ETV Bharat / sports

T20 World Cup: ଓମାନକୁ ହରାଇ ସୁପର-୧୨ରେ ସ୍କଟଲାଣ୍ଡ

ଲଗାତାର ୩ ଟି ମ୍ୟାଚ ଜିତି ସୁପର-୧୨ରେ ସ୍ଥାନ ପକ୍କା କରିଛି ସ୍କଟଲାଣ୍ଡ । ଗତକାଲି ଅନୁଷ୍ଠିତ ମ୍ୟାଚରେ ଓମାନ ବିପକ୍ଷରେ ୮ ୱିକେଟରେ ସହଜ ବିଜୟ ହାସଲ କରିଛି ସ୍କଟଲାଣ୍ଡ । ଅଧିକ ପଢନ୍ତୁ...

author img

By

Published : Oct 22, 2021, 8:34 AM IST

ଓମାନକୁ ହରାଇ ସୁପର-୧୨ରେ ସ୍କଟଲାଣ୍ଡ
ଓମାନକୁ ହରାଇ ସୁପର-୧୨ରେ ସ୍କଟଲାଣ୍ଡ

ମସ୍କାଟ: ଚଳିତ ଟି-ଟ୍ବେଣ୍ଟିରେ ସ୍କଟଲାଣ୍ଡର ଜବରଦସ୍ତ ଜଲୱା ଦେଖିବାକୁ ମିଳିଛି । ଲଗତାର ୩ ଟି ମ୍ୟାଚ ଜିତି ସୁପର-୧୨ରେ ସ୍ଥାନ ପକ୍କା କରିଛି ସ୍କଟଲାଣ୍ଡ । ଗତକାଲି ଅନୁଷ୍ଠିତ ମ୍ୟାଚରେ ଓମାନ ବିପକ୍ଷରେ ୮ ୱିକେଟରେ ସହଜ ବିଜୟ ହାସଲ କରିଛି ସ୍କଟଲାଣ୍ଡ । ୩ଟି ୱିକେଟ ନେଇ ବିଜୟରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା ଜୋସ ଡାଭେ ମ୍ୟାନ ଅଫ ଦ ମ୍ୟାଚ ହୋଇଛନ୍ତି ।

ଟସ ଜିତି ଓମାନ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମ ବଲରେ ଜତିନ୍ଦର ସିଂହ ଆଉଟ ହୋଇଥିଲେ । ପରେ ପରେ କଶ୍ୟପ ପ୍ରଜାପତି ୩ରନରେ ପାଭିଲିୟନ ଫେରିଥିଲେ । ଅନ୍ୟ ଓପନର ଆକିବ ଇଲ୍ୟାସ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୫୧ରେ ପହଞ୍ଚାଇଥିଲେ । ମଧ୍ୟଭାଗରେ ମହମ୍ମଦ ନଦିମ ଓ ଜୀସନ ମାକସୁଦଙ୍କ ଉପଯୋଗୀ ଭାଗିଦାରୀରେ ଦଳୀୟ ସ୍କୋର ୭୯ରେ ପହଞ୍ଚିଥିଲା । ସମୁଦାୟ ଓଭରରେ ଓମାନ ୧୨୨ ରନ କରି ଅଲଆଉଟ ହୋଇଥିଲା । ସ୍କଟଲାଣ୍ଡ ପକ୍ଷରୁ ଜୋସ ଡାଭେ ୩ଟି ଓ ମାଇକେଲ ଲିସ୍କ ୨ଟି ଲେଖାଏଁ ୱିକେଟ ହାସଲ କରିଛନ୍ତି ।

୧୨୩ ରନ ପିଛା କରି ପାଳି ଆରମ୍ଭ କରିଥିଲା ସ୍କଟଲାଣ୍ଡ । ବେଶି କିଛି ପରିଶ୍ରମ କରିବାକୁ ପଡିନଥିଲା ଦଳକୁ । ଦୁଇ ଓପନର ଜର୍ଜ ମୁନସି ଓ କେଲି କୋଏଜର ୩୩ ରନ ସଂଗ୍ରହ କରିଥିଲେ । ପ୍ରଥମ ୱିକେଟ ଭାବରେ ମୁନସି ଆଉଟ ହୋଇଥିଲେ । କୋଏଜର ଦର୍ଶନୀୟ ସଟ ଖେଳି ରନକୁ ଆଗେଇ ନେଇଥିଲେ । ଦଳୀୟ ସ୍କୋର ୭୫ ବେଳକୁ ଦ୍ବିତୀୟ ୱିକେଟ ପତନ ହୋଇଥିଲା । ଦଳକୁ ଏତେ କଷ୍ଟ କରିବାକୁ ପଡି ନଥିଲା । ୩ ଓଭର ଥାଇ ଦଳ ଆବଶ୍ୟାକୀୟ ରନ ସଂଗ୍ରହ କରି ନେଇଥିଲା । ଏହି ବିଜୟ ସହିତ ସୁପର-୧୨ରେ ସ୍ଥାନ ପକ୍କା କରିଛି ସ୍କଟଲାଣ୍ଡ । ଗ୍ରୁପ-ବିରେ ସ୍କଟଲାଣ୍ଡ ମୋଟ ୬ ପଏଣ୍ଟ ହାସଲ କରି ଶୀର୍ଷ ସ୍ଥାନ ଦଖଲ କରିଛି । ବାଂଲାଦେଶ ୪ ପଏଣ୍ଟ ସହ ଦ୍ବିତୀୟ ଓ ଓମାନ ତୃତୀୟ ସ୍ଥାନ ସହିତ ତାର ଅଭିଯାନ ଶେଷ କରିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.