ଶାରଜା: ମହିଳା ଟି-ଟ୍ବେଣ୍ଟି ଚ୍ୟାଲେଞ୍ଜ 2020ରେ ଆଜି (ଗୁରୁବାର) ଟ୍ରେଲ ବ୍ଲେଜର୍ସ ଓ ଭେଲୋସିଟି ଟିମ ମଧ୍ୟରେ ଦେଖିବାକୁ ମିଳିବ କଡା ଟକ୍କର । ଭେଲୋସିଟି ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଗତକାଲି(ବୁଧବାର) ସୁପରନୋଭା ଦଳକୁ 5 ୱିକେଟରେ ହରାଇଥିଲା ଭେଲୋସିଟି ଦଳ। ଏଥିପାଇଁ ବର୍ତ୍ତମାନ ଭେଲୋସିଟି ଦଳ ପାଖରେ ମୋମେଣ୍ଟମ୍ ରହିଛି ।
ସେପଟେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଖେଳିବାକୁ ଯାଉଛି ସ୍ମୃତି ମନ୍ଧାନାଙ୍କ ଦଳ ଟ୍ରେଲ ବ୍ଲେଜର୍ସ । ଗତ ଟୁର୍ଣ୍ଣାମେଣ୍ଟରେ ସେତେଟା ଭଲ ପ୍ରଦର୍ଶନ କରି ପାରିନଥିଲା ଟିମ୍ । ଏହି ଚଳିତ ସିଜନରେ ଭଲ ପ୍ରଦର୍ଶନ କରି ଟାଇଟଲ ନିଜ ନାମରେ କରିବାକୁ ଚାହିଁବ ଟିମ । ଟିମର ଭଲ ପ୍ରଦର୍ଶନ ନେଇ ଆଶାବାଦୀ ରହିଛନ୍ତି ଟ୍ରେଲବ୍ଲେଜର୍ସ ଅଧିନାୟିକା ସ୍ମୃତି ମନ୍ଧାନା ।
ଏହାସହ ଭେଲୋସିଟି ଦଳର ଚୂଡାନ୍ତ ଏକାଦଶରେ ସାମିଲ ହୋଇଛନ୍ତି ଓଡ଼ିଆ ଝିଅ ଶୁଶ୍ରୀ ଦିବ୍ୟଦର୍ଶିନୀ । ଆଜିର ମ୍ୟାଚରେ ତାଙ୍କ ପ୍ରଦର୍ଶନ ଉପରେ ସଭିଙ୍କ ରହିବ ନଜର । ଗତ ମ୍ୟାଚରେ ସେ ଅନ୍ତିମ ଏକାଦଶରେ ସାମିଲ ହୋଇ ପାରିନଥିଲେ।
ଟ୍ରେଲ ବ୍ଲେଜର୍ସ ଚୂଡ଼ାନ୍ତ ଏକାଦଶ :
ସ୍ମୃତି ମନ୍ଧାନା, ଡେଣ୍ଡ୍ରା ଦଟିନ, ରିଚା ଘୋଷ, ହାର୍ଲେନ ଦେଓଲ, ଦୀପ୍ତି ଶର୍ମା, ଦୟାଲନ ହେମଲତା, ନାଟାକାନ ଚାନ୍ତମ, ସଲମା ଖାତୁନ, ସୋଫି ଏକ୍ଲେଷ୍ଟୋନ, ରାଜେଶ୍ୱରୀ ଗାୟକୱାଡ ଓ ଝୁଲଣ ଗୋସ୍ବାମୀ।
ଭେଲୋସିଟି ଚୂଡ଼ାନ୍ତ ଏକାଦଶ :
ସେଫାଳି ବର୍ମା, ଡାନିଏଲ ୱାଟ, ମତାଲି ରାଜ, ବେଦ କ୍ରୀଷ୍ଣାମୂର୍ତ୍ତୀ, ସୁଷମା ବର୍ମା, ସ୍ୟୁନ ଲ୍ୟୁସ, ଶିଖା ପାଣ୍ଡେ, ଶୁଶ୍ରୀ ଦିବ୍ୟଦର୍ଶିନୀ, ଏକତା ବିଷ୍ତ, ଲେଘ କାସ୍ପରିକ ଓ ଜାହାନାରା ଆଲମ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ