ETV Bharat / sports

ଆରମ୍ଭରୁ ଆଣ୍ଠେଇଲା ଇଣ୍ଡିଜ୍‌, ୬ ୱିକେଟରେ ଇଂଲଣ୍ଡ ବିଜୟୀ

author img

By

Published : Oct 23, 2021, 10:13 PM IST

ଟି-୨୦ ବିଶ୍ବକପର ସୁପର ୧୨ ପର୍ଯ୍ୟାୟରେ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ହରାଇଲା ଇଂଲଣ୍ଡ । ଅଧିକ ପଢନ୍ତୁ...

T20World Cup: England won by 6 wkts vs west indies
ଆରମ୍ଭରୁ ଆଣ୍ଠେଇଲା ଇଣ୍ଡିଜ୍‌, ୬ ୱିକେଟରେ ଇଂଲଣ୍ଡ ବିଜୟୀ

ଦୁବାଇ: ଟି-୨୦ ବିଶ୍ବକପର ସୁପର ୧୨ ପର୍ଯ୍ୟାୟରେ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ହରାଇଲା ଇଂଲଣ୍ଡ । ୫୬ ରନ୍‌ର ବିଜୟ ଲକ୍ଷ୍ୟକୁ ୪ ୱିକେଟ ହରାଇ ୮.୨ ଓଭରରେ ହାସଲ କରିନେଇଛି ଇଂଲଣ୍ଡ । ଇଂଲଣ୍ଡ ପକ୍ଷରୁ ଓପନର ଜେସ ରୟ ୧୧ ଓ ଜସ ବଟଲର୍‌ ୨୪ ରନ୍‌ର ଇଂନିସ ଖେଳିଥିଲେ ।

ଟସ୍‌ ଜିତି ଇଂଲଣ୍ଡ କ୍ୟାପଟେନ ଇଆନ ମୋର୍ଗାନ ବ୍ୟାଟିଂ ଆମନ୍ତ୍ରଣ କରିବା ପରେ ଡିଫେଣ୍ଡିଂ ଚମ୍ପିଆନ ୱେଷ୍ଟଇଣ୍ଡିଜର ନୈରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା କାରବିୟନ ଟିମ ।

ଇଂନିସର ଦ୍ବିତୀୟ ଓଭରରେ ଇଭିନ ଲିୱିସ ପ୍ରଥମ ଖେଳାଳି ଭାବେ ଆଉଟ୍‌ ହେବାପରେ ପରବର୍ତ୍ତୀ ସମସ୍ତ ବ୍ୟାଟର ବିଫଳ ହୋଇଥିଲେ। ଇଂଲିସ ବୋଲର ଅଧିକ ଆକ୍ରମଣାତ୍ମକ ରଣନୀତିରେ ବୋଲିଂ କରିଥିଲେ । ଫଳରେ ସଂପୂର୍ଣ୍ଣ ୨୦ ଓଭର ଖେଳିବାକୁ ଅସମର୍ଥ ହୋଇଥିଲା ୱେଷ୍ଟଇଣ୍ଡିଜ । ୧୪.୨ ଓଭରରେ ମାତ୍ର ୫୫ ରନ୍‌ରେ ଅଲଆଉଟ୍‌ ହୋଇଛି । ଟିମର ୧୦ଜଣ ଖେଳାଳି ଦୁଇଅଙ୍କ ସ୍କୋର ଛୁଇଁ ପାରିନାହାଁନ୍ତି । ଏକମାତ୍ର କ୍ରିସ୍‌ ଗେଲ୍‌ ୧୩ ରନ୍‌ କରିବା ସହ ଦୁଇଅଙ୍କ ସ୍କୋର ପାର୍‌ କରିଥିଲେ ।

ଅନ୍ୟପଟେ ଇଂଲଣ୍ଡ ବୋଲରଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଥିଲା । ସ୍ପିନର ଆଦିଲ ରସିଦ ୨.୨ ଓଭର ବୋଲି କରିବା ସହ ୨ ରନ୍‌ ବ୍ୟୟ କରି ସର୍ବାଧିକ ୪ଟି ୱିକେଟ ହାତେଇଥିଲେ । ମୋଇନ ଅଲୀ ଓ ତିମାଲ ମିଲ୍ସ ୨ଟି ଲେଖାଏଁ ସଫଳତା ହାସଲ କରିଥିଲେ । ସେହିପରି କ୍ରିସ୍‌ ଜୋର୍ଡାନ ଓ କ୍ରିସ୍‌ ୱର୍କ୍ସଙ୍କୁ ମଧ୍ୟ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.