ETV Bharat / sports

T20 WC: ଆଜି ଆଫଗାନିସ୍ତାନ-ସ୍କଟଲାଣ୍ଡ ମୁକାବିଲା - ଟି-ଟ୍ବେଣ୍ଟି

ଟି-ଟ୍ବେଣ୍ଟି ବିଶ୍ବକପରେ ଆଜି(ସୋମବାର) ୧୭ତମ ମ୍ୟାଚ ଖେଳାଯିବ । ଏଥିରେ ସ୍କଟଲାଣ୍ଡ ବିପକ୍ଷରେ ଆଫଗାନିସ୍ତାନ ତାର ପ୍ରଥମ ଟ୍ବେଣ୍ଟି ଟ୍ବେଣ୍ଟି ଅଭିଯାନ ଆରମ୍ଭ କରିବ । ଅଧିକ ପଢନ୍ତ...

T20 WC: ଆଜି ଆଫଗାନିସ୍ତାନ ସ୍କଟଲାଣ୍ଡ ମୁକାବିଲା

author img

By

Published : Oct 25, 2021, 9:04 AM IST

ଦୁବାଇ: ଟି-ଟ୍ବେଣ୍ଟି ବିଶ୍ବକପରେ ଆଜି(ସୋମବାର) ୧୭ତମ ମ୍ୟାଚ ଖେଳାଯିବ । ଏଥିରେ ସ୍କଟଲାଣ୍ଡ ବିପକ୍ଷରେ ଆଫଗାନିସ୍ତାନ ତାର ପ୍ରଥମ ଟ୍ବେଣ୍ଟି ଟ୍ବେଣ୍ଟି ଅଭିଯାନ ଆରମ୍ଭ କରିବ । ଆଫଗାନକୁ ତାଲିବାନ କବଜା କରିବା ପରେ ଦଳ ଭଲ ସ୍ଥିତିରେ ନାହିଁ । ଏପଟେ ଅଧିନାୟକ ପଦରୁ ରସିଦ ଖାନ ଓହରିବା ଦଳକୁ ଏକ ଆଉ ଏକ ଝଟକା ଦେଇଥିଲା । ରାସିଦଙ୍କ ପରେ ମହମ୍ମଦ ବନି ଦଳର ନେତୃତ୍ବ ନେଇଥିଲେ । ଦଳ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି ।

ପ୍ରଥମ ମ୍ୟାଚରେ ଆଫଗାନିସ୍ତାନ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହୋଇଥିଲା । ହେଲେ ଦ୍ବିତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ମାତ ଦେଇ ସୁପର-୧୨ରେ ଆଶା ଉଜ୍ଜୀବିତ କରିଥିଲା । ଦଳର ଉଭୟ ବୋଲିଂ ଓ ବ୍ୟାଟିଂ ସ୍ଥିତି ଭଲ ରହିଛି । ବ୍ୟାଟିଂରେ ମହମ୍ମଦ ଶାହଜାଦ ଓ ହାଜ୍ରାତୁଲ୍ଲାଙ୍କ ଉପରେ ବିଶେଷ ନଜର ରହିବ । ବୋଲିଂରେ ସ୍ପିନର ରସିଦ, ନବି ଓ ମୁଜୀବ ଉର ରହମାନ ଯେ କୌଣସି ବ୍ୟାଟ୍ସମ୍ୟାନଙ୍କୁ ଅଡୁଆରେ ପକାଇ ପାରନ୍ତି ।

ଅନ୍ୟପକ୍ଷେ ସ୍କଟଲାଣ୍ଡ ପ୍ରଥମ ରାଉଣ୍ଡରେ ବାଂଲାଦେଶକୁ ହରାଇବା ପରେ ୩ଟି ଯାକ ମ୍ୟାଚ ଜିତି ଦୃଢ ମନୋବଳ ସହିତ ସୁପର-୧୨ରେ ସାମିଲ ହୋଇଛି । ନୂଆ ବୋଲର ବ୍ରାଡଲି ଓ ଜୋସ ଚମତ୍କାର ବୋଲିଂ କୌଶଳ ଜାଣିଛନ୍ତି । ବାମହାତୀ ସ୍ପିନର ମାର୍କ ୱାଟଙ୍କ ପ୍ରଦର୍ଶନ ବି କାମ ଦେବ ।

ସାମ୍ଭାବ୍ୟ ଆଫଗାନିସ୍ତାନ ଏକାଦଶ : ହଜରତୁଲ୍ଲା ଜଜାଇ, ମହମ୍ମଦ ଶାହଜାଦ, ରାହମନୁଲ୍ଲା ଗୁର୍ବାଜ, ନଜିବୁଲ୍ଲା ଜଦ୍ରାନ, ମଦମ୍ମଦ ନବି(ଅଧିନାୟକ), ଅସଘର ଆଫଘାନସ, ଗୁଲବଦ୍ଦିନ ନୈବ, କରିମ ଜନତ, ରସିଦ ଖାନ, ମୁଜୀବ ଉର ରହମାନ, ନବୀମ ଉଲ ହକ ।

ସାମ୍ଭାବ୍ୟ ସ୍କଟଲାଣ୍ଡ ଏକାଦଶ: ଜର୍ଜ ମୁନସି, କାଇଲ କୋଏଜର(ଅଧିନାୟକ), ମ୍ୟାଥ୍ୟୁ କ୍ରସ, ରିଚି ବେରିଂଟନ, କ୍ରିସ ଗ୍ରେଭ୍ସ, କଲମ ମ୍ୟାକଲିଓଡ, ମାଇକେଲ ଲିସ୍କ, ମାର୍କ ୱାର୍ଟ. ଜୋସ ଡାଭି, ସାଫିଆନ ସରିଫ, ବ୍ରାଡଲି ହ୍ବିଲ୍ ।

ବ୍ୟୁରେ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.