ETV Bharat / sports

ଚଳିତ ବିଶ୍ବକପରେ ପ୍ରଥମ ଦ୍ରୁତତମ ଅର୍ଦ୍ଧଶତକ କଲେ ମାର୍କସ ଷ୍ଟୋଇନିସ

ଚଳିତ ଟି୨୦ ବିଶ୍ବକପରେ ପ୍ରଥମ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି ମାର୍କସ ଷ୍ଟୋଇନିସ । ଏହି ଅଷ୍ଟ୍ରେଲିଆ କ୍ରିକେଟର ମାତ୍ର ୧୭ ବଲରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Oct 26, 2022, 10:34 AM IST

ଚଳିତ ବିଶ୍ବକପରେ ପ୍ରଥମ ଦ୍ରୁତ ତମ ଅର୍ଦ୍ଧଶତକ
ଚଳିତ ବିଶ୍ବକପରେ ପ୍ରଥମ ଦ୍ରୁତ ତମ ଅର୍ଦ୍ଧଶତକ

ହାଇଦ୍ରାବାଦ : ଚଳିତ ଟି୨୦ ବିଶ୍ବକପରେ ପ୍ରଥମ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି ମାର୍କସ ଷ୍ଟୋଇନିସ । ଏହି ଅଷ୍ଟ୍ରେଲିଆ କ୍ରିକେଟର ମାତ୍ର ୧୭ ବଲରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ମଙ୍ଗଳବାର ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି । ଏହା ପୂର୍ବରୁ ଯୁବରାଜ ସିଂହ ଟି୨୦ ବିଶ୍ବକପରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାରେ ରେକର୍ଡ କରିଥିଲେ । ଯୁବରାଜ ଇଂଲଣ୍ଡ ବିପକ୍ଷରେ ୨୦୦୭ ଟି୨୦ ବିଶ୍ବକପରେ ମାତ୍ର ୧୨ଟି ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ । ସେହିପରି ୨୦୧୪ ଟି୨୦ ବିଶ୍ବକପରେ ନେଦରଲାଣ୍ଡ କ୍ରିକେଟର ଷ୍ଟିଫନ ମାୟବର୍ଗ ୧୭ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ ।

ଅଷ୍ଟ୍ରେଲିଆ କ୍ରିକେଟର ମାର୍କସ ଷ୍ଟୋଇନିସ ଟି୨୦ ଫର୍ମାଟରେ ମାତ୍ର ୧୭ ବଲରେ ଅର୍ଦ୍ଧଶତକ ଇନିଂସ ଖେଳି ଏହି ଉପଲବ୍ଧି ହାସଲ କରିଛନ୍ତି । ସେହିପରି ଟି୨୦ ଫର୍ମାଟରେ ଅଷ୍ଟ୍ରେଲିଆର ଡେଭିଡ ୱାର୍ଣ୍ଣର ୱେଷ୍ଟ ଇଣ୍ଡିଜ ବିପକ୍ଷରେ ୨୦୧୦ ମସିହାରେ ୧୮ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ । ସେହିପରି ଅଷ୍ଟ୍ରେଲିଆ କ୍ରିକେଟର ଗ୍ଲେନ ମାକ୍ସୱେଲ ୨୦୧୪ ମସିହାରେ ଟି୨୦ ଫର୍ମାଟରେ ପାକିସ୍ତାନ ବିପକ୍ଷରେ ୧୮ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ । ଏହା ସହିତ ସେ ୨୦୧୬ ମସିହାରେ ମଧ୍ୟ ଶ୍ରୀଲଙ୍କା ଅର୍ଦ୍ଧଶତକ ହାସଲ କରିଥିଲେ ।

ମାର୍କସ ଷ୍ଟୋଇନିସଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ଶ୍ରୀଲଙ୍କାକୁ ହରାଇ ଅଷ୍ଟ୍ରେଲିଆ ୭ ୱିକେଟରେ ବିଜୟ ଲାଭ କରିଛି । ବିସ୍ଫୋରକ ବ୍ୟାଟିଂ ବଳରେ ଶ୍ରୀଲଙ୍କା ହାତରୁ ମ୍ୟାଚ ଛଡାଇ ଆଣିଥିଲେ ଷ୍ଟୋଇନିସ । ଅଷ୍ଟ୍ରେଲିଆ ୧୪ ଓଭର ବେଳକୁ ୩ ୱିକେଟ ହରାଇ ୧୦୭ ରନ କରିଥିଲା । ଦଳକୁ ଜିତିବା ପାଇଁ ୩୬ ବଲରୁ ୫୦ ରନର ଆବଶ୍ୟକ ଥିଲା । ଏହା ପରେ ୧୫ ଓଭରରୁ ମାର୍କସ ଷ୍ଟୋଇନିସଙ୍କ ବ୍ୟାଟ ଚୌକା ଛକାରେ ଗର୍ଜିବାରେ ଲାଗିଥିଲା । ଆଖି ପିଛୁଳାକେ ବଦଳି ଯାଇଥିଲା ଖେଳର ମୋଡ । ଦଳ ୧୬.୩ ଓଭରରେ ୧୫୮ ରନର ଟାର୍ଗେଟ ହାସଲ କରିବାରେ ସଫଳ ହୋଇଥିଲା । ମାର୍କସ ଷ୍ଟୋଇନିସ ୧୮ ବଲରୁ ୬ଟି ଛକା ଏବଂ ୪ଟି ଚୌକା ସହିତ ସର୍ବାଧିକ ୫୯ ରନର ଇନିଂସ ଖେଳିଥିଲେ । ଶ୍ରୀଲଙ୍କା ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୫୭ ରନ କରିଥିଲା । ଏହାର ଜବାବରେ କଙ୍ଗାରୁ ଟିମ ୧୬.୩ ଓଭରରେ ୩ ୱିକେଟ ୧୫୮ ରନ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.