ETV Bharat / sports

T20 World Cup: ଦକ୍ଷିଣ ଆଫ୍ରିକାକୁ ହରାଇଲା ନେଦରଲାଣ୍ଡସ, ସେମିଫାଇନାଲରେ ଭାରତର ସ୍ଥାନ ପକ୍କା

author img

By

Published : Nov 6, 2022, 10:45 AM IST

ଟି-ଟ୍ବେଣ୍ଟି ବିଶ୍ବକପରେ ଆଜି ଦକ୍ଷିଣ ଆଫ୍ରିକା ଓ ନେଦରଲାଣ୍ଡସ ମଧ୍ୟରେ ମୁକାବିଲା ହୋଇଥିଲା । ଟି-ଟ୍ବେଣ୍ଟି ବିଶ୍ବକପରେ ଏକ ବଡ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଦକ୍ଷିଣ ଆଫ୍ରିକା ଯାତ୍ରାରେ ବ୍ରେକ ଲଗାଇଲା ନେଦରଲାଣ୍ଡସ । 13ରନରେ ନେଦରଲାଣ୍ଡସଠୁ ପରାସ୍ତ ହୋଇ ବିଦ ହୋଇଛି ଦକ୍ଷିଣ ଆଫ୍ରିକା । ଅଧିକ ପଢନ୍ତୁ

ଦକ୍ଷିଣ ଆଫ୍ରିକାକୁ ହରାଇଲା ନେଦରଲାଣ୍ଡସ
T20 World Cup

ଆଡିଲେଡ: ଚଳିତ ଟି-ଟ୍ବେଣ୍ଟି ବିଶ୍ବକପ୍‌ରେ ଘଟିଛି ବଡ଼ ବିପର୍ଯ୍ୟୟ ଘଟିଛି । ନେଦରଲ୍ୟାଣ୍ଡସ ଭଳି ଟିମ୍ ଠାରୁ ହାରି ବିଶ୍ବକପରୁ ବିଦା ହୋଇଛି ଦକ୍ଷିଣ ଆଫ୍ରିକା । ଦକ୍ଷିଣ ଆଫ୍ରିକା ଯାତ୍ରାରେ ବ୍ରେକ ଲଗାଇଛି ନେଦରଲାଣ୍ଡସ । 13ରନରେ ନେଦରଲାଣ୍ଡସଠୁ ପରାସ୍ତ ହୋଇ ବିଦ ହୋଇଛି ଦକ୍ଷିଣ ଆଫ୍ରିକା । ଦକ୍ଷିଣ ଆଫ୍ରିକା ବିଦା ହେବା ପରେ ଭାରତ ସେମି ଫାଇନାଲରେ ପ୍ରବେଶ କରିଛି । ଆଜି ଭାରତ ତାର ଶେଷ ଗ୍ରୁପ ମ୍ୟାଚ୍‌ରେ ଜିମ୍ବାୱେକୁ ଭେଟିବ । ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ନେଦରଲାଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଦେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ନେଦରଲାଣ୍ଡ ୧୫୮ ରନ୍ କରିଥିଲା ।

ଦଳ ପକ୍ଷରୁ ଅକରମନ ସର୍ବାଧିକ ୪୧ ରନ୍ କରିଥିବା ବେଳେ ମାଇବର୍ଘ ୩୭ ରନ୍ କରିଥିଲେ। ସେହିପରି କୁପର ୩୫ ରନ୍ କରିଥିବା ବେଳେ ମାସ୍କ ଓ ଦାଓଦେ ୨୯ ରନ୍ କରିଥିଲେ । ୨୦ ଓଭରରେ 158 ରନ କରିଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ଦଳ ପକ୍ଷରୁ ନର୍ତ୍ତଜେ ଓ ମାକ୍ରମ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିବା ବେଳେ ମହାରାଜ ୨ ୱିକେଟ୍ ନେଇଥିଲେ । 159 ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଦକ୍ଷିଣ ଆଫ୍ରିକା । ଦଳର କୌଣସି ଗୋଟିଏ ବି ବ୍ୟାଟର ୩୦ ରନ୍ କରିପାରି ନଥିଲେ ।

112ରୁ 141 ରନ ଭିତରେ ଦଳର 8ଟି ୱିକେଟ ପତନ ହୋଇଥିଲା । ଶେଷରେ ଦଳ ୨୦ ଓଭରରେ ୮ ୱିକେଟ ହରାଇ ୧୪୫ ରନ୍ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ରିଲି ରୋସୋ ସର୍ବାଧିକ 25 ରନ କରିଛନ୍ତି । 13 ରନରେ ନେଦରଲାଣ୍ଡସଠୁ ପରାସ୍ତ ହୋଇଛି ଦକ୍ଷିଣ ଆଫ୍ରିକା । ଫଳରେ ନେଦରଲାଣ୍ଡସ ଏକ ଦମଦାର ବିଜୟ ହାସଲ କରି 5 ପଏଣ୍ଟ ସହ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି ।

ଏହା ବି ପଢନ୍ତୁ...Syed Mushtaq Ali Trophy: ପ୍ରଥମ ଥର ଟ୍ରଫି ଜିତିଲା ମୁମ୍ବାଇ

ଗ୍ରୁପ୍‌-୧ରୁ ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ ସେମି ଫାଇନାଲରେ ପହଞ୍ଚି ସାରିଛନ୍ତି। ଗ୍ରୁପ୍‌-୨ରୁ ଭାରତ ସେମି ଫାଇନାଲରେ ସ୍ଥାନ ପକ୍କା କରି ସାରିଥିବା ବେଳେ ଏହି ଗ୍ରୁପ୍‌ରୁ ଆଉ କେଉଁ ଦଳ ସେମି ଫାଇନାଲକୁ ଯିବ, ତାହା ବାଂଲାଦେଶ ଓ ପାକିସ୍ତାନ ମଧ୍ୟସ୍ଥ ମ୍ୟାଚ ପରେ ନିଶ୍ଚିତ ହୋଇଯିବ। କାରଣ ଗ୍ରୁପ୍‌-୨ରେ ଥିବା ବାଂଲାଦେଶ ଓ ପାକିସ୍ତାନ ୪ ପଏଣ୍ଟ ଲେଖାଏଁ ପାଇ ସମାନ ସ୍ତରରେ ରହିଛନ୍ତି । ଏହି ଦୁଇ ଟିମ୍ ଭିତରୁ ଯିଏ ଜିତିବ ସେ ସେମି ଫାଇନାଲକୁ ଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.