ETV Bharat / sports

ୟୁରୋପ ଲୋକଙ୍କୁ ଭାରତୀୟ ଖାଦ୍ୟ ଚଖାଇବେ ରୈନା, ଆମଷ୍ଟରଡାମରେ ଖୋଲିଲେ RAINA ରେଷ୍ଟୁରାଣ୍ଟ

author img

By

Published : Jun 23, 2023, 10:03 PM IST

ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରୈନା ନେଦରଲାଣ୍ଡର ରାଜଧାନୀ ଏମ୍ସଷ୍ଟର୍ଡମରେ ଏକ ଭାରତୀୟ ରେଷ୍ଟୁରାଣ୍ଟ ଆରମ୍ଭ କରିଛନ୍ତି । ଏହି ରେଷ୍ଟୁରାଣ୍ଟର ନାମ ରହିଛି 'RAINA' । ଅଧିକ ପଢ଼ନ୍ତୁ

ଏମ୍ସଷ୍ଟର୍ଡମରେ ଖୋଲିଲେ RAINA ରେଷ୍ଟୁରାଣ୍ଟ
ଏମ୍ସଷ୍ଟର୍ଡମରେ ଖୋଲିଲେ RAINA ରେଷ୍ଟୁରାଣ୍ଟ

ହାଇଦ୍ରାବାଦ: ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରୈନା ଏବେ ଏକ ନୂଆ ପାଳି ଆରମ୍ଭ କରିଛନ୍ତି । ନେଦରଲାଣ୍ଡର ରାଜଧାନୀ ଏମ୍ସଷ୍ଟର୍ଡମରେ ଏକ ଭାରତୀୟ ରେଷ୍ଟୁରାଣ୍ଟ ଆରମ୍ଭ କରିଛନ୍ତି । ଏଥିରେ ଭାରତୀୟ ବ୍ୟଞ୍ଜନର ସ୍ବାଦ ଚାଖିବେ ୟୁରୋପିଆନ୍‌ । ଏହି ରେଷ୍ଟୁରାଣ୍ଟର ନାମ ରହିଛି 'RAINA' । ତେବେ ନିଜର ଏହି ନୂଆ ରେଷ୍ଟୁରାଣ୍ଟର କିଛି ମନଲୋଭା ଫଟୋ ମଧ୍ୟ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି ସୁରେଶ ରୈନା ।

ସାମାଜିକ ଗଣାଧ୍ୟମରେ ଦେଲେ ସୂଚନା: ନେଦରଲାଣ୍ଡର ରାଜଧାନୀ ଏମ୍ସଷ୍ଟର୍ଡମରେ ଏଭଳି ଭାରତୀୟ ରେଷ୍ଟୁରାଣ୍ଟ ଆରମ୍ଭ କରିଥିବା ନେଇ ସୁରେଶ ରୈନା ସାମାଜିକ ଗଣମାଧ୍ୟମ ଜରିଆରେ ସମସ୍ତଙ୍କୁ ସୂଚନା ଦେଇଛନ୍ତି । ଏକ ପୋଷ୍ଟରେ ରୈନା ଲେଖିଛନ୍ତି, "ମୁଁ ଏମ୍ସଷ୍ଟର୍ଡମରେ 'RAINA' ଭାରତୀୟ ରେଷ୍ଟୁରାଣ୍ଟ ଉନ୍ମୋଚନ କରି ବେଶ ଉତ୍ସାହିତ । ଯେଉଁଠାରେ ଖାଇବା ଏବଂ ରୋଷେଇ ପାଇଁ ମୋର ଉତ୍ସାହ ବହୁଗୁଣିତ ଅଛି । କେବଳ ଖାଦ୍ୟ ନୁହେଁ, ଏହାର ଗୁଣବତ୍ତା, ସୃଜନଶୀଳତା ଏବଂ ଆମେ ପରିବେଷଣ କରୁଥିବା ପ୍ରତ୍ୟେକ ଖାଦ୍ୟକୁ ଅତ୍ୟଧିକ ଉପଭୋଗ ପାଇଁ ଆମର ଅଦମ୍ୟ ପ୍ରତିବଦ୍ଧତା 'RAINA' ରୋଷ୍ଟୁରାଣ୍ଟକୁ ସବୁଠାରୁ ସ୍ବତନ୍ତ୍ର କରିଛି । ପ୍ରେମ, ସଠିକତା ଏବଂ ମୋର ବ୍ୟକ୍ତିଗତ ସ୍ପର୍ଶ ସହିତ ପ୍ରସ୍ତୁତ ଭାରତୀୟ ରୋଷେଇର ଗଭୀରତା ଏବଂ ବିବିଧତା ପ୍ରଦର୍ଶନ କରି ଆମେ ବେଶ ଗର୍ବ ଅନୁଭବ କରୁଛୁ ।"

ନିଜେ ରୋଷେଇ କରୁଥିବା ଫଟୋ ସେୟାର କଲେ ରୈନା: ନିଜ ରେଷ୍ଟୁରାଣ୍ଟର ଅନେକ ଫଟୋ ସେୟାର କରିଛନ୍ତି ରୈନା । ତେବେ ଏଠାରେ ସେ ନିଜେ ମଧ୍ୟ ରୋଷେଇ କରୁଥିବା ଏକ ଫଟୋ ସେୟାର କରିଛନ୍ତି । ସେ ଆହୁରି ଲେଖିଛନ୍ତି, "ଏଇ କିଛି ବର୍ଷ ହେବ ଆପଣମାନେ ଖାଦ୍ୟ ପ୍ରତି ମୋର ରୁଚି ଓ ରୋଷେଇ କରିବାର ଦେଖିଛନ୍ତି । ଏବେ ମୁଁ ଭାରତର ବିଭିନ୍ନ ପ୍ରାନ୍ତରୁ ସବୁଠାରୁ ପ୍ରାମାଣିକ ଏବଂ ପ୍ରକୃତ ସ୍ୱାଦକୁ ସିଧା ସଳଖ ୟୁରୋପର ହୃଦୟକୁ ଆଣିବା ପାଇଁ ମୁଁ ଏକ ମିଶନରେ ଅଛି । ଏହି ଅସାଧାରଣ ଖାଦ୍ୟ-ପଦାର୍ଥ ଯାତ୍ରାରେ ମୋ ସହିତ ସାମିଲ ହୁଅନ୍ତୁ ।

  • I am absolutely ecstatic to introduce Raina Indian Restaurant in Amsterdam, where my passion for food and cooking takes center stage! 🍽️ Over the years, you've seen my love for food and witnessed my culinary adventures, and now, I am on a mission to bring the most authentic and… pic.twitter.com/u5lGdZfcT4

    — Suresh Raina🇮🇳 (@ImRaina) June 23, 2023 " class="align-text-top noRightClick twitterSection" data="

I am absolutely ecstatic to introduce Raina Indian Restaurant in Amsterdam, where my passion for food and cooking takes center stage! 🍽️ Over the years, you've seen my love for food and witnessed my culinary adventures, and now, I am on a mission to bring the most authentic and… pic.twitter.com/u5lGdZfcT4

— Suresh Raina🇮🇳 (@ImRaina) June 23, 2023 ">

ପ୍ରାକାଶ ଥାଉ କି, ସୁରେଶ ରୈନା ଭାରତୀୟ କ୍ରିକେଟ ଇତିହାସର ସବୁଠୁ ସଫଳ ବ୍ୟାଟରଙ୍କ ମଧ୍ୟରୁ ଜଣେ । ତେବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ପରେ ସେ ଆଇପିଏଲରୁ ମଧ୍ୟ ଅବସର ନେଇଛନ୍ତି । ତାଙ୍କର ବିସ୍ଫୋରକ ବ୍ୟାଟିଂ ପାଇଁ ସେ ମିଷ୍ଟର ଆଇପିଏଲ ଭାବରେ ପରିଚିତ । ଏହି ଟୁର୍ଣ୍ଣାମେଣ୍ଟରେ ସେ ୨୦୦ ମ୍ୟାଚ୍‌ ଖେଳିଛନ୍ତି । ଏଥିରେ ୫ ହଜାରରୁ ଅଧିକ ରନ୍‌ ମଧ୍ୟ ସଂଗ୍ରହ କରିଛନ୍ତି । ଯେଉଁଥିରେ ଗୋଟିଏ ଶତକ ଓ ୩୯ ଅର୍ଦ୍ଧଶତକ ସାମିଲ ରହିଛି । ଆଇପିଏଲ୍‌ ୨୦୨୨ରେ ରୈନା ଚେନ୍ନାଇ ସୁପରକିଙ୍ଗସ୍‌ ଟିମ୍‌ରୁ ବାଦ୍‌ ପଡିଥିଲେ । ଏହାପରେ ସେ ଆଉ ଏହି ଲିଗ୍‌କୁ କ୍ରିକେଟ୍‌କୁ ଫେରିନାହାନ୍ତି । ଏବେ ସେ ୟୁରୋପ୍‌ରେ ଏହି ନୂଆ ପାଳି ଆରମ୍ଭ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ହାଇଦ୍ରାବାଦ: ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରୈନା ଏବେ ଏକ ନୂଆ ପାଳି ଆରମ୍ଭ କରିଛନ୍ତି । ନେଦରଲାଣ୍ଡର ରାଜଧାନୀ ଏମ୍ସଷ୍ଟର୍ଡମରେ ଏକ ଭାରତୀୟ ରେଷ୍ଟୁରାଣ୍ଟ ଆରମ୍ଭ କରିଛନ୍ତି । ଏଥିରେ ଭାରତୀୟ ବ୍ୟଞ୍ଜନର ସ୍ବାଦ ଚାଖିବେ ୟୁରୋପିଆନ୍‌ । ଏହି ରେଷ୍ଟୁରାଣ୍ଟର ନାମ ରହିଛି 'RAINA' । ତେବେ ନିଜର ଏହି ନୂଆ ରେଷ୍ଟୁରାଣ୍ଟର କିଛି ମନଲୋଭା ଫଟୋ ମଧ୍ୟ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି ସୁରେଶ ରୈନା ।

ସାମାଜିକ ଗଣାଧ୍ୟମରେ ଦେଲେ ସୂଚନା: ନେଦରଲାଣ୍ଡର ରାଜଧାନୀ ଏମ୍ସଷ୍ଟର୍ଡମରେ ଏଭଳି ଭାରତୀୟ ରେଷ୍ଟୁରାଣ୍ଟ ଆରମ୍ଭ କରିଥିବା ନେଇ ସୁରେଶ ରୈନା ସାମାଜିକ ଗଣମାଧ୍ୟମ ଜରିଆରେ ସମସ୍ତଙ୍କୁ ସୂଚନା ଦେଇଛନ୍ତି । ଏକ ପୋଷ୍ଟରେ ରୈନା ଲେଖିଛନ୍ତି, "ମୁଁ ଏମ୍ସଷ୍ଟର୍ଡମରେ 'RAINA' ଭାରତୀୟ ରେଷ୍ଟୁରାଣ୍ଟ ଉନ୍ମୋଚନ କରି ବେଶ ଉତ୍ସାହିତ । ଯେଉଁଠାରେ ଖାଇବା ଏବଂ ରୋଷେଇ ପାଇଁ ମୋର ଉତ୍ସାହ ବହୁଗୁଣିତ ଅଛି । କେବଳ ଖାଦ୍ୟ ନୁହେଁ, ଏହାର ଗୁଣବତ୍ତା, ସୃଜନଶୀଳତା ଏବଂ ଆମେ ପରିବେଷଣ କରୁଥିବା ପ୍ରତ୍ୟେକ ଖାଦ୍ୟକୁ ଅତ୍ୟଧିକ ଉପଭୋଗ ପାଇଁ ଆମର ଅଦମ୍ୟ ପ୍ରତିବଦ୍ଧତା 'RAINA' ରୋଷ୍ଟୁରାଣ୍ଟକୁ ସବୁଠାରୁ ସ୍ବତନ୍ତ୍ର କରିଛି । ପ୍ରେମ, ସଠିକତା ଏବଂ ମୋର ବ୍ୟକ୍ତିଗତ ସ୍ପର୍ଶ ସହିତ ପ୍ରସ୍ତୁତ ଭାରତୀୟ ରୋଷେଇର ଗଭୀରତା ଏବଂ ବିବିଧତା ପ୍ରଦର୍ଶନ କରି ଆମେ ବେଶ ଗର୍ବ ଅନୁଭବ କରୁଛୁ ।"

ନିଜେ ରୋଷେଇ କରୁଥିବା ଫଟୋ ସେୟାର କଲେ ରୈନା: ନିଜ ରେଷ୍ଟୁରାଣ୍ଟର ଅନେକ ଫଟୋ ସେୟାର କରିଛନ୍ତି ରୈନା । ତେବେ ଏଠାରେ ସେ ନିଜେ ମଧ୍ୟ ରୋଷେଇ କରୁଥିବା ଏକ ଫଟୋ ସେୟାର କରିଛନ୍ତି । ସେ ଆହୁରି ଲେଖିଛନ୍ତି, "ଏଇ କିଛି ବର୍ଷ ହେବ ଆପଣମାନେ ଖାଦ୍ୟ ପ୍ରତି ମୋର ରୁଚି ଓ ରୋଷେଇ କରିବାର ଦେଖିଛନ୍ତି । ଏବେ ମୁଁ ଭାରତର ବିଭିନ୍ନ ପ୍ରାନ୍ତରୁ ସବୁଠାରୁ ପ୍ରାମାଣିକ ଏବଂ ପ୍ରକୃତ ସ୍ୱାଦକୁ ସିଧା ସଳଖ ୟୁରୋପର ହୃଦୟକୁ ଆଣିବା ପାଇଁ ମୁଁ ଏକ ମିଶନରେ ଅଛି । ଏହି ଅସାଧାରଣ ଖାଦ୍ୟ-ପଦାର୍ଥ ଯାତ୍ରାରେ ମୋ ସହିତ ସାମିଲ ହୁଅନ୍ତୁ ।

  • I am absolutely ecstatic to introduce Raina Indian Restaurant in Amsterdam, where my passion for food and cooking takes center stage! 🍽️ Over the years, you've seen my love for food and witnessed my culinary adventures, and now, I am on a mission to bring the most authentic and… pic.twitter.com/u5lGdZfcT4

    — Suresh Raina🇮🇳 (@ImRaina) June 23, 2023 " class="align-text-top noRightClick twitterSection" data=" ">

ପ୍ରାକାଶ ଥାଉ କି, ସୁରେଶ ରୈନା ଭାରତୀୟ କ୍ରିକେଟ ଇତିହାସର ସବୁଠୁ ସଫଳ ବ୍ୟାଟରଙ୍କ ମଧ୍ୟରୁ ଜଣେ । ତେବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ପରେ ସେ ଆଇପିଏଲରୁ ମଧ୍ୟ ଅବସର ନେଇଛନ୍ତି । ତାଙ୍କର ବିସ୍ଫୋରକ ବ୍ୟାଟିଂ ପାଇଁ ସେ ମିଷ୍ଟର ଆଇପିଏଲ ଭାବରେ ପରିଚିତ । ଏହି ଟୁର୍ଣ୍ଣାମେଣ୍ଟରେ ସେ ୨୦୦ ମ୍ୟାଚ୍‌ ଖେଳିଛନ୍ତି । ଏଥିରେ ୫ ହଜାରରୁ ଅଧିକ ରନ୍‌ ମଧ୍ୟ ସଂଗ୍ରହ କରିଛନ୍ତି । ଯେଉଁଥିରେ ଗୋଟିଏ ଶତକ ଓ ୩୯ ଅର୍ଦ୍ଧଶତକ ସାମିଲ ରହିଛି । ଆଇପିଏଲ୍‌ ୨୦୨୨ରେ ରୈନା ଚେନ୍ନାଇ ସୁପରକିଙ୍ଗସ୍‌ ଟିମ୍‌ରୁ ବାଦ୍‌ ପଡିଥିଲେ । ଏହାପରେ ସେ ଆଉ ଏହି ଲିଗ୍‌କୁ କ୍ରିକେଟ୍‌କୁ ଫେରିନାହାନ୍ତି । ଏବେ ସେ ୟୁରୋପ୍‌ରେ ଏହି ନୂଆ ପାଳି ଆରମ୍ଭ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.