ETV Bharat / sports

Syed Mushtaq Ali Trophy: ଅମ୍ପାୟରଙ୍କ ଭୁଲ୍‌ ନିଷ୍ପତ୍ତି ପାଇଁ ୧ ରନ୍‌ରେ ହାରିଲା ଓଡିଶା

ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ ଷ୍ଟାଡିୟମ, ଲକ୍ଷ୍ନୌରେ ଖେଳାଯାଇଥିବା ମ୍ୟାଚ୍‌ରେ ତାମିଲନାଡୁ ଠାରୁ ୧ ରନ୍‌ରେ ପରାସ୍ତ ହୋଇଛି ଟିମ ଓଡିଶା । ଅଧିକ ପଢନ୍ତୁ...

author img

By

Published : Nov 5, 2021, 5:48 PM IST

Syed Mushtaq Ali Trophy: Tamil Nadu beat odisha by 1 run
Syed MushtaSyed Mushtaq Ali Trophy: ଅମ୍ପାୟରଙ୍କ ଭୁଲ୍‌ ନିଷ୍ପତ୍ତି ପାଇଁ ୧ ରନ୍‌ରେ ହାରିଲା ଓଡିଶାq Ali Trophy: ଅମ୍ପାୟରଙ୍କ ଭୁଲ୍‌ ନିଷ୍ପତ୍ତି ପାଇଁ ୧ ରନ୍‌ରେ ହାରିଲା ଓଡିଶା

ଲକ୍ଷ୍ନୌ: ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫି ୨୦୨୧ରେ ମାତ୍ର ରନ୍‌ ପାଇଁ ବିଜୟରୁ ବଞ୍ଚିତ ହେଲା ଓଡିଶା । ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ ଷ୍ଟାଡିୟମ, ଲକ୍ଷ୍ନୌରେ ଖେଳାଯାଇଥିବା ମ୍ୟାଚ୍‌ରେ ତାମିଲନାଡୁ ଠାରୁ ୧ ରନ୍‌ରେ ପରାସ୍ତ ହୋଇଛି ଟିମ ଓଡିଶା । ତେବେ ଅମ୍ପାୟରଙ୍କ ଭୁଲ୍‌ ନିଷ୍ପତ୍ତି ଯୋଗୁଁ ଏକ ନିଶ୍ଚିନ୍ତ ବିଜୟରୁ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ବଞ୍ଚିତ ହୋଇଛି ଓଡିଶା ।

ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଓଡିଶା । ପରେ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୬୫ ରନ୍‌ ସଂଗ୍ରହ କରିଥିଲା ତାମିଲନାଡୁ । ଟିମ ପକ୍ଷରୁ ଅପରାଜିତ ୨୮ ବଲରୁ ଦ୍ରୁତ ୪୪ ରନ୍‌ର ଇଂନିସ ଖେଳିଥିଲେ । ଏନ ଜଗଦୀଶାନ ୩୭ ଓ ଏମ ମହମ୍ମଦ ୨୭ ରନ୍‌ର ଇଂନିସ ଖେଳିଥିଲେ । ଫଳରେ ୧୬୬ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିଲା ଓଡିଶା । ଶୁଭ୍ରାଂଶୁ ସେନାପତି ୬୭ ଓ ଗୋବିନ୍ଦ ପୋଦ୍ଦାର ୨୯ ରନ୍‌ର ଇଂନିସ ଖେଳିଥିଲେ । ଅଭିଶେକ ରାଉତ ଅପରାଜିତ ୩୮ ରନ୍‌ର ଇଂନିସ ଖେଳିଥିଲେ ।

ଶେଷ ୩ଟି ବଲରେ ଓଡିଶା ବିଜୟ ପାଇଁ ୧୨ରନ ଆବଶ୍ୟକ କରୁଥିଲା । ଇଂନିସର ଶେଷ ଓଭର ବୋଲିଂ କରିଥିଲେ ଟି ନଟରାଜନ । ଓଭରର ଚତୁର୍ଥ ବଲ୍‌ଟି ସିଧାସଳଖ ବାଉଣ୍ଡ୍ରୀ ଲାଇନକୁ ଛୁଇଁଥିବା ସ୍ପଷ୍ଟଭାବେ ଦେଖାଯାଇଥିଲା । ମାତ୍ର ବାଉଣ୍ଡ୍ରୀରେ ଫିଲ୍ଡିଂ କରୁଥିବା ତାମିଲନାଡୁର ବାବା ଅପରାଜିତଙ୍କ ଠାରୁ ପଚାରି ବୁଝିଲେ ଅମ୍ପାୟାର ଓ ୪ରନ ବଦଳରେ ଓଡିଶାକୁ ୨ରନ୍‌ ଦେଲେ। ପରବର୍ତ୍ତୀ ବଲରେ ନୋ ବଲରେ ହେଲା ୩ରନ, ଶେଷ ବଲ୍‌ରେ ୪ରନ ହେଲା । ଅମ୍ପାୟରଙ୍କ ଦୁର୍ଭାଗ୍ୟପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ଓଡିଶା ୧ରନରେ ବିଜୟରୁ ବଞ୍ଚିତ ହେଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.