ETV Bharat / sports

T20 world Cup: ଭାରତ ବନାମ ଜିମ୍ବାୱେ, ଟସ୍‌ ଜିତି ଭାରତର ବ୍ୟାଟିଂ - ଭାରତ ବନାମ ଜିମ୍ବାୱେ

ଟି-ଟ୍ବେଣ୍ଟି ବିଶ୍ବକପରେ ଆରମ୍ଭ ହୋଇଛି ଭାରତ ଜିମ୍ବାୱେ ମୁକାବିଲା । ଜିମ୍ବାୱେ ବିପକ୍ଷରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ରୋହିତ ଶର୍ମା । ଅଧିକ ପଢନ୍ତୁ

ଭାରତ ବନାମ ଜିମ୍ବାୱେ, ଟସ ଜିତି ଭାରତର ବ୍ୟାଟିଂର ନିଷ୍ପତ୍ତି

author img

By

Published : Nov 6, 2022, 1:34 PM IST

Updated : Nov 6, 2022, 2:34 PM IST

ମେଲବର୍ଣ୍ଣ: ଚଳିତ ଟି-ଟ୍ବେଣ୍ଟି ବିଶ୍ବକପରେ ମୁହାମୁହିଁ ହୋଇଛନ୍ତି ଭାରତ ଓ ଜିମ୍ବାୱେ । ଜିମ୍ବାୱେ ବିପକ୍ଷରେ ଟସ ଜିତିଛି ଟିମ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ରୋହିତ ଶର୍ମା । ମେଲବୋର୍ଣ୍ଣ କ୍ରିକେଟ ଗାଉଣ୍ଡରେ ମୁହାମୁହିଁ ହୋଇଛନ୍ତି ଦୁଇଦଳ । ଭାରତ ଏକାଦଶରେ ପରିବର୍ତ୍ତନ କରାଯାଇଛି । ଦିନେଶ କାର୍ତ୍ତିକଙ୍କ ସ୍ଥାନରେ ରିଷବ ପନ୍ତଙ୍କୁ ସାମିଲ କରାଯାଇଛି । ଆଜିର ଏହି ମ୍ୟାଚ୍‌ ପରେ ସେମିଫାଇନାଲ ପାଇଁ ଲଢେଇ ହେବ । ତେବେ ଏହା ପୂର୍ବରୁ ସେମିଫାଇନାଲ୍‌ରେ ପହଞ୍ଚିଯାଇଛି ଭାରତ ।

ଆଜି ଦକ୍ଷିଣ ଆଫ୍ରିକା ନେଦରଲାଣ୍ଡ ଠାରୁ ହାରିବା ପରେ ଭାରତକୁ ଫାଇଦା ମିଳିଛି । ଫଳରେ ଦଳ ସେମିଫାଇନାକୁ ଉତ୍ତୀର୍ଣ୍ଣ ହୋଇଛି । ଲିଗ୍‌ ମ୍ୟାଚ୍‌ରେ ଭାରତ ୩ଟି ବିଜୟ ସହ ୬ ପଏଣ୍ଟ ହାସଲ କରି ଗ୍ରୁପ୍‌-୨ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ରହିଛି । ଅନ୍ୟପଟେ ଜିମ୍ବାୱେ ମଧ୍ୟ ଭାରତକୁ ହରାଇବାକୁ ଚେଷ୍ଟା କରିବ । ଗ୍ରୁପ ଏରେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ସେମିଫାଇନାଲରେ ପ୍ରବେଶ କରିଛନ୍ତି ।

ଗ୍ରୁପ୍‌-୨ରୁ ଭାରତ ସେମି ଫାଇନାଲରେ ସ୍ଥାନ ପକ୍କା କରି ସାରିଛି । ପାକିସ୍ତାନ ବାଂଲାଦେଶକୁ ହରାଇ ସେମିଫାଇନାଲର ପ୍ରବେଶ କରିଛି । ଭାରତ ପାକିସ୍ତାନ ସହ ସେମିଫାଇନାଲ ଖେଳିବ । ଭଲ ପଏଣ୍ଟ ସହ ଟେବୁଲରେ ସ୍ଥାନ ବଜାୟ ରଖିବାକୁ ଭାରତକୁ ଜିମ୍ବାୱେ ବିପକ୍ଷରେ ବିଜୟ ହାସଲ କରିବାକୁ ହେବ । ଦଳକୁ ଭାଗୀଦାରି ଓ ନିମ୍ନ କ୍ରମ ବ୍ୟାଟିଂ ଉପରେ ଗୁରୁତ୍ବ ଦେବାକୁ ପଡିବ । ପୂର୍ବ ମ୍ୟାଚରେ ବାଂଲାଦେଶ ବିପକ୍ଷରେ କେଏଲ ରାହୁଲଙ୍କ ପ୍ରଦର୍ଶନ ଭଲ ଥିଲା ଆଜି ମଧ୍ୟା ତାଙ୍କଠୁ ଭଲ ପ୍ରଦର୍ଶନ ଆଶା କରୁଛନ୍ତି ଫ୍ୟାନ୍ସ ।

ଭାରତ ଚୂଡାନ୍ତ ଏକାଦଶ

ରୋହିତ ଶର୍ମା (ଅଧିନାୟକ) କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷବ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ବିନ, ଭୁବନେଶ୍ବର କୁମାର, ଅର୍ଶଦୀପ ସିଂହ, ମହମ୍ମଦ ଶାମି ।

ଜିମ୍ବାୱେ ଚୂଡାନ୍ତ ଏକାଦଶ

ଡବ୍ୟ୍ଲୁ ମାଦହାଭେର, ସି ଏରଭିନ, ଆର ଛକାବଭା, ଏସ ୱିଲିୟମସ, ଏସ ରାଜା, ଟି ମୁୟୋଙ୍କା, ଆର ବ୍ରୁଲ, ଟି ଚତାରା, ଆର ନଗାରାଭା, ଡବ୍ୟ୍ଲୁ ମାସାକାଡଜା, ବି ମୁଜାରାବାନି ।

Last Updated : Nov 6, 2022, 2:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.