ETV Bharat / sports

T20 World Cup: ଏହି ବିରଳ ରେକର୍ଡ ଭାଙ୍ଗିପାରନ୍ତି ବିରାଟ ଓ ରୋହିତ

author img

By

Published : Oct 16, 2022, 8:53 PM IST

ଆରମ୍ଭ ହୋଇଯାଇଛି ବହୁ ପ୍ରତୀକ୍ଷିତ ଟି୨୦ ବିଶ୍ବକପ । ଏହି ଟି୨୦ କ୍ରିକେଟ ମହାସମର ଆଜିଠୁ ଆରମ୍ଭ ହୋଇଛି । ତେବେ ଏହି ଟି୨୦ ବିଶ୍ବକପ ସହିତ ଜଡିତ କିଛି ରେକର୍ଡ ରହିଛି ଯାହା ଉପରେ ବିରାଟ କୋହଲି ରୋହିତ ଶର୍ମାଙ୍କର ନଜର ରହିଛି । ଅଧିକ ପଢନ୍ତୁ

ଚଳିତ ଟି୨୦ ବିଶ୍ବକପରେ ଏହି ରେକର୍ଡ ଭାଙ୍ଗିବ
ଚଳିତ ଟି୨୦ ବିଶ୍ବକପରେ ଏହି ରେକର୍ଡ ଭାଙ୍ଗିବ

ହାଇଦ୍ରାବାଦ: ଆରମ୍ଭ ହୋଇଯାଇଛି ବହୁ ପ୍ରତୀକ୍ଷିତ ଟି୨୦ ବିଶ୍ବକପ । ଏହି ଟି୨୦ କ୍ରିକେଟ ମହାସମର ଆଜିଠୁ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚ୍‌ ନାମିବ୍ୟା ଏବଂ ଶ୍ରୀଲଙ୍କା ସହିତ ଖେଳାଯାଇଥିଲା । ଭରତ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଟି୨୦ ବିଶ୍ବକପ ଅଭିଯାନ ଆରମ୍ଭ କରିବ । ଏହି ମ୍ୟାଚ ଅକ୍ଟୋବର ୨୩ ତାରିଖରେ ଖେଳାଯିବ । ତେବେ ଏହି ଟି୨୦ ବିଶ୍ବକପ ସହିତ ଜଡିତ କିଛି ରେକର୍ଡ ରହିଛି ଯାହା ଉପରେ ବିରାଟ କୋହଲି ରୋହିତ ଶର୍ମାଙ୍କର ନଜର ରହିଛି ।

ପାକିସ୍ତାନ ବିପକ୍ଷରେ ମ୍ୟାଚରେ ରୋହିତ ଶର୍ମା ଧୋନୀଙ୍କ ଏହି ରେକର୍ଡ ଭାଙ୍ଗିବେ

ଅଧିନାୟକ ରୋହିତ ଶର୍ମା ଟି୨୦ ବିଶ୍ବକପରେ ଏପର୍ଯ୍ୟନ୍ତ ପାଖାପାଖି ୩୩ଟି ମ୍ୟାଚ୍‌ ଖେଳିଛନ୍ତି । ସେହିପରି ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟି୨୦ ବିଶ୍ବକପରେ ୩୩ଟି ମ୍ୟାଚ୍‌ ଖେଳିଛନ୍ତି । ତେବେ ଟି୨୦ ବିଶ୍ବକପ ୨୦୨୨ରେ ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳିବା ପରେ ରୋହିତ ଭାରତର ଟି୨୦ ବିଶ୍ବକପରେ ଅଧିକ ମ୍ୟାଚ ଖେଳିବାର କ୍ରିକେଟର ହେବେ । କ୍ୟାପଟେନ କୁଲ ବର୍ଷ ୨୦୦୭ରୁ ବର୍ଷ ୨୦୧୬ ପର୍ଯ୍ୟନ୍ତ ଟି୨୦ ବିଶ୍ବକପରେ ୩୩ଟି ମ୍ୟାଚ୍‌ ଖେଳିଛନ୍ତି । ସେହିପରି ରୋହିତ ଶର୍ମା ବର୍ଷ ୨୦୦୭ରୁ ୨୦୨୧ ପର୍ଯ୍ୟନ୍ତ ୩୩ଟି ମ୍ୟାଚ୍‌ ଖେଳିଛନ୍ତି ।

ମାହେଲା ଜୟବର୍ଦ୍ଧନଙ୍କୁ ଅତିକ୍ରମ କରିପାରନ୍ତ ରୋହିତ ଓ ବିରାଟ

ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ମାହେଲା ଜୟବର୍ଦ୍ଧନ ଖେଳିଥିବା ସବୁ ଟି୨୦ ବିଶ୍ବକପରେ ସର୍ବାଧିକ ରନ ସଂଗ୍ରହ କରିଥିବାର ରେକର୍ଡ ରହିଛି । ସେ ଟି୨୦ ବିଶ୍ବକପରେ ୩୧ଟି ମ୍ୟାଚ ଖେଳି ୧୦୧୬ ରନ ସଂଗ୍ରହ କରିଛନ୍ତି । ସେହିପରି ରୋହିତ ଶର୍ମା ୩୩ଟି ମ୍ୟାଚରୁ ୮୪୭ ରନ ସଂଗ୍ରହ କରିଛନ୍ତି । ଏବଂ ବିରାଟ କୋହଲି ଟି୨୦ ବିଶ୍ବକପରେ ଏପର୍ଯ୍ୟନ୍ତ ୨୧ ଟି ମ୍ୟାଚ ଖେଳି ୮୪୫ ରନ ସଂଗ୍ରହ କରିଛନ୍ତି । ସେହିପରି ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟର ଡେଭିଡ ୱାର୍ଣ୍ଣର ଟି୨୦ ବିଶ୍ବକପରେ ଏପର୍ଯ୍ୟନ୍ତ ୩୦ ଟି ମ୍ୟାଚ ଖେଳି ୭୬୨ ରନ ସଂଗ୍ରହ କରିଛନ୍ତି । ତେବେ ଚଳିତ ଥର ଟି୨୦ ବିଶ୍ବକପରେ ମାହେଲ ଜୟବର୍ଦ୍ଧନଙ୍କ ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ରହିଛନ୍ତି ଭାରତର ଏହି ଦୁଇ କ୍ରିକେଟର ।

ଟି୨୦ ବିଶ୍ବକପରେ ଶତକ

କ୍ରିସ ଗେଲ୍‌ ଟି୨୦ ବିଶ୍ବକପରେ ଏପର୍ଯ୍ୟନ୍ତ ଦୁଇଟି ଶତକ ମାରିଛନ୍ତି । ସେ ଟି୨୦ ବିଶ୍ବକପରେ ଦୁଇଟି ଶତକ ମାରିବାରେ ଏକମାତ୍ର କ୍ରିକେଟର । ୱେଷ୍ଟଇଣ୍ଡିଜର ଏହି କିମ୍ବଦନ୍ତୀ କ୍ରିକେଟର ୨୦୦୭ ଏବଂ ୨୦୧୬ ଟି୨୦ ବିଶ୍ବକପ ସଂସ୍କରଣରେ ଶତକ ହାସଲ କରିଥିଲେ । ସେହିପରି ଇଂଲଣ୍ଡର ଦୁଇ କ୍ରିକେଟର ଆଲେକ୍ସ ହେଲ୍ସ ଏବଂ ଜସ ବଟଲର ଗୋଟିଏ ଲେଖାଏଁ ଶତକ ହାସଲ କରିଥିବା ବେଳେ କ୍ରିସ ଗେଲଙ୍କ ଏହି ରେକର୍ଡ ଭାଙ୍ଗିବା ପାଇଁ ଚେଷ୍ଟା କରିବେ ।

ଟି୨୦ ବିଶ୍ବକପରେ ଅର୍ଦ୍ଧଶତକୀୟ ସ୍କୋର

ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଟି୨୦ ବିଶ୍ବକପ ଏପର୍ଯ୍ୟନ୍ତ ୧୦ ଥର ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି । ସେହିପରି ରୋହିତ ଶର୍ମା ଏପର୍ଯ୍ୟନ୍ତ ୮ ଥର ଅର୍ଦ୍ଧଶତକ ଇନିଂସ ଖେଳିଥିବାବେଳେ, ଡେଭିଡ ୱାର୍ଣ୍ଣର ଏପର୍ଯ୍ୟନ୍ତ ୬ ଥର ଅର୍ଦ୍ଧଶତକ ହାସଲ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.