ETV Bharat / sports

T20 World Cup: 'ସାକିବ ଶୋ', PNGକୁ ହରାଇ ସୁପର-୧୨ରେ ବାଂଲାଦେଶ

ପପୁଆ ନ୍ୟୁ ଗିନିକୁ ୮୪ ରନ୍‌ର ବଡ ବ୍ୟବଧାନରେ ହରାଇ ICC ପୁରୁଷ ଟି-୨୦ ବିଶ୍ବକପର ସୁପର ୧୨ ପର୍ଯ୍ୟାୟକୁ ଯୋଗ୍ୟତା ଅର୍ଜନ କରିଛି ବାଂଲାଦେଶ । ଅଧିକ ପଢନ୍ତୁ...

T20 World Cup: Sensational Shakib seals Super 12 spot for Bangladesh
T20 World Cup: 'ସାକିବ ଶୋ', PNGକୁ ହରାଇ ସୁପର-୧୨ରେ ବାଂଲାଦେଶ
author img

By

Published : Oct 21, 2021, 9:14 PM IST

Updated : Oct 21, 2021, 10:03 PM IST

ମସକଟ୍‌(ଓମାନ): ଚଳିତ ICC ପୁରୁଷ ଟି-୨୦ ବିଶ୍ବକପର ସୁପର ୧୨ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଛି ବାଂଲାଦେଶ । ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟ ମ୍ୟାଚ୍‌ରେ ପପୁଆ ନ୍ୟୁ ଗିନିକୁ ୮୪ ରନ୍‌ର ବଡ ବ୍ୟବଧାନରେ ହରାଇ ସୁପର ୧୨ ପର୍ଯ୍ୟାୟକୁ ଯୋଗ୍ୟତା ଅର୍ଜନ କରିଛି ବାଂଲାଦେଶ ।

୧୮୨ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା PNG ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ପ୍ରଥମ ୬ ଓଭର ମଧ୍ୟରେ ୪ଟି ୱିକେଟ ହରାଇଥିଲା ଓ ଟିମର ସ୍କୋର ୧୭/୪ ରହିଥିଲା । ଏପରି ଦୟନୀୟ ପ୍ରଦର୍ଶନକୁ ଅନ୍ୟ କୌଣସି ଖେଳାଳି ଭରଣା କରିପାରିନଥିଲେ । ଫଳରେ ୧୯.୩ ଓଭରରେ ୯୭ ରନ୍‌ରେ ବାଂଲାଦେଶ ସାମ୍ନାରେ ସମସ୍ତ ୱିକେଟ ହରାଇ ଆତ୍ମସମର୍ପଣ କରିଥିଲା ପପୁଆ ନ୍ୟୁ ଗିନିଆ । ଫଳରେ ୮୪ ରନ୍‌ର ବଡ ବ୍ୟବଧାନରେ ବିଜୟୀ ହୋଇଥିଲା ବାଂଲାଦେଶ ।

ପୂର୍ବରୁ ମହମୁଦୁଲ୍ଲା ଓ ସାକିବ ଅଲ ହସନ ଯଥାକ୍ରମେ ୫୦ ଓ ୪୬ ରନ୍‌ର ଉପଯୋଗୀ ଇଂନିସ ଖେଳି ନିର୍ଦ୍ଧାରିତ ୨୦ ଓଭରରେ ବାଂଲାଦେଶକୁ ୧୮୧/୭ରେ ପହଞ୍ଚାଇଥିଲେ । ଓପନର ମହମ୍ମଦ ନେଇମ ଇଂନିସର ପ୍ରଥମ ଓଭରରେ ଆଉଟ ହେବାପରେ ଦ୍ବିତୀୟ ୱିକେଟ ଯୋଡିରେ ଲିଟନ ଦାସ ଓ ସାକିବ ୫୦ ରନ ଯୋଡିଥିଲେ ।

ତେବେ ଲିଟନ ୨୯ ଓ ମୁସଫିକର ୫ ରନ୍‌ରେ ପାଭିଲିୟନ ଫେରିବା ପରେ ଏକାଦଶତମ ଓଭରରେ ୭୨/୩ରେ ବାଂଲାଦେଶ ସଂଘର୍ଷ କରିଥିଲା । ତେବେ ସାକିବ ୪୬ ରନ୍‌ର ଇଂନିସ ଖେଳି ବାଂଲାଦେଶକୁ ସୁବିଧା ସ୍ଥିତିକୁ ନେଇଯାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 21, 2021, 10:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.