ହ୍ରାଇଦ୍ରାବାଦ: ଦମଦାର ଫର୍ମରେ ଅଛନ୍ତି ଭାରତୀୟ ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ । ଆଜି (ରବିବାର ) ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷରେ ଶତକୀୟ ଇନିଂସ ଖେଳିବା ପରେ ସେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଦୁଇ ଥର ଶତକ ହାସଲ କରିବାରେ ଦ୍ବିତୀୟ ଭାରତୀୟ କ୍ରିକେଟର ହୋଇପାରିଛନ୍ତି । ଅଧିନାୟକ ରୋହିତ ଶର୍ମା ବର୍ଷ ୨୦୧୮ ଗୋଟିଏ କ୍ୟାଲେଣ୍ଡର ବର୍ଷରେ, ଟି୨୦ ଫର୍ମାଟରେ ଦୁଇଟି ଶତକ ହାସଲ କରିବାରେ ପ୍ରଥମ ଭାରତୀୟ କ୍ରିକେଟର ହୋଇଥିଲେ ।
-
TAKE A BOW! 🙌
— ICC (@ICC) November 20, 2022 " class="align-text-top noRightClick twitterSection" data="
Suryakumar Yadav brings up his second T20I hundred 💥
Watch the #NZvIND series live on https://t.co/MHHfZPyHf9 (in select regions) 📺 pic.twitter.com/nfullD65Ww
">TAKE A BOW! 🙌
— ICC (@ICC) November 20, 2022
Suryakumar Yadav brings up his second T20I hundred 💥
Watch the #NZvIND series live on https://t.co/MHHfZPyHf9 (in select regions) 📺 pic.twitter.com/nfullD65WwTAKE A BOW! 🙌
— ICC (@ICC) November 20, 2022
Suryakumar Yadav brings up his second T20I hundred 💥
Watch the #NZvIND series live on https://t.co/MHHfZPyHf9 (in select regions) 📺 pic.twitter.com/nfullD65Ww
ନ୍ୟୁଜିଲାଣ୍ଡ ବିପକ୍ଷ ୩ ଟିକିଆ ଟି୨୦ ସିରିଜରେ ରବିବାର ଖେଳାଯାଇଥିବା ମ୍ୟାଚରେ Sky ୫୧ ବଲରୁ ୧୧୧ ରନର ଇନିଂସ ଖେଳି ଅପରାଜିତ ରହିଥିଲେ । ତେବେ ତାଙ୍କର ଏହି ଉପଲବ୍ଧି ପରେ ସେ ଟି୨୦ ଫର୍ମାଟରେ ଏକରୁ ଅଧିକ ଶତକ ହାସଲ କରିଥିବା ଭାରତୀୟ କ୍ଲବରେ ସାମିଲ ହୋଇଛନ୍ତି । ତେବେ ଏହି କ୍ଲବରେ ପୂର୍ବରୁ ଏଣ୍ଟ୍ରି ମାରିଥିଲେ ହିଟ୍ ମ୍ୟାନ୍ ରୋହିତ ଶର୍ମା ଓ ଲୋକେଶ ରାହୁଲ । ସୂର୍ଯ୍ୟକୁମାର ଯାଦବ ଟି୨୦ ଫର୍ମାଟରେ ପ୍ରଥମ ଶତକ ଜୁଲାଇ ମାସରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚରେ ହାସଲ କରିଥିଲେ ।
୩ ଟିକିଆ ଟି୨୦ ସିରିଜ୍ ବିଶିଷ୍ଟ ଆଜି (ରବିବାର) ଖେଳାଯାଇଥିବା ଦ୍ବିତୀୟ ମ୍ୟାଚରେ ଭାରତ ୬୫ ରନରେ ବିଜୟୀ ହୋଇଛି । ଭାରତ ପ୍ରଥମେ ବ୍ୟାଟିଂ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଶତକ ବଳରେ ମେନ୍ ଇନ୍ ବ୍ଲୁ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୯୧ ରନ କରିଥିଲା । ଏହାର ଜବାବରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୧୮.୫ ଓଭରରେ ୧୨୬ ରନ କରି ଅଲଆଉଟ୍ ହୋଇଥିଲା ।