ETV Bharat / sports

ସିଡନୀରେ ଅସନ୍ତୁଷ୍ଟ ଟିମ ଇଣ୍ଡିଆ, ନେଟ୍‌ ପ୍ରାକ୍ଟିସ ପାଇଁ ମନା କଲା ଦଳ - ଖାଦ୍ୟକୁ ନେଇ ଅସନ୍ତୁଷ୍ଟ ଭାରତ

ସିଡନୀରେ ମୁକାବିଲା ପୂର୍ବରୁ ଅସନ୍ତୁଷ୍ଟ ଭାରତୀୟ ଦଳ । ଦିଆଯାଇଥିବା ଖାଦ୍ୟକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଖେଳାଳି । ଖାଇବାରେ କେବଳ ସାଣ୍ଡୱିଚ୍ ଦିଆଯାଇଥିଲା ତାହା ପୁଣି ଥଣ୍ଡା । ନେଟ୍‌ ପ୍ରାକ୍ଟିସ ପାଇଁ ଟିମ ମନା କରିଥିବା ବିସିସିଆଇ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ

team india unhappy with after practice food
ସିଡନରେ ଅସନ୍ତୁଷ୍ଟ ଟିମ ଇଣ୍ଡିଆ
author img

By

Published : Oct 26, 2022, 8:55 AM IST

ମେଲବୋର୍ଣ୍ଣ: ଜାରି ରହିଥିବା ଟି-ଟ୍ବେଣ୍ଟି ବିଶ୍ବକପ ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ରହିଛି ଭାରତ । ଆସନ୍ତାକାଲି ନେଦରଲାଣ୍ଡସ ସହ ଦଳର ମୁକାବିଲା ରହିଛି ଏନେଇ ସିଡନୀରେ ପହଞ୍ଚିଛି ଟିମ ଇଣ୍ଡିଆ । ମ୍ୟାଚ ପୂର୍ବରୁ ସିଡନୀରେ ଭାରତୀୟ କ୍ରିକେଟ ଟିମ ଅସନ୍ତୁଷ୍ଟ ପ୍ରକାଶ କରିବା ସହ ନେଟ୍ ପ୍ରାକ୍ଟିସ ପାଇଁ ମନା କରିଛି । ହୋଟେଲ ଠାରୁ ୪୨ କିମି ଦୂର ବ୍ଲାକଟାଉନରେ ପ୍ରାକ୍ଟିସ ହେଉଥିବାରୁ ମନା କରିଛି ଦଳ । ଏତେ ଦୂରକୁ ଯାଇ ପ୍ରାକ୍ଟିସ ସମ୍ଭବ ନୁହେଁ ବୋଲି ଜଣାଇଛି । ଏହା ସହ ଖାଦ୍ୟକୁ ନେଇ ମଧ୍ୟ ଅସନ୍ତୋଷ ଜାହିର କରିଛନ୍ତି ଖେଳାଳି । ଖାଦ୍ୟରେ କେବଳ ସାଣ୍ଡୱିଚ ଦିଆଯାଇଥିଲା ତାହା ପୁଣି ଥଣ୍ଡା ହୋଇଯାଇଥିବା କହିଛି ଭାରତୀୟ ଦଳ ।

ବିସିସିଆଇ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭାରତୀୟ ଦଳକୁ ପ୍ରାକ୍ଟିସ ସେସନରେ ଥଣ୍ଡା ଖାଦ୍ୟ ଦିଆଯାଇଥିଲା । ସ୍ବାଦିଷ୍ଟ ମଧ୍ୟ ନଥିଲା । ଖାଇବାକୁ କେବଳ ସାଣ୍ଡୱିଚ ଦିଆଯାଇଥିଲା । ଆଇସିସିକୁ ଭାରତୀୟ ଦଳ କହିଛି ଯେ, ସିଡନୀରେ ପ୍ରାକ୍ଟିସ ସେସନ ପରେ ଦଳକୁ ଦିଆଯାଇଥିବା ଖାଦ୍ୟ ଥଣ୍ଡା ଓ ଖାଦ୍ୟ ଉପଯୋଗୀ ନଥିଲା । ଏହା ସହ ବ୍ଲାକଟାଉନରେ ପ୍ରାକ୍ଟିସ ପାଇଁ ମନା କରିଛି ଦଳ । ହୋଟେଲ ଠାରୁ ୪୨ କିମି ଦୂର ବ୍ଲାକଟାଉନରେ ପ୍ରାକ୍ଟିସ ମ୍ୟାଚ ଥିବାରୁ ଦଳ ଖେଳିବାକୁ ମନା କରିଛି ।

ଏହା ବି ପଢନ୍ତୁ...T20 World Cup: ସିଡ୍‌ନୀରେ ନେଦରଲ୍ୟାଣ୍ଡକୁ ଭେଟିବ ଭାରତ, ଜାଣନ୍ତୁ ରିପୋର୍ଟ କାର୍ଡ

ଆଇସିସି ଟି-20 ତାଲିକାରେ ଭାରତ ଟପ୍‌ରେ ରହିଛି । ନେଦରଲାଣ୍ଡସ ସହ ହେବାକୁ ଥିବା ମ୍ୟାଚ ପୂର୍ବରୁ ଦଳକୁ ଅଣଦେଖା କରାଯାଇଥିବା ଅଭିଯୋଗ ମଧ୍ୟ ହୋଇଛି । ଭାରତୀୟ ଦଳ ପ୍ରତି ଭେଦଭାବ ହୋଇଥିବା ମଧ୍ୟ କୁହାଯାଉଛି । ଅଷ୍ଟ୍ରେଲିଆ ଖେଳାଳିଙ୍କୁ 5 ତାରକା ହୋଟଲ ଓ ଭାରତୀୟ ଖେଳାଳିଙ୍କୁ 4 ତାରକା ହୋଟଲେ ରହିବା ବ୍ୟବସ୍ଥା ହୋଇଛି । 138 କୋଟି ଭାରତୀୟଙ୍କ ପ୍ରତି ଏହା ଅପମାନ ବୋଲି ଚର୍ଚ୍ଚା ହେଉଛି । ଏପରି ଅବବ୍ୟସ୍ଥାକୁ କ୍ରିକେଟ ପ୍ରେମୀ ସମାଲୋଚନା କରିଛନ୍ତି । ପ୍ରଥମ ମୁକାବିଲାରେ ପାକିସ୍ତାନକୁ ହରାଇବା ପରେ ସିଡନୀରେ ଆସନ୍ତାକାଲି (ଗୁରୁବାର) ନେଦରଲାଣ୍ଡସକୁ ଭେଟିବ ଟିମ ଇଣ୍ଡିଆ । ପାକିସ୍ତାନ ବପକ୍ଷରେ ଏକ ଦମଦାର ବିଜୟ ହାସଲ କରିଥିଲା ଭାରତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.