ETV Bharat / sports

ନିଜକୁ ଫିଟ୍ ରଖିବା ପାଇଁ ଏହି ସବୁ ନିୟମକୁ ଫଲୋ କରନ୍ତି Sky

Sky ଏବେ ଚମତ୍କାର ଫର୍ମ ଦେଇ ଗତି କରୁଛନ୍ତି । ତେବେ ତାଙ୍କର ଫିଟ୍ ନେସ୍ ପାଇଁ ସେ କେଉଁ ସବୁ ଡାଏଟ୍ ପ୍ଲାନକୁ ଫଲୋ କରନ୍ତି ଆସନ୍ତୁ ଜାଣିବା । ଅଧିକ ପଢନ୍ତୁ

ନିଜକୁ ଫିଟ୍ ରଖିବା ପାଇଁ Sky ଏହି ସବୁ ନିୟମକୁ ଫଲୋ କରନ୍ତି

author img

By

Published : Nov 8, 2022, 10:25 PM IST

ହାଇଦ୍ରାବାଦ : ଚଳିତ ଟି୨୦ ବିଶ୍ବକପରେ ନିଜର ତେଜ ଦେଖାଇଛନ୍ତି ସୂର୍ଯ୍ୟକୁମାର ଯାଦବ । Sky ଏବେ ଚମତ୍କାର ଫର୍ମ ଦେଇ ଗତି କରୁଛନ୍ତି । ଦଳର ଟପ୍ ଅର୍ଡର ଫେଲ୍ ମାରିଲେ ସୂର୍ଯ୍ୟକୁମାରଙ୍କ ଧୂଆଁଧାର ବ୍ୟାଟିଂ ପ୍ରଭାବରେ ଦଳୀୟ ସ୍କୋରକୁ ଆଗକୁ ବଢିବାରେ ନଜିର ରହିଛି । ଆସନ୍ତା ଗୁରୁବାର ଖେଳାଯିବାକୁ ଥିବା ଇଂଲଣ୍ଡ ବନାମ ଭାରତ ସେମିଫାଇନାଲ ମ୍ୟାଚରେ Skyଙ୍କ ଉପରେ ସମସ୍ତଙ୍କର ନଜର ରହିବ । ତେବେ ତାଙ୍କର ଫିଟ୍ ନେସ୍ ପାଇଁ ସେ କେଉଁ ସବୁ ଡାଏଟ୍ ପ୍ଲାନକୁ ଫଲୋ କରନ୍ତି ଆସନ୍ତୁ ଜାଣିବା...

ସୂର୍ଯ୍ୟକୁମାର ଯାଦବଙ୍କ ସହିତ କାମ କରୁଥିବା ଜଣାଶୁଣା ଡାୟଟିସିୟନ ତଥା ଖେଳ ପୋଷଣ ବିଶେଷଜ୍ଞ ଶ୍ବେତା ଭାଟ୍ଟିଆ କହିଛନ୍ତି କି ଟି୨୦ ଫର୍ମାଟର ଏହି ନମ୍ବର ୱାନ୍ ବ୍ୟାଟର୍ ନିଜକୁ କିଭଳି ଫିଟ୍ ରଖି ହେବ ସେନେଇ ଅଧିକ ଗୁରୁତ୍ବ ଦେଇଥାନ୍ତି ।

ଶ୍ବେତା ଭାଟ୍ଟିଆ ଏକ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି, " ଗୋଟିଏ ବର୍ଷରୁ ଅଧିକ ହେବ ମୁଁ ସୂର୍ଯ୍ୟକୁମାର ଯାଦବଙ୍କ ସହିତ କାମ କରିଆସୁଛି । Sky ତାଙ୍କ ଫିଟ୍ ନେସ୍ ପାଇଁ ଉପଯୁକ୍ତ ଡାଏଟ୍ ପ୍ଲାନ୍ ସନ୍ଧାନରେ ଥିଲେ । ମୁଁ ଏହି ଡାଏଟ୍ ପ୍ଲାନରେ ତାଙ୍କୁ ସହଯୋଗ କରିଥିଲି । ସେ ମୁଖ୍ୟତଃ ୫ ଟି କଥାକୁ ବହୁତ ଗୁରୁତ୍ବ ଦେଇଥାନ୍ତି । ପ୍ରଥମତଃ, ଟ୍ରେନିଂ ପରେ ସେ ତାଙ୍କର ପ୍ରଦର୍ଶନରେ ସୁଧାର ଆଣିବାକୁ ଚେଷ୍ଟା କରନ୍ତି । ଦ୍ବିତୀୟରେ ଜଣେ କ୍ରିକେଟର ଅନୁସାରେ ସେ ତାଙ୍କ ଓଜନ ପ୍ରତି ଧ୍ୟାନ ରଖନ୍ତି । ତୃତୀୟରେ ଠିକ୍ ସମୟରେ ଖାଦ୍ୟ ପାନୀୟ ଗ୍ରହଣ କରନ୍ତି । ୪ର୍ଥରେ ବାରମ୍ବାର ଖାଇବାର ଇଚ୍ଛାକୁ ସେ କମ୍ କରିଥାନ୍ତି । ୫ମରେ ସେ ଆଗକୁ ବଢିବାରେ ମନୋବଳ ଦୃଢ ରଖିଥାନ୍ତି ।"

ଏହି ଖେଳ ପୋଷଣ ବିଶେଷଜ୍ଞ ଶ୍ବେତା ଭାଟ୍ଟିଆ ସୂର୍ଯ୍ୟକୁମାରଙ୍କ ଫିଟ୍ ନେସ୍ ଅନୁସାରେ ତାଙ୍କ ଡାଏଟ୍ ପ୍ଲାନରେ କାର୍ବୋହାଇଡ୍ରେଟ୍ ସ୍ତରକୁ କମ୍ କରିଦେଇଛନ୍ତି । ଜଣେ ଖେଳାଳିଙ୍କ ପାଇଁ ସବୁବେଳେ ଇଲେକ୍ଟ୍ରୋଲାଇଟ୍ସ ଦରକାର ରହିଥାଏ । ଏହା ସହିତ Sky ନିଜକୁ ଫିଟ୍ ରଖିବା ପାଇଁ କେଫିନ୍ ବ୍ୟବହାର କରିଥାନ୍ତି । ତେଣୁ ସୂର୍ଯ୍ୟକୁମାରଙ୍କ ଡାଏଟ୍ ପ୍ଲାନ୍ ପାଇଁ ଶ୍ବେତା ଗର୍ବିତ ବୋଲି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.