ETV Bharat / sports

T20 World Cup: ଆଜି ଦ୍ବିତୀୟ ସେମିଫାଇନାଲ, ଭାରତ-ଇଂଲଣ୍ଡ ମହାମୁକାବିଲା - ଭାରତ ବନାମ ଇଂଲଣ୍ଡ ସେମି ଫାଇନାଲ

ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଚାଲିଥିବା ଟି-ଟ୍ବେଣ୍ଟି ବିଶ୍ୱକପ ଅନ୍ତିମ ଚରଣରେ ପହଞ୍ଚିଛି । ଆଜି ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ସେମି ଫାଇନାଲ ମ୍ୟାଚ ଖେଳାଯିବ । ଏଥିରେ ଭାରତ ଓ ଇଂଲଣ୍ଡ ପରସ୍ପରକୁ ଭେଟିବେ । ବିଜୟୀ ଦଳ ଦ୍ବିତୀୟ ଟିମ ଭାବେ ଫାଇନାଲ ଟିକେଟ ପାଇବ । ଅଧିକ ପଢନ୍ତୁ

T20 World Cup
ଆଜି ଦ୍ବିତୀୟ ସେମି ଫାଇନାଲ, ଭାରତ-ଇଂଲଣ୍ଡ ମଧ୍ୟରେ ହେବ ମୁକାବିଲା
author img

By

Published : Nov 10, 2022, 10:01 AM IST

ଆଡିଲେଡ: ଆଉ କିଛି ସମୟର ଅପେକ୍ଷା । ଚଳିତ ଟି-ଟ୍ବେଣ୍ଟି ବିଶ୍ୱକପ ଟୁର୍ଣ୍ଣାମେଣ୍ଟର ଆଜି ଦ୍ବିତୀୟ ସେମି ଫାଇନାଲ ମ୍ୟାଚ ଖେଳାଯିବ । ଏଥିରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବ କଡା ମୁକାବିଲା । ବିଜୟୀ ଦଳ ଦ୍ବିତୀୟ ଟିମ ଭାବେ ଫାଇନାଲ ଟିକେଟ ପାଇବ । ଆଡିଲେଡ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଦୁଇଦଳ । ଇଂଲଣ୍ଡ ତୁଳନାରେ ଭାରତର ପ୍ରଦର୍ଶନ ଭଲ ରହିଛି । ଆଜିର ମୁକାବିଲା ଜିତି ଭାରତ ଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି । ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ବିଜୟୀ ହୋଇ 13 ବର୍ଷ ପରେ ଫାଇନାଲରେ ପ୍ରବେଶ କରିଛି ପାକିସ୍ତାନ । ଟାଇଟାଲ ମୁକାବିଲା ପାଇଁ ପାକିସ୍ତାନ ଅପେକ୍ଷା କରିଛି । ଭାରତ ଫାଇନାଲକୁ ଯିବା ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍କଣ୍ଠା ଭରି ରହିଛି ।

ରେକର୍ଡକୁ ଦେଖିଲେ ଭାରତର ପଲ୍ଲା ଭାରି ରହିଛି । ଭାରତ ସପକ୍ଷରେ ମ୍ୟାଚ ଯାଉଛି । ହେଲେ ରୋହିତବାହିନୀ ଏହାକୁ ଖାମ ଖିଆଲିରେ ନେବ ନାହିଁ । ଇଂଲଣ୍ଡ ବିପକ୍ଷରେ ଭାରତ ଶେଷ 4ଟି ଟି-ଟ୍ବେଣ୍ଟି ସିରିଜ ଜିତିଛି । 2012 ଟି-ଟ୍ବେଣ୍ଟି ବିଶ୍ବକପରେ ଉଭୟ ଦଳ ଶେଷ ଥର ପାଇଁ ପରସ୍ପରକୁ ଭେଟିଥିଲେ । ଏହି ମ୍ୟାଚରେ ରୋହିତଙ୍କ ଅର୍ଦ୍ଧଶତକ ବଳରେ ଭାରତ 90 ରନରେ ଇଂଲଣ୍ଡକୁ ହରାଇଥିଲା । 2007 ଟି-ଟ୍ବେଣ୍ଟି ବିଶ୍ବକପରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଏବେ ବି ଫ୍ୟାନ୍ସଙ୍କ ମନରେ ଜୀବିତ ।

ଯୁବରାଜ ସିଂ ଗୋଟିଏ ଓଭରରେ 6ଟି ଛକା ମାରିଥିଲେ । ଆଜିର ମୁକାବିଲା ତାଙ୍କ ପରି ପ୍ରଦର୍ଶନ ନେଇ ଖେଳାଳିଙ୍କଠୁ ଆଶା କରାଯାଉଛି । ଭାରତୀୟ ବ୍ୟାଟର ସୂର୍ଯ୍ୟକୁମାର, ବିରାଟ କୋହଲି ଫୁଲ ଫର୍ମରେ ରହିଛନ୍ତି । ସେପଟେ ପୂର୍ବ ମ୍ୟାଚରେ ଫର୍ମକୁ ଫେରିଛନ୍ତି କେଏଲ ରାହୁଲ । ଉଭୟ ଦଳରେ ଷ୍ଟାର ଖେଳାଳି ଭରପୁର ରହିଛନ୍ତି । ଭାରତୀୟ ବୋଲିଂ ବିଭାଗ ସନ୍ତୁଳିତ ଅଛି । ଭାରତ କୌଣସି ମତ୍ତେ ମ୍ୟାଚକୁ ହାତଛଡା କରିବ ନାହିଁ ।

ଏହା ବି ପଢନ୍ତୁ...ଇଣ୍ଡିଆ-ଇଂଲଣ୍ଡ ସେମି ଫାଇଟ୍, ବର୍ଷା ବାଧକ ସାଜିଲେ ଫାଇନାଲ ଖେଳିବ ଭାରତ

ସେପଟେ ଧିମା ଆରମ୍ଭ କରିଥିବା ଇଂଲଣ୍ଡ ଦଳ ସେମିଫାଇନାଲରେ ପ୍ରବେଶ କରିଛି । ଦଳ ପାଇଁ ସୂର୍ଯ୍ୟକୁମାର ଚିନ୍ତାର କାରଣ ହୋଇଛନ୍ତି । ସୂର୍ଯ୍ୟଙ୍କୁ ଅଟକାଇବାକୁ ଚେଷ୍ଟା କରିବେ ଇଂଲଣ୍ଡ ବୋଲର । ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଦଳ ରଣନୀତି ସହ ଗ୍ରାଉଣ୍ଡକୁ ଓହ୍ଲାଇବ । ଆଡିଲେଡ ପିଚକୁ ଦେଖିଲେ ଯଦି ଭାରତ ଟସ ଜିତିଛୁ ତେବେ ଫିଲ୍ଡିଂ ନିଷ୍ପତ୍ତି ନେବା ଠିକ ହେବ । ଯଦି ଭାରତ ଏହି ମୁକାବିଲା ଜିତେ ତେବେ ଦ୍ବିତୀୟ ଟିମ ଭାବେ ଫାଇନାଲକୁ ଟିକେଟ ପାଇବ । ଆସନ୍ତା 13 ତାରିଖରେ ପାଇନାଲରେ ପାକିସ୍ତାନକୁ ଭେଟିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.