ETV Bharat / sports

ଆଇପିଏଲ ଇତିହାସରେ ପ୍ରଥମ, ସମାନ ସମୟରେ ଲଢିବେ ୪ ଟିମ - ଆଇପିଏଲ ୨୦୨୧

ଚଳିତ ଆଇପିଏଲର ଶେଷ ଦୁଇ ଲିଗ୍‌ ମ୍ୟାଚ୍‌ ସମାନ ସମୟରେ ଖେଳାଯିବ । ଅଧିକ ପଢନ୍ତୁ...

Last two IPL league games to be held at same time; new IPL teams to be announced on Oct 25
ଆଇପିଏଲ ଇତିହାସରେ ପ୍ରଥମ, ସମାନ ସମୟରେ ଲଢିବେ ୪ଟି ଟିମ
author img

By

Published : Sep 28, 2021, 10:56 PM IST

ଦୁବାଇ: ଆଇପିଏଲ ଗଭର୍ଣ୍ଣିଂ କାଉନସିଲ୍‌ ମଙ୍ଗଳବାର ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛି । UAEରେ ଖେଳାଯାଉଥିବା ଆଇପିଏଲ ୨୦୨୧ ଟୁର୍ଣ୍ଣାମେଣ୍ଟର ମ୍ୟାଚ୍‌ ସମୟ ହଠାତ୍‌ ବଦଳିଛି । ଚଳିତ ଆଇପିଏଲର ଶେଷ ଦୁଇ ଲିଗ୍‌ ମ୍ୟାଚ୍‌ ସମାନ ସମୟରେ ଖେଳାଯିବ। ଅର୍ଥାତ ଗୋଟିଏ ସମୟରେ ୪ଟି ଦଳ ଲଢ଼େଇ କରିବେ ।

ସାଧାରଣତଃ ଗୋଟିଏ ଦିନରେ ଦୁଇଟି ମ୍ୟାଚ୍‌ ବା ଡବଲହେଡର ମ୍ୟାଚ୍‌ ଥିଲେ ପ୍ରଥମଟି ଭାରତୀୟ ସମୟ ଅପରାହ୍ନ ୩.୩୦ ଓ ଦ୍ବିତୀୟ ମ୍ୟାଚ ସନ୍ଧ୍ୟା ୭.୩୦ରୁ ଆରମ୍ଭ ହୁଏ । ମାତ୍ର ବିସିସିଆଇ ଆଜି ହଠାତ୍‌ ଶେଷ ଦୁଇ ଲିଗ୍‌ ମ୍ୟାଚ୍‌ ସମୟରେ ପରିବର୍ତ୍ତନ କରିଛି ।

ବିସିସିଆଇ ସମ୍ପାଦକ ଜୟ ଶାହା ଏକ ବିବୃତିରେ ରଖିଥିବା ଘୋଷଣା ଅନୁଯାୟୀ, ଅକ୍ଟୋବର ୮ ଅର୍ଥାତ ଲିଗ୍‌ ମ୍ୟାଚ୍‌ର ଶେଷ ଦିନରେ ଦୁଇଟି ମ୍ୟାଚ୍‌ ଖେଳାଯିବ। ଅପରାହ୍ନରେ ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଓ ସନ୍ଧ୍ୟାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଲଢେଇ ହେବାର ଥିଲା । ମାତ୍ର ବୋର୍ଡର ଘୋଷଣା ଅନୁଯାୟୀ, ଏବେ ଦୁଇଟି ଯାକ ମ୍ୟାଚ୍‌ ଭାରତୀୟ ସମୟ ୭.୩୦ରେ ଆରମ୍ଭ ହେବ। ଏହା ଆଇପିଏଲ ଇତିହାସରେ ପ୍ରଥମ ।

ଶେଷ ଲିଗ୍‌ ମ୍ୟାଚ ହୋଇଥିବାରୁ କୌଣସି ଟିମକୁ ପ୍ଲେ-ଅଫ ପର୍ଯ୍ୟାୟକୁ ଯୋଗ୍ୟତା ଅର୍ଜନ କରିବାକୁ ସାମାନ୍ୟତମ ଗାଣିତିକ ସୁଯୋଗ ଏଡାଇବାକୁ ଏପରି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି ।

ସେହିପରି ୨୦୨୨ ସଂସ୍କରଣରେ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ସାମିଲ ହେବାକୁ ଥିବା ନୂଆ ଦୁଇଟି ଟିମର ନାମ ଘୋଷଣ ଅକ୍ଟୋବର ୨୫ରେ ହେବାନେଇ BCCI ସ୍ପଷ୍ଟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.