ଶାରଜାହ: ଚଳିତ ICC ପୁରୁଷ ଟି-୨୦ ବିଶ୍ବକପ ୨୦୨୧ର ଏକାଦଶତମ ମ୍ୟାଚ୍ରେ ଆୟରଲାଣ୍ଡ କ୍ୟାପଟେନ୍ ଆଣ୍ଡ୍ରିୟୁ ବାଲବିରନେ ଟସ୍ ଜିତି ନାମ୍ବିଆ ବିପକ୍ଷରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଶାରଜାହ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଉଛି ।
ଆୟରଲାଣ୍ଡ ଖେଳିଥିବା ଶେଷ ମ୍ୟାଚ୍ରେ ଶ୍ରୀଲଙ୍କା ଠାରୁ ପରାସ୍ତ ହୋଇଥିଲା । ତେବେ ଆଜିର ଗୁରୁତ୍ବପୂର୍ଣ୍ଣ ମୁକାବିଲାରେ ଚୁଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ ଆୟରଲାଣ୍ଡ ।
ଅନ୍ୟପଟେ ନାମ୍ବିଆ ଚୁଡାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି । ଷ୍ଟିଭେନ ବର୍ଡଙ୍କ ସ୍ଥାନରେ ପିକି ୟା ଫ୍ରାନ୍ସଙ୍କୁ ସ୍ଥାନ ମିଳିଛି ।
ଚୁଡାନ୍ତ ଏକାଦଶ: କେଭିନ ଓ ବ୍ରାଏନ, ଆଣ୍ଡ୍ରିୟୁ ବାଲବିରନେ(କ୍ୟାପଟେନ୍), ଗାରେଥ ଡେଲାନି, କର୍ଟିସ କ୍ୟାମ୍ପ୍ର, ହ୍ୟାରି ଟେକ୍ଟର, ନେଲ ରକ୍(ୱିକେଟ କିପର), ମାର୍କ ଆଦଏର, ସିମି ସିଂହ, କ୍ରେଗ ୟଙ୍ଗ୍, ଜୋଷୁଆ ଲିଟିଲ୍ ।
ଚୁଡାନ୍ତ ଏକାଦଶ: ଜେନ ଗ୍ରୀନ(ୱିକେଟ କିପର), କ୍ରେଗ ୱିଲିୟମ୍ସ, ମାଇକେଲ ଭନ ଲିଙ୍ଗେନ, ଗରହାର୍ଡ ଏରସମସ(କ୍ୟାପଟେନ), ଡେଭିଡ ୱାଇସ, ଜେଜେ ସ୍ମିଟ୍, ଜାନ ଫ୍ରାଏଲିଙ୍କ୍, ପିକି ୟା ଫ୍ରାନ୍ସ, ଜାନ ନିକଲ ଲୋପ୍ଟି-ଏଟନ, ରୁବେନ ଟ୍ରୁମ୍ପେଲମନ, ବର୍ନାଡ ସ୍କଲଟଜ୍ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ