ETV Bharat / sports

T20 WC: ପରଲୋକରେ ଆବୁଧାବି ମୁଖ୍ୟ କ୍ୟୁରେଟର ମୋହନ ସିଂହ

ଶୈଖ ଜାଏଦ ଷ୍ଟାଡିୟମର ମୁଖ୍ୟ ପିଚ୍‌ ପ୍ରସ୍ତୁତକର୍ତ୍ତା(କ୍ୟୁରେଟର) ମୋହନ ସିଂହଙ୍କ ଦେହାନ୍ତ । ଅଧିକ ପଢନ୍ତୁ...

T20 WC: Abu Dhabi chief curator Mohan Singh passes away ahead of Afghan-NZ game
T20 WC: ପରଲୋକରେ ଆବୁଧାବି ମୁଖ୍ୟ କ୍ୟୁରେଟର ମୋହନ ସିଂହଙ୍କ
author img

By

Published : Nov 7, 2021, 8:56 PM IST

ଆବୁଧାବି: ଆଉ ନାହାନ୍ତି ଶୈଖ ଜାଏଦ ଷ୍ଟାଡିୟମର ମୁଖ୍ୟ ପିଚ୍‌ ପ୍ରସ୍ତୁତକର୍ତ୍ତା(କ୍ୟୁରେଟର) ମୋହନ ସିଂହ । ଚଳିତ ଟି-୨୦ ବିଶ୍ବକପରେ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ତାଙ୍କର ଦେହାନ୍ତ ହୋଇଥିଲା । ନିଜ ରୁମ୍‌ରେ ତାଙ୍କୁ ମୃତ ଅବସ୍ଥାରେ ଦେଖାଯାଇଥିଲା ।

ପଞ୍ଜାବର ମୋହାଲିରେ ଜନ୍ମିତ ଭେଟେରାନ କ୍ୟୁରେଟର ମୋହନ ସିଂହ ସେପ୍ଟେମ୍ବର ୨୦୦୪ରେ କ୍ୟୁରେଟର ଟ୍ରେନିଂ ପରେ ଅବୁଧାବି ଚାଲିଆସିଥିଲେ । ପୂର୍ବରୁ ମୋହାଲିର ପଞ୍ଜାବ କ୍ରିକେଟ ଷ୍ଟାଡିୟମରେ ସେ କାର୍ଯ୍ୟ କରିଛନ୍ତି । ୧୯୯୪ ଠାରୁ ପ୍ରଥମେ ଜଣେ ଗ୍ରାଉଣ୍ଡ ସୁପରଭାଇଜର ଓ କୋଚ୍‌ଙ୍କୁ ସହାୟତାକାରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ।

ମୋହନଙ୍କ ମୃତ୍ୟୁରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ଓ ଆବୁଧାବି କ୍ରିକେଟ ଗଭୀର ଶୋକବ୍ୟକ୍ତ କରିଛି ।

ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶୈଖ ଜାଏଦ ଷ୍ଟାଡିୟମ ଆବୁଧାବିରେ ଶେଷ ସୁପର ୧୨ ମୁକାବିଲା ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ବିଜୟୀ ହେବାସହ ସେମିଫାଇନାଲରେ ସ୍ଥାନ ପକ୍କା କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.