ETV Bharat / sports

T-20 WC; ବାଂଲାଦେଶ-ଇଣ୍ଡିଜ ପାଇଁ କର ବା ମର ସ୍ଥିତି - ଟି-ଟ୍ବେଣ୍ଟି

ଆଜି ଟି-ଟ୍ବେଣ୍ଟିରେ ଦୁଇଟି ମୁକାବିଲା ଅନୁଷ୍ଠିତ ହେବ । ଗୋଟିଏ ପାକିସ୍ତାନ- ଆଫଗାନିସ୍ତାନ ଅନ୍ୟଟି ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ମୁକାବିଲା ହେବ । ଚଳିତ ଟି-୨୦ ବିଶ୍ବକପରେ ଦୁଇଟି ଲେଖାଏଁ ପରାଜୟ ବରଣ କରିଥିବା ବାଂଲାଦେଶ ଓ ଇଣ୍ଡିଜ ଶାରଜାହ ଷ୍ଟାଡିୟମରେ ମୁହାଁମୁହିଁ ହେବେ । ଅଧିକ ପଢନ୍ତୁ...

ବାଂଲାଦେଶ-ଇଣ୍ଡିଜ ପାଇଁ କର ବା ମର ସ୍ଥିତି
ବାଂଲାଦେଶ-ଇଣ୍ଡିଜ ପାଇଁ କର ବା ମର ସ୍ଥିତି
author img

By

Published : Oct 29, 2021, 9:00 AM IST

ଶାରଜାହ: ଆଜି ଟି-ଟ୍ବେଣ୍ଟିରେ ଦୁଇଟି ମୁକାବିଲା ଅନୁଷ୍ଠିତ ହେବ । ଗୋଟିଏ ପାକିସ୍ତାନ- ଆଫଗାନିସ୍ତାନ ଅନ୍ୟଟି ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ମୁକାବିଲା ହେବ । ଚଳିତ ଟି-୨୦ ବିଶ୍ବକପରେ ଦୁଇଟି ଲେଖାଏଁ ପରାଜୟ ବରଣ କରିଥିବା ବାଂଲାଦେଶ ଓ ଇଣ୍ଡିଜ ଶାରଜାହ ଷ୍ଟାଡିୟମରେ ମୁହାଁମୁହିଁ ହେବେ । ଉଭୟ ଦଳ ଦୁଇଟି ଯାକ ମ୍ୟାଚ ହାରିଥିବାରୁ ଆଜିର ମ୍ୟାଚ ଉଭୟଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ହେବ । ଏହି ମ୍ୟାଚ ଦୁଇଟି ଯାକ ଦଳ ପାଇଁ କର ବା ମର ସଦୃଶ ।

ସୁପର ୧୨ରେ ୱେଷ୍ଟଇଣ୍ଡିଜ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାଠୁ ହାରିଥିଲା । ବାଂଲାଦେଶ ଶ୍ରୀଲଙ୍କା ଓ ଇଂଲଣ୍ଡଠାରୁ ପରାସ୍ତ ହୋଇଥିଲା । ଇଂଲଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚରେ ଇଣ୍ଡିଜ୍ ବ୍ୟାଟିଂ କରିବାରେ ବିଫଳ ହୋଇଥିଲା । ଦଳ କିଛି ବିଶାଳ ସ୍କୋର କରିପାରିନଥିଲା । ସେହିପରି ବୋଲରମାନେ କିଛି ଭଲ ପ୍ରଦର୍ଶନ କରି ନଥିଲେ । ଫଳରେ ଇଂଲଣ୍ଡ ସହଜ ବିଜୟ ହାସଲ କରିଥିଲା । ସେହପରି ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଏକ ମ୍ୟାଚରେ ୮ ୱିକେଟରେ ଦକ୍ଷିଣ ଆଫ୍ରିକାଠୁ ହାରିଥିଲା ୱେଷ୍ଟଇଣ୍ଡିଜ ।

ଅନ୍ୟପକ୍ଷେ ଆବୁଧାବିରେ ବାଂଲାଦେଶକୁ ୮ ୱିକେଟରେ ମାତ୍‌ ଦେଇଥିଲା ଇଂଲଣ୍ଡ । ବାଂଲାଦେଶ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଆକ୍ରମଣ ଖେଳ ଆଶାରେ ଦଳ ୱିକେଟ ପରେ ୱିକେଟ ହରାଇ ଚାଲିଥିଲା । ଫଳରେ ନିର୍ଦ୍ଧାରିତ ୨୦ ଓଭରରେ ଦଳ ମାତ୍ର ୧୨୪ ରନ୍‌ ହିଁ କରିବାକୁ ସକ୍ଷମ ହୋଇଥିଲା । ଜବାବରେ ଇଂଲଣ୍ଡ ଆବଶ୍ୟକୀୟ ସ୍କୋର କରି ମ୍ୟାଚରେ ବିଜୟୀ ହୋଇଥିଲା । ଏହା ସହିତ ଶ୍ରୀଲଙ୍କା ବିପକ୍ଷରେ ଆଉ ଏକ ମ୍ୟାଚରେ ପରାସ୍ତ ହୋଇଥିଲା ବାଂଲାଦେଶ ।

ଆଜିର ମ୍ୟାଚ ଜିତିବାକୁ ଉଭୟ ଦଳ ଜି ଜାନ୍‌ ଲଗେଇ ଦେବେ । ୱେଷ୍ଟଇଣ୍ଡିଜ ବୋଲଙ୍କ ପ୍ରଦର୍ଶନ ଯେପରି ରହିଛି ବାଂଲାଦେଶକୁ ଏକ ବିରାଟ ସ୍କୋର ଗଠନ କରିବାକୁ ଚେଷ୍ଟା କରି ପାରନ୍ତି । ତେବେ ଆଜି ମୁକାବିଲାରେ କିଏ ବାଜିମାତ କରୁଛି ତାହା ଦେଖିବାକୁ ବାକି ରହିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.