସହ ଶାର୍ଦ୍ଦୁଳଙ୍କ ନିର୍ବନ୍ଧ ହୋଇଥିଲା । 31 ବର୍ଷୀୟ ଶାର୍ଦ୍ଦୁଳ ଠାକୁର ମୁମ୍ବାଇ ନିବାସୀ । ମିତାଲୀଙ୍କ ସହ ଅନେକ ବର୍ଷ ହେବ ସମ୍ପର୍କରେ ଥିଲେ । ଉଭୟ ପରସ୍ପରକୁ ଜୀବନସାଥୀ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଏହା ବି ପଢନ୍ତୁ...ମହାକାଳେଶ୍ବର ମନ୍ଦିରରେ ପତ୍ନୀଙ୍କ ସହ ପୂଜାର୍ଚ୍ଚନା କଲେ ଅକ୍ଷର ପଟେଲ

କେଏଲ ରାହୁଲ ଓ ଅକ୍ଷର ପଟେଲଙ୍କ ପରେ ତୃତୀୟ ଭାରତୀୟ କ୍ରିକେଟର ଭାବେ ଶାର୍ଦ୍ଦୁଳ ବିବାହ କରିଛନ୍ତି । ଶାର୍ଦ୍ଦୁଳ ଠାକୁର ଭାରତ ପାଇଁ 8ଟି ଟେଷ୍ଟ, 34ଟି ଦିନିକିଆ ଓ 25ଟି ଟି-20 ମ୍ୟାଚ ଖେଳି ମୋଟ 110ଟି ୱିକେଟ ହାସଲ କରିଛନ୍ତି । ଟେଷ୍ଟରେ 27, ଦିନିକିଆରେ 50 ଏବଂ ଟି-20ରେ 33ଟି ୱିକେଟ ଅକ୍ତିଆର କରିଛନ୍ତି । ଏହା ସହ ବ୍ୟାଟିଂରେ ମଧ୍ୟ ଉଚ୍ଚକୋଟୀର ପ୍ରଦର୍ଶନ କରି ଭାରତକୁ ବିଜୟୀ କରାଇଛନ୍ତି । ତାଙ୍କ ନାମରେ 3ଟି ଟେଷ୍ଟ ଅର୍ଦ୍ଧଶତକ ରହିଛି । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ତାଙ୍କୁ ଦଳର ସାମିଲ କରାଯାଇଛି । ଆଇପିଏଲ 2023ରେ ସେ କୋଲକାତା ନାଇଟରାଇଡର୍ସ ଦଳରେ ସାମିଲ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.