ETV Bharat / sports

T20 World Cup: SKYଙ୍କ ଲଢ଼ୁଆ ଅର୍ଦ୍ଧଶତକ, ଦକ୍ଷିଣ ଆଫ୍ରିକାକୁ 134 ରନ୍‌ ଟାର୍ଗେଟ - ସୁପର ୧୨ ପର୍ଯ୍ୟାୟ

ଟି୨୦ ବିଶ୍ବକପରେ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ କଡା ଟକ୍କର ଜାରି ରହିଛି । ଭାରତ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକାକୁ ୧୩୪ ରନର ଟାର୍ଗେଟ ଦେଇଛି । ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୩୩ ରନ କରିଛି । ସୂର୍ଯ୍ୟକୁମାର ଯାଦବ ଲଢ଼ୁଆ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି ।

T20 World Cup: SKYଙ୍କ ଧୂଆଁଧାର ଅର୍ଦ୍ଧଶତକ, ଦକ୍ଷିଣ ଆଫ୍ରିକାକୁ 134 ଟାର୍ଗେଟ

author img

By

Published : Oct 30, 2022, 6:13 PM IST

Updated : Oct 30, 2022, 7:16 PM IST

ପର୍ଥ : ଟି୨୦ ବିଶ୍ବକପରେ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ କଡା ଟକ୍କର ଜାରି ରହିଛି । ଭାରତ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକାକୁ ୧୩୪ ରନର ଟାର୍ଗେଟ ଦେଇଛି । ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ମାତ୍ର ୧୩୩ ରନ୍‌ ହିଁ କରି ପାରିଛି । ସୂର୍ଯ୍ୟକୁମାର ଯାଦବଙ୍କ ଲଢ଼ୁଆ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ହେଲେ ଦକ୍ଷିଣ ଆଫ୍ରିକାର ଘାତକ ବୋଲିଂ ଆଗରେ ବିଫଳ ହୋଇଥିଲେ ଭାରତୀୟ ବ୍ୟାଟର । ସୂର୍ଯ୍ୟକୁମାର ଯାଦବଙ୍କ ଲଢୁଆ ଅର୍ଦ୍ଧଶତକ ବଳରେ ଭାରତ ୧୩୩ ରନ୍ କରିବାରେ ସକ୍ଷମ ହୋଇପାରିଛି । ପ୍ରାରମ୍ଭରୁ ଭାରତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଲୁଙ୍ଗି ନିଗିଡିଙ୍କ ବୋଲିଂର ଜବାବ ଦେବାକୁ ଫେଲ୍‌ ମାରିଥିଲେ ଭାରତୀୟ ବ୍ୟାଟର। ପିଚ୍‌ରେ ତିଷ୍ଠି ପାରିନଥିଲେ ଭାରତୀୟ ଟପ୍ ଅର୍ଡର ବ୍ୟାଟର । ରୋହିତ ଶର୍ମା, କେଏଲ୍ ରାହୁଲ, ବିରାଟ କୋହଲି, ଲୁଙ୍ଗି ନିଗିଡିଙ୍କ ବୋଲିଂର ଶିକାର ହୋଇ ସଅଳ ପାଭଳିୟନ ଲେଉଟିଥିଲେ ।

ଭାରତ 8.3 ଓଭରର ୫ ୱିକେଟ ହରାଇ ୪୯ ରନ କରିଥିଲା । ଏହା ପରେ ଦଳୀୟ ସ୍କୋର୍‌ ପାଇଁ ଚାପ ବଢିଥିଲା । ଏହି ସମୟରେ ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଭାରତ ପାଇଁ ସଙ୍କଟମୋଚକ ସାଜିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା, ଦୀପକ ହୁଡ୍ଡା, ଦିନେଶ କାର୍ତ୍ତିକ ମଧ୍ୟ ଆଜି ଫେଲ୍ ମାରିଥିଲେ । ହେଲେ ମୈଦାନରେ ଆତ୍ମବିଶ୍ବାସର ସହିତ ବ୍ୟାଟିଂ ଜାରି ରଖିଥିଲେ SKY । ସେ ୪୦ ବଲରୁ ୩ଟି ଛକା ଏବଂ ୬ଟି ଚୌକା ସହିତ ସର୍ବାଧିକ ୬୮ ରନର ଲଢ଼ୁଆ ଇନିଂସ ଖେଳିଥିଲେ । ରୋହିତ ଶର୍ମା ୧୫ ରନ କରିଥିବା ବେଳେ ବିରାଟ କୋହଲି ୧୨ ରନ କରିଥିଲେ । ଏହି ତିନି ଜଣ ବ୍ୟାଟରଙ୍କ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିପାରିନାହାଁନ୍ତି । ସେପଟେ ଦକ୍ଷିଣ ଆଫ୍ରିକାର ଲୁଙ୍ଗି ନିଗିଡି ସର୍ବାଧିକ ୪ ଟି ୱିକେଟ ଅକ୍ତିଆର କରିଛନ୍ତି । ୱେନ୍‌ ପାର୍ନେଲ୍‌ ୩ଟି ୱିକେଟ ନେଇଥିବା ବେଳେ ଏନରିକ୍‌ ନୋର୍କିଆ ଗୋଟିଏ ୱିକେଟ ନେଇଥିଲେ ।

Last Updated : Oct 30, 2022, 7:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.