ETV Bharat / sports

T20 WC: ଓମାନକୁ ୨୬ ରନରେ ହରାଇଲା ବାଂଲାଦେଶ - ବାଂଲାଦେଶ

ଚଳିତ ଟି-୨୦ ବିଶ୍ବକପର ଗ୍ରୁପ ବି' ରାଉଣ୍ଡ ୧ ପର୍ଯ୍ୟାୟ ମ୍ୟାଚ୍‌ ବାଂଲାଦେଶ ଓ ଓମାନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଓମାନ ବିପକ୍ଷ ମ୍ୟାଚରେ ବାଂଲାଦେଶ ୨୬ ରନରେ ବିଜୟ ହାସଲ କରିନେଇଛି । ବିଜୟ ସହିତ ସୁପର-୧୨ ଆଶା ଉଜ୍ଜୀବିତ କରିଛି । ଅଧିକ ପଢନ୍ତୁ...

: ଓମାନକୁ ୨୬ରନରେ ହରାଇଲା ବାଂଲାଦେଶ
: ଓମାନକୁ ୨୬ରନରେ ହରାଇଲା ବାଂଲାଦେଶ
author img

By

Published : Oct 20, 2021, 8:28 AM IST

ମସକଟ୍(ଓମାନ): ଚଳିତ ଟି-୨୦ ବିଶ୍ବକପର ଗ୍ରୁପ ବି' ରାଉଣ୍ଡ ୧ ପର୍ଯ୍ୟାୟ ମ୍ୟାଚ୍‌ ବାଂଲାଦେଶ ଓ ଓମାନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଓମାନ ବିପକ୍ଷ ମ୍ୟାଚରେ ବାଂଲାଦେଶ ୨୬ ରନରେ ବିଜୟ ହାସଲ କରିନେଇଛି । ବିଜୟ ସହିତ ସୁପର-୧୨ ଆଶା ଉଜ୍ଜୀବିତ କରିଛି। ମହମ୍ମଦ ନଇମଙ୍କ ଅର୍ଦ୍ଧଶତକ ସତ୍ତ୍ବେ ବାଂଲାଦେଶ ୧୫୩ ରନରେ ଅଲଆଉଟ ହୋଇଥିଲା । ଜବାବରେ ଓମାନ ୯ ୱିକେଟ ବିନିମୟରେ ୧୨୭ ରନ କରିବାକୁ ସକ୍ଷମ ହୋଇଥିଲା ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବା ପରେ ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ ହରାଇ ୧୫୩ ରନ୍‌ ସଂଗ୍ରହ କରିଥିଲା ବାଂଲାଦେଶ । ଟିମ ପକ୍ଷରୁ ଓପନର ମହମ୍ମଦ ନେଇମ ସର୍ବାଧିକ ୬୪ ରନ୍‌ର ଇଂନିସ ଖେଳିଥିଲେ । ୫୦ ବଲ୍‌ରୁ ୩ଟି ଚୌକା ଓ ୪ଟି ଛକା ସହାୟତାରେ ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି ନଇମ । ସେହିପରି ସାକିବ-ଅଲ୍‌ ହସନ ୨୯ ବଲ୍‌ରୁ ଦ୍ରୁତ ୪୨ ରନ୍‌ର ଇଂନିସ ଖେଳିଥିଲେ ।

ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସଫଳ ହୋଇନଥିଲେ । ଲିଟନ ଦାସ ୬, ମେହେଦୀ ହସନ ୦, କ୍ୟାପଟେନ ମହମୁଦୁଲ୍ଲା ୧୭ ଓ ମୁସଫିକର ରହୀମ ୬ ରନ୍‌ କରି ନିରାଶ କରିଥିଲେ । ଏପରିକି ୮ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ସ୍କୋର ଛୁଇଁ ପାରିନଥିଲେ । ଓମାନ ପକ୍ଷରୁ ବିଲାଲ ଖାନ୍‌ ଓ ଫୟଜ ବଟ୍ଟ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । କଲିମୁଲ୍ଲାଙ୍କୁ ୨ଟି ଓ ଜିସନ ମକସୁଦଙ୍କୁ ଗୋଟିଏ ୱିକେଟ ହାତେଇଥିଲେ ।

ଜବାବରେ ୧୫୪ ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲେ ଓମାନର ଆକିବ ଇଲିୟାସ ଓ ଯତୀନ୍ଦର ସିଂହ । ମାତ୍ର ୧୩ ରନରେ ଆକିବ ପାଭିଲିୟନ ଫେରିଥିଲେ। ତୃତୀୟ ସ୍ଥାନରେ ଆସିଥିଲେ କଶ୍ୟପ ପ୍ରଜାପତି । କିଛି ଭଲ ସଟ ଖେଳି ପାରିନଥିଲେ । ୨୧ ରନ କରି ଆଉଟ ହୋଇଥିଲେ କଶ୍ୟପ । ଯତୀନ୍ଦରଙ୍କ ଆକମଣାତ୍ମକ ବ୍ୟାଟିଂ ସତ୍ତ୍ବେ ଦଳ ବିଜୟ ପାଇଁ ଦରକାର ପଡୁଥିବା ସ୍କୋର କରି ପାରିନଥିଲା। ବାଂଲାଦେଶ ବୋଲରଙ୍କ ସାମ୍ନାରେ ତିଷ୍ଠି ପାରି ନଥିଲେ ଓମାନ ପ୍ଲେୟାର । ଫଳରେ ବାଂଲାଦେଶ ୨୬ରନରେ ମ୍ୟାଚଟିକୁ ଜିତି ନେଇଛି । ପ୍ରଥମ ମ୍ୟାଚ୍‌ରେ ସ୍କଟ୍‌ଲାଣ୍ଡ୍‌ ଠାରୁ ବାଂଲାଦେଶ ପରାସ୍ତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.