ETV Bharat / sports

T-20 WC: କମେଣ୍ଟ୍ରୀ ପ୍ୟାନେଲ୍‌ରେ ଷ୍ଟେନ୍‌-ୱାଟସନ

author img

By

Published : Oct 15, 2021, 8:59 PM IST

ICC ପୁରୁଷ ଟି-୨୦ ବିଶ୍ବକପ ୨୦୨୧ର କମେଣ୍ଟ୍ରୀ ପ୍ୟାନେଲ୍‌ରେ ଶେଷଥର ଟି-୨୦ ଟ୍ରଫି ଉଠାଇଥିବା କ୍ୟାପଟେନ ଡାରେନ ସାମିଙ୍କ ସମେତ ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର ଡେଲ ଷ୍ଟେନ ଓ ୨୦୧୨ ସଂସ୍କରଣର ପ୍ଲେଆର ଅଫ୍‌ ଦ ଟୁର୍ଣ୍ଣାମେଣ୍ଟ ହୋଇଥିବା ସେନ ୱାଟସନ୍‌ ରହିଛନ୍ତି । ଅଧିକ ପଢନ୍ତୁ...

T20 WC: Dale Steyn, Shane Watson part of commentary panel
T20 WC: କମେଣ୍ଟ୍ରୀ ପ୍ୟାନେଲ୍‌ରେ ଷ୍ଟେନ୍‌ ଓ ୱାଟସନ୍‌

ଦୁବାଇ: ଆଉ ମାତ୍ର ଗୋଟିଏ ଦିନ ପରେ ଆରମ୍ଭ ହେବାକୁ ଯାଉଛି ଫଟାଫଟ୍‌ କ୍ରିକେଟର ମହାକୁମ୍ଭ ଟି-୨୦ ବିଶ୍ବକପ । ବିଶ୍ବର ସମସ୍ତ ପ୍ରାନ୍ତରେ କ୍ରିକେଟ ଓ ସ୍ପୋର୍ଟ୍ସ ଫ୍ୟାନ୍ସ ICC ପୁରୁଷ ଟି-୨୦ ବିଶ୍ବକପ ୨୦୨୧ର ପ୍ରସାରଣକୁ ଉପଭୋଗ କରିପାରିବେ । ଅକ୍ଟୋବର ୧୭, ରବିବାର ଦିନ ୫ ବର୍ଷ ପରେ ଏହି ମେଗା ଟୁର୍ଣ୍ଣାମେଣ୍ଟ ଫେରିବାକୁ ଯାଉଛି । UAE ଓ ଓମାନରେ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍‌ ଖେଳାଯିବାକୁ ଥିବାବେଳେ ୧୪ ନଭେମ୍ବରରେ ଫାଇନାଲ ମ୍ୟାଚ୍‌ ଖେଳାଯିବ ।

ଏହି ମେଗା ଟୁର୍ଣ୍ଣାମେଣ୍ଟର କମେଣ୍ଟ୍ରୀ ପ୍ୟାନେଲ ଘୋଷଣା ହୋଇଛି । ଘୋଷିତ ତାଲିକାରେ ଶେଷଥର ଟି-୨୦ ଟ୍ରଫି ଉଠାଇଥିବା କ୍ୟାପଟେନ ଡାରେନ ସାମିଙ୍କ ସମେତ ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର ଡେଲ ଷ୍ଟେନ ଓ ୨୦୧୨ ସଂସ୍କରଣର ପ୍ଲେଆର ଅଫ୍‌ ଦ ଟୁର୍ଣ୍ଣାମେଣ୍ଟ ହୋଇଥିବା ସେନ ୱାଟସନ୍‌ ରହିଛନ୍ତି ।

ଏଥିସହ ଅଭିଜ୍ଞ କମେଣ୍ଟେଟର ନାସିର ହୁସେନ, ହର୍ଷ ଭୋଗଲେ, ଇଆନ ବିଶପ, ନାଟାଲେ ଜର୍ମାନସ, ସୁନୀଲ ଗାଭାସ୍କର, ମାଇକେଲ ଆଥରଟନ, ସାଇମନ ଡଲ, ରସେଲ ଆରନଲ୍‌ଡୋ, ଅଞ୍ଜୁମ ଚୋପ୍ରା, ମୁରଲି କାର୍ତ୍ତିକ, ଅଖର ଅଲି ଖାନ, ବାଜିଦ ଖାନ, ପ୍ରିଷ୍ଟନ ମୋମସନ, ଡାନି ମୋରିସନ, ମାର୍କ ନିକୋଲାସ, ନିଅଲ ଓ ବ୍ରାଏନ ଓ ଆଲାନ ୱିଲକିନ୍‌ସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.