ETV Bharat / sports

T20 WC: ବାଂଲାଦେଶକୁ ସାହା ହେଲେ ସାକିବ୍‌, ଓମାନ ସାମ୍ନାରେ ଟାର୍ଗେଟ ୧୫୪

author img

By

Published : Oct 19, 2021, 9:57 PM IST

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି କରିବା ପରେ ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ ହରାଇ ୧୫୩ ରନ୍‌ ସଂଗ୍ରହ କରିଛି ବାଂଲଦେଶ । ଅଧିକ ପଢନ୍ତୁ...

T20 WC: Bangladesh set a target of 154 runs vs oman
T20 WC: ବାଂଲାଦେଶକୁ ସାହା ହେଲେ ସାକିବ୍‌, ଓମାନ ସାମ୍ନାରେ ଟାର୍ଗେଟ ୧୫୪

ମସକଟ୍‌(ଓମାନ): ଚଳିତ ଟି-୨୦ ବିଶ୍ବକପର ଗ୍ରୁପ ବି' ରାଉଣ୍ଡ ୧ ପର୍ଯ୍ୟାୟ ମ୍ୟାଚ୍‌ ବାଂଲାଦେଶ ଓ ଓମାନ ମଧ୍ୟରେ ଜାରିରହିଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି କରିବା ପରେ ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ ହରାଇ ୧୫୩ ରନ୍‌ ସଂଗ୍ରହ କରିଛି ବାଂଲଦେଶ ।

ଟିମ ପକ୍ଷରୁ ଓପନର ମହମ୍ମଦ ନେଇମ ସର୍ବାଧିକ ୬୪ ରନ୍‌ର ଇଂନିସ ଖେଳିଛନ୍ତି । ୫୦ ବଲ୍‌ରୁ ୩ଟି ଚୌକା ଓ ୪ଟି ଛକା ସହାୟତାରେ ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି ନେଇମ । ସେହିପରି ସାକିବ-ଅଲ୍‌ ହସନ ୨୯ ବଲ୍‌ରୁ ଦ୍ରୁତ ୪୨ ରନ୍‌ର ଇଂନିସ ଖେଳିଛନ୍ତି ।

ତେବେ ଅନ୍ୟ କୌଣସି ବ୍ୟାଟର ସଫଳ ହୋଇନଥିଲେ । ଲିଟନ ଦାସ ୬, ମେହେଦୀ ହସନ ୦, କ୍ୟାପଟେନ ମହମୁଦୁଲ୍ଲା ୧୭ ଓ ମୁସଫିକର ରହୀମ ୬ ରନ୍‌ କରି ନିରାଶ କରିଥିଲେ । ଏପରିକି ୮ଜଣ ବ୍ୟାଟ୍‌ର ଦୁଇଅଙ୍କ ସ୍କୋର ଛୁଇଁ ପାରିନଥିଲେ ।

ଅନ୍ୟପଟେ ଓମାନ ପକ୍ଷରୁ ବିଲାଲ ଖାନ୍‌ ଓ ଫୟଜ ବଟ୍ଟ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । କଲିମୁଲ୍ଲାଙ୍କୁ ୨ଟି ଓ ଜିସନ ମକସୁଦଙ୍କୁ ଗୋଟିଏ ୱିକେଟ ମିଳିଛି ।

ପ୍ରଥମ ମ୍ୟାଚ୍‌ରେ ସ୍କଟ୍‌ଲାଣ୍ଡ୍‌ ଠାରୁ ବାଂଲାଦେଶ ପରାସ୍ତ ହୋଇଥିବାରୁ ଏହି ମ୍ୟାଚ୍‌ରେ ନିଶ୍ଚିନ୍ତ ବିଜୟ ଆବଶ୍ୟକ କରୁଛି । ଅନପଟେ ଓମାନ ପ୍ରଥମ ମ୍ୟାଚ୍‌ରେ ପପୁଆ ନ୍ୟୁ ଗିନିଆକୁ ହରାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.