ETV Bharat / sports

T20 World Cup : ସ୍କଟଲାଣ୍ଡକୁ ୬ ୱିକେଟରେ ହରାଇଲା ଆୟାରଲାଣ୍ଡ - ସ୍କଟଲାଣ୍ଡ ଏବଂ ଆୟରଲାଣ୍ଡ

ସ୍କଟଲାଣ୍ଡକୁ ୬ ୱିକେଟରେ ହରାଇଲା ଆୟାରଲାଣ୍ଡ । ଆଜି T20 ବିଶ୍ବକପର ସପ୍ତମ ଗୃପ ପର୍ଯ୍ୟାୟ ମ୍ୟାଚରେ ସ୍କଟଲାଣ୍ଡ ଏବଂ ଆୟରଲାଣ୍ଡ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ଆୟରଲାଣ୍ଡ ୬ ୱିକେଟରେ ବିଜୟ ଲାଭ କରିଛି । ଅଧିକ ପଢନ୍ତୁ

T20 World Cup : ସ୍କଟଲାଣ୍ଡକୁ ୬ ୱିକେଟରେ ହରାଇଲା ଆୟାରଲାଣ୍ଡ

author img

By

Published : Oct 19, 2022, 3:59 PM IST

ହବର୍ଟ: ଅଷ୍ଟ୍ରେଲିଆରେ ଖେଳାଯାଉଥିବା T20 ବିଶ୍ବକପର ଆଜି ଚତୁର୍ଥ ଦିନ । ଏହି ମେଗା ଟୁର୍ଣ୍ଣାମେଣ୍ଟରେ ଗୃପ ପର୍ଯ୍ୟାୟ ମ୍ୟାଚ ଜାରି ରହିଛି । ଆଜି ସପ୍ତମ ଗୃପ ପର୍ଯ୍ୟାୟ ମ୍ୟାଚରେ ସ୍କଟଲାଣ୍ଡ ଏବଂ ଆୟରଲାଣ୍ଡ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ଆୟରଲାଣ୍ଡ ୬ ୱିକେଟରେ ବିଜୟ ଲାଭ କରିଛି । ସ୍କଟଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୭୬ ରନ କରିଥିଲା । ଏହାର ଜବାବରେ ଆୟାରଲାଣ୍ଡ ୧୯ ଓଭରରେ ୪ ୱିକେଟ ହରାଇ ୧୮୦ ରନ କରିଥିଲା ।

୧୭୭ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲା ଆୟାରଲାଣ୍ଡ । କର୍ଟିସ କେଂଫରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଆୟରଲାଣ୍ଡ ୧୮୦ ରନ କରିବାରେ ସଫଳ ହୋଇଛି । ଆୟରଲାଣ୍ଡର ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ଏହା ପରେ ଦଳ ପାଇଁ ସଙ୍କଟମୋଚନ ସାଜିଥିଲେ କର୍ଟିସ କେଂଫର । ତାଙ୍କ ସହିତ ପାଳି ସମ୍ଭାଳିଥିଲେ ଜର୍ଜ ଡକରେଲ । ଉଭୟଙ୍କ ପାର୍ଟନରସିପ ବଳରେ ଦଳୀୟ ସ୍କୋର ଆଗକୁ ବଢିଥିଲା । କର୍ଟିସ କେଂଫର ୩୨ ବଲରୁ ୭ ଟି ଚୌକା ଏବଂ ୨ ଟି ଛକା ସହିତ ୭୨ ରନର ଧୂଆଁଧାର ଇନିଂସ ଖେଳିଥିଲେ । ସେହିପରି ଜର୍ଜ ଡକରେଲ ୨୭ ବଲରୁ ୪ ଟି ଚୌକା ଏବଂ ଗୋଟିଏ ଛକା ସହିତ ୩୯ ରନ କରି ଅପରାଜିତ ରହିଥିଲେ । ପାଉଲ ଷ୍ଟ୍ରିଲିଙ୍ଗ ୮ ରନ, ଏଣ୍ଡ୍ରି ବାଲବର୍ଣ୍ଣି ୧୪ ରନ, ଲର୍କନ ଟକର ୨୦ ରନ , ହେରୀ ଟେକର ୧୪ ରନ କରି ଆଉଟ ହୋଇଥିଲେ ।

ସ୍କଟଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ସ୍କଟଲାଣ୍ଡର ଓପନିଂଯୋଡିକୁ ପ୍ରଥମରୁ ଝଟକା ଲାଗିଥିଲା । ୧.୧ ଓଭରେ ସ୍କଟଲାଣ୍ଡ ପ୍ରଥମ ୱିକେଟ ହରାଇଥିଲା । ମିଚେଲ ଜୋନ୍ସଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଫଳରେ ସ୍କଟଲାଣ୍ଡ ୧୭୬ ରନ କରିବାରେ ସକ୍ଷମ ହୋଇପାରିଥିଲା । ସେ ୫୫ ବଲରୁ ୬ ଟି ଚୌକା ଏବଂ ୪ ଟି ଛକା ସହିତ ୮୬ ରନର ଦମଦାର ଇନିଂସ ଖେଳିଥିଲେ । ସେହିପରି ଏମ କ୍ରୋସ ୨୮ ରନ, ଅଧିନାୟକ ରିଚି ବେରିଙ୍ଗଟନ ୩୭ ରନ, ମାଇକଲ ଲିସ୍କ ୧୭ ରନ କରିଥିଲେ । ଆୟାରଲାଣ୍ଡର କର୍ଟିସ କେଂଫର ଦୁଇଟି ୱିକେଟ ନେଇଥିବା ବେଳେ ମାର୍କ ଅଡାୟର ଓ ଜୋଶୁ ଲିଟଲ ଗୋଟିଏ ୱିକେଟ ନେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.