ETV Bharat / sports

ମିନି ନିଲାମୀ ପୂର୍ବରୁ ଷ୍ଟିଭ ସ୍ମିଥଙ୍କୁ ରିଲିଜ କଲା ରାଜସ୍ଥାନ ରୟାଲ୍ସ

author img

By

Published : Jan 20, 2021, 6:34 PM IST

ମିନି ଅକ୍ସନ ପୂର୍ବରୁ ରାଜସ୍ଥାନ ରୟାଲ୍ସର ଷ୍ଟାର ଖେଳାଳି ଷ୍ଟିଭ ସ୍ମିଥଙ୍କୁ ରିଲିଜ କରିବାକୁ ନିଷ୍ପତ୍ତି ନେଇଛି। ଗତ ଆଇପିଏଲ ସଂସ୍କରଣରେ ପଏଣ୍ଟ ତାଲିକାର ସର୍ବନିମ୍ନରେ ରହିଥିଲା ରାଜସ୍ଥାନ। ଅଧିକ ପଢ଼ନ୍ତୁ...

rajasthan royals releases steve smith before ipl mini auction
ମିନି ନିଲାମୀ ପୂର୍ବରୁ ଷ୍ଟିଭ ସ୍ମିଥଙ୍କୁ ରିଲିଜ କଲା ରାଜସ୍ଥାନ ରୟାଲ୍ସ

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ମାସରେ ଆଇପିଏଲ 14 ସଂସ୍କରଣ ପାଇଁ ଖେଳାଳିଙ୍କ ମିନି ନିଲାମୀ ପ୍ରକ୍ରିୟା ହେବ। ଏହି ମିନି ଅକ୍ସନ ପୂର୍ବରୁ ରାଜସ୍ଥାନ ରୟାଲ୍ସର ଷ୍ଟାର ଖେଳାଳି ଷ୍ଟିଭ ସ୍ମିଥଙ୍କୁ ରିଲିଜ କରିବାକୁ ନିଷ୍ପତ୍ତି ନେଇଛି। ଷ୍ଟିଭ ସ୍ମିଥଙ୍କୁ ନେଇ ରାଜସ୍ଥାନ ଫ୍ରାଞ୍ଚାଇଜରେ ଅନେକ ଥର ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।

ଆଇପିଏଲ 14 ସଂସ୍କରଣ ନିଲାମୀ ପାଇଁ ଖେଳାଳିଙ୍କ ସୂଚୀ ପଠାଇବା ପାଇଁ ଜାନୁଆରୀ 20 ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲା ବିସିସିଆଇ। ଏଥିପାଇଁ ଏହା ପୂର୍ବରୁ ପ୍ରାୟ ସମସ୍ତ ଫ୍ରାଞ୍ଚାଇଜି କେଉଁ ଖେଳାଳିଙ୍କୁ ରଖିବେ ଓ କେଉଁ ଖେଳାଳିଙ୍କୁ ରିଲିଜ କରିବେ ସେନେଇ ନିଷ୍ପତ୍ତି ନେଇଛନ୍ତି।

ଷ୍ଟିଭ ସ୍ମିଥ 2014, 2015, 2019 ଓ 2020 ଆଇପିଏଲ ସିଜିନରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ। ଗତ ଆଇପିଏଲ ସଂସ୍କରଣରେ ପଏଣ୍ଟ ତାଲିକାର ସର୍ବନିମ୍ନରେ ରହିଥିଲା ରାଜସ୍ଥାନ। ଏଥିପାଇଁ ଷ୍ଟିଭ ସ୍ମିଥଙ୍କୁ ରିଲିଜ କରାଯାଇଥିବା ନେଇ ଚର୍ଚ୍ଚା ହେଉଛି। ଏହାକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା ସଙ୍କେତ ମଧ୍ୟ ଦେଇଥିଲେ। ଏକ ଟ୍ବିଟ କରି ସେ କହିଥିଲେ ଯେ, ବର୍ତ୍ତମାନ ପୂର୍ବ ଚାମ୍ପିଆନ ପାଇଁ ଜଣେ ନୂଆ ଅଧିନାୟକ ଚୟନ କରିବା ସମୟ ଆସି ଯାଇଛି। ଷ୍ଟିଭ ସ୍ମିଥଙ୍କ ନେତୃତ୍ବରେ ରାଜସ୍ଥାନ ରୟାଲ୍ସ ଗତ ସିଜନରେ ଆଖି ଦୃଶିଆ ପ୍ରଦର୍ଶନ କରି ପାରିନଥିଲା।

ଦଳରେ ବେନ ଷ୍ଟୋକସ ସାମିଲ ହେବା ସତ୍ତ୍ବେ ଦଳ ଭଲ ପ୍ରଦର୍ଶନ କରି ପାରିନଥିଲା। ସ୍ମିଥ 14ଟି ଲିଗ ମ୍ୟାଚ ଖେଳି 131 ଷ୍ଟ୍ରାଇକ ରେଟରେ 311 ହିଁ କରି ପାରିଥିଲେ। ଯେଉଁଥିରେ 3ଟି ଅର୍ଦ୍ଧ ଶତକ ରହିଥିଲା। ବର୍ତ୍ତମାନ ସଞ୍ଜୁ ସାମସନ ରାଜସ୍ଥାନ ରୟାଲ୍ସର ଅଧିନାୟକ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।

@ani

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.