ETV Bharat / sports

T20 WC: CSK ନିବାସ-'Th8 Palm' ପାଲଟିବ ଟିମ ଇଣ୍ଡିଆର ନୂଆ ଠିକଣା - ଟି-୨୦ ବିଶ୍ବକପ

ଆଇପିଏଲ ଟୁର୍ଣ୍ଣାମେଣ୍ଟ ସମୟରେ ଚେନ୍ନାଇ ସୁପର କିଙ୍ଗ୍ସ ରହୁଥିବା ଟିମ ହୋଟେଲ୍‌ରେ ରହିବେ ଟି-୨୦ ବିଶ୍ବକପ ଭାରତୀୟ ଟିମ । ଅଧିକ ପଢନ୍ତୁ...

CSK's den likely to be Team India's home for T20 WC; Support staff to land in Dubai on Oct 2
T20 WC: CSK ନିବାସ-'Th8 Palm' ପାଲଟିବ ଟିମ ଇଣ୍ଡିଆର ନୂଆ ଠିକଣା
author img

By

Published : Sep 27, 2021, 9:11 PM IST

ନୂଆଦିଲ୍ଲୀ: ଆଇପିଏଲ ଟିମ ଚେନ୍ନାଇ ସୁପର କିଙ୍ଗ୍ସ(CSK) ନିବାସ- 'Th8 Palm' ପାଲଟିବ ଟିମ ଇଣ୍ଡିଆର ନୂଆ ଠିକଣା । ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସଂସ୍କରଣ ଫାଇନାଲ ମ୍ୟାଚ୍‌ର ଦୁଇ ଦିନ ପରେ UAE ଓ ଓମାନରେ ଆରମ୍ଭ ହେବ ଫଟାଫଟ କ୍ରିକେଟର ମହାକୁମ୍ଭ ଟି-୨୦ ବିଶ୍ବକପ । ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟ ସମୟରେ ଚେନ୍ନାଇ ସୁପର କିଙ୍ଗ୍ସ ରହୁଥିବା ଟିମ ହୋଟେଲ୍‌ରେ ଭାରତୀୟ ଟିମର ଖେଳାଳିମାନେ ରହିବା ନେଇ ଜଣାପଡିଛି । ମେଗା ବିଶ୍ବକପ ଇଭେଣ୍ଟ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) CSK ଖେଳାଳି ରହୁଥିବା ଟିମ ହୋଟେଲକୁ ଚୟନ କରିଛି ।

ଭାରତୀୟ ଟିମ ଅକ୍ଟୋବର ୨୪ରେ ବିଶ୍ବକପ ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲା ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ସହ ଖେଳିବ । ସମସ୍ତ ପୂର୍ବରୁ ଘୋଷିତ ଭାରତୀୟ ବିଶ୍ବକପ ଟିମର ଖେଳାଳି UAE ରେ ଆଇପିଏଲ ଖେଳୁଛନ୍ତି । ତେବେ ସପୋର୍ଟ ଷ୍ଟାଫ ଅକ୍ଟୋବର ୨ରେ ଟିମ ସହ ସାମିଲ ହେବେ । ମାତ୍ର ୬ ଦିନ ବାଧ୍ୟତାମୂଳକ କ୍ବାରେଣ୍ଟିନରେ ରହିବା ପରେ ଟି-୨୦ ବିଶ୍ବକପ ବାୟୋବବଲରେ ପ୍ରବେଶ କରିବେ । Th8 Palm ହୋଟେଲରେ ଭାରତୀୟ ଟିମର ଖେଳାଳିମାନେ ରହିବେ । ଏନେଇ ଚୁକ୍ତି ଖୁବଶୀଘ୍ର ଚୂଡାନ୍ତ ହେବାନେଇ ସୂଚନା ରହିଛି ।

ଟୁର୍ଣ୍ଣାମେଣ୍ଟର ଆରମ୍ଭ ରାଉଣ୍ଡ ୧, ଗ୍ରୁପ ବି ମୁକାବିଲା ଅକ୍ଟୋବର ୧୭ରେ ଆୟୋଜକ ଓମାନ ଓ ପପୁଆ ଗିନିଆ ମଧ୍ୟରେ ଖେଳାଯିବ ଓ ଗ୍ରୁପ ବି'ରେ ସ୍କଟଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ । ପରଦିନ ଅର୍ଥାତ ଅକ୍ଟୋବର ୧୮ରୁ ୨୨ ପର୍ଯ୍ୟନ୍ତ ଆୟରଲାଣ୍ଡ, ନେଦରଲାଣ୍ଡସ, ଶ୍ରୀଲଙ୍କା ଓ ନାମ୍ବିଆ ମଧ୍ୟରେ ଗ୍ରୁପ ଏ ରାଉଣ୍ଡ ୧ ମ୍ୟାଚ ଖେଳାଯିବ ।

ପ୍ରତ୍ୟେକ ଗ୍ରୁପର ଶୀର୍ଷ ଦୁଇଟି ଟିମ ଅକ୍ଟୋବର ୨୩ରୁ ଆରମ୍ଭ ହେବାକୁ ଥିବା ସୁପର ୧୨ ପର୍ଯ୍ୟାୟକୁ ଉନ୍ନୀତ ହେବେ । ଟୁର୍ଣ୍ଣାମେଣ୍ଟର ସୁପର ୧୨ ପର୍ଯ୍ୟାୟ ଅକ୍ଟୋବର ୨୩ରୁ ଆବୁଧାବିରେ ଖେଳାଯିବ । ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗ୍ରୁପ ୧ ର ପରଥମ ମୁକାବିଲା ଖେଳାଯିବ ଓ ସନ୍ଧ୍ୟାରେ ଦୁବାଇ ଷ୍ଟାଡିୟମରେ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ଟକ୍କର ହେବ । ପୁରୁଣା ପ୍ରତିଦ୍ବନ୍ଦ୍ବୀ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଅକ୍ଟୋବର ୩୦ରେ ମୁହାଁମୁହିଁ ହେବେ । ନଭେମ୍ବର ୬ରେ ଆବୁଧାବିରେ ଅଷ୍ଟ୍ରେଲିଆ ୱେଷ୍ଟଇଣ୍ଡିଜ ଓ ଶାରଜାହରେ ଇଂଲଣ୍ଡ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ସହ ଗ୍ରୁପ ୧ ମ୍ୟାଚ୍‌ ଶେଷ ହେବ ।

ଗ୍ରୁପ ୨ର ମ୍ୟାଚ୍‌ ଅକ୍ଟୋବର ୨୪ରେ ଦୁବାଇରେ ବହୁପ୍ରତୀକ୍ଷିତ ଭାରତ ଓ ପାକିସ୍ତାନ ମ୍ୟାଚରୁ ଆରମ୍ଭ ହେବ । ଅକ୍ଟୋବର ୨୬ରେ ଶାରଜାହରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ଟକ୍କର ହେବ । ଆଫଗାନିସ୍ତାନ ଅକ୍ଟୋବର ୨୫ରୁ ଶାରଜାହରୁ ଅଭିଯାନ ଆରମ୍ଭ କରିବ ।

ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ଆବୁଧାବିରେ ନଭେମ୍ବର ୧୦ରେ ଓ ୧୧ରେ ଦୁବାଇରେ ଦ୍ବିତୀୟ ସେମିଫାଇନାଲ ଖେଳାଯିବ । ଉଭୟ ସେମିମୁକାବିଲା ପାଇଁ ରିଜର୍ଭ ଡେ ରହିଛି । ନଭେମ୍ବର ୧୪ (ରବିବାର)ରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଟି-୨୦ ବିଶ୍ବକପ ୨୦୨୧ର ଫାଇନାଲ ମ୍ୟାଚ୍‌ ଖେଳାଯିବ । ପରଦିନ ଫାଇନାଲ ମ୍ୟାଚ୍‌ ପାଇଁ ରିଜର୍ଭ ଡେ ମଧ୍ୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.