ETV Bharat / sports

T20 WORLD CUP: ବାଂଲାଦେଶ ସାମ୍ନାରେ ୧୪୧ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ସ୍କଟଲାଣ୍ଡ୍‌ - ସାକିବ ଅଲ ହସନ

ପ୍ରଥମେ ବ୍ୟାଟିଂ କରି ସ୍କଟଲାଣ୍ଡ୍‌ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୪୦ ରନ୍‌ ସଂଗ୍ରହ କରିଛି । ଫଳରେ ବାଂଲାଦେଶ ସାମ୍ନାରେ ୧୪୧ ରନର୍‌ ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ...

T20 WORLD CUP: Scotland post a score of 140/9 in their 20 overs vs bangladesh
T20 WORLD CUP: ବାଂଲାଦେଶ ସାମ୍ନାରେ ୧୪୧ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ସ୍କଟଲାଣ୍ଡ୍‌
author img

By

Published : Oct 17, 2021, 9:36 PM IST

Updated : Oct 17, 2021, 10:39 PM IST

ମସକଟ୍‌: ଟି-୨୦ ବିଶ୍ବକପ୍‌ର ଦ୍ବିତୀୟ ମ୍ୟାଚ୍‌ ବାଂଲାଦେଶ ଓ ସ୍କଟ୍‌ଲାଣ୍ଡ ମଧ୍ୟରେ ଖେଳାଯାଉଛି । ଗ୍ରୁପ୍‌ ବି'ର ଏହି ଦ୍ବିତୀୟ ମ୍ୟାଚ୍‌ରେ ଟସ୍‌ ଜିତି ବାଂଲାଦେଶ କ୍ୟାପଟେନ ମହମ୍ମୁଦୁଲ୍ଲା ବୋଲିଂ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ସ୍କଟଲାଣ୍ଡ୍‌ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୪୦ ରନ୍‌ ସଂଗ୍ରହ କରିଛି । ଫଳରେ ବାଂଲାଦେଶ ସାମ୍ନାରେ 141 ରନର୍‌ ବିଜୟ ଲକ୍ଷ୍ୟ ରହିଛି ।

ସ୍କଟଲାଣ୍ଡ୍‌ ପକ୍ଷରୁ କ୍ରିସ ଗ୍ରେଭ୍‌ସ ସର୍ବାଧିକ ୪୫ ରନ୍‌ର ଇଂନିସ ଖେଳିଛନ୍ତି । ୨୮ ବଲ୍‌ରୁ ୪ଟି ଚୌକା ଓ ୨ଟି ଛକା ସହାୟତାରେ ଉପଯୋଗୀ ୪୫ ରନ୍‌ର ଇଂନିସ ଖେଳିଛନ୍ତି । ସେହିପରି ଓଫନର ଜର୍ଜ ମୁନସେ ୨୯ ଓ ମାର୍କ ୱାଟ୍‌ ୨୨ ରନ୍‌ର ଯୋଗଦାନ କରିଛନ୍ତି ।

୫୩ ରନ୍‌ରେ ୬ଟି ୱିକେଟ ହରାଇ ସଙ୍କଟରେ ପଡିଥିଲା ସ୍କଟଲାଣ୍ଡ । ମାତ୍ର ଗ୍ରେଭ୍‌ସ ଓ ୱାଟ୍‌ ସପ୍ତମ ୱିକେଟ ଯୋଡିରେ ଦମଦାର ଭାଗିଦାରୀ ସହ ଦଳୀୟ ସ୍କୋର ୧୦୦ ପାର୍‌ କରାଇଥିଲେ ।

ବାଂଲାଦେଶ ପକ୍ଷରୁ ମେହେଦୀ ହସନ ସବୁଠୁ ସଫଳତମ ବୋଲର ରହିଛନ୍ତି । ୪ ଓଭର ବୋଲିଂ କରି ୧୯ ରନ୍‌ ବ୍ୟୟରେ ୩ଟି ୱିକେଟ ହାତେଇଛନ୍ତି । ସାକିବ ଅଲ-ହସନ ଓ ମୁସ୍ତାଫିଜୁର ରେହମାନ ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ଟସକିନ ଅହମ୍ମଦ ଓ ସାଇଫୁଦ୍ଦିନଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 17, 2021, 10:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.