ETV Bharat / sports

India Tour to West Indies: ପୂଜାରା ଓ ସର୍ଫରାଜଙ୍କୁ ଦଳରେ ସ୍ଥାନ ନମିଳିବାରୁ ବର୍ଷିଲେ ଗାଭାସ୍କର - ଚେତେଶ୍ବର ପୂଜାରାଙ୍କୁ ବାଦ

ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ଓ ଦିନିକିଆ ଦଳ ଘୋଷଣା କରିଛି ବିସିସିଆଇ । ତେବେ ଏଥିରେ ଚେତେଶ୍ବର ପୂଜାରାଙ୍କୁ ବାଦ ଦିଆଯାଇଥିବା ବେଳେ ପୁଣିଥରେ ଅଣଦେଖାର ଶିକାର ହୋଇଛନ୍ତି ସର୍ଫରାଜ ଖାନ୍‌ । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର । ଅଧିକ ପଢ଼ନ୍ତୁ

ପୂଜାରା ଓ ସର୍ଫରାଜଙ୍କୁ ଦଳରେ ସ୍ଥାନ ନମିଳିବାରୁ ଗାଭାସ୍କର କ୍ଷୁବ୍ଧ

author img

By

Published : Jun 24, 2023, 10:52 PM IST

ନୂଆଦିଲ୍ଲୀ: ଆସନ୍ତା ମାସ ଆରମ୍ଭରେ ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଏବଂ ଦିନିକିଆ ସ୍କ୍ବାଡ୍‌ ଘୋଷଣା କରିଛି ବିସିସିଆଇ । ତେବେ ଅଭିଜ୍ଞ ଟେଷ୍ଟ ବ୍ୟାଟର ଚେତେଶ୍ବର ପୂଜାରାଙ୍କୁ ଏଥିରୁ ବାଦ ଦିଆଯାଇଥିବା ବେଳେ ରଣଜୀ ଟ୍ରଫିରେ ଲଗାତାର ଦମଦାର ପ୍ରଦର୍ଶନ କରୁଥିବା ସର୍ଫରାଜ ଖାନ୍‌ଙ୍କୁ ଏଥର ମଧ୍ୟ ଟେଷ୍ଟ ଦଳରେ ସାମିଲ୍ କରାଯାଇନାହିଁ । ବିସିସିଆଇ ଚୟନକର୍ତ୍ତାଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଅନେକ ପୂର୍ବତନ କ୍ରିକେଟ୍‌ର ପ୍ରଶ୍ନ ଉଠାଇଥିବା ବେଳେ ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର ମଧ୍ୟ ଚୟନକର୍ତ୍ତାଙ୍କ ଏଭଳି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ।

୨୦୨୧-୨୨ ରଣଜୀ ସିଜିନରେ ୧୨୨.୭୫ ହାରରେ ୯୮୨ ରନ କରିଥିଲେ ସର୍ଫରାଜ ଖାନ । ଏହି ସିଜିନରେ ୪ ଶତକ ଯୋଡ଼ିଥିଲେ ସେ । ସେହିପରି ୨୦୨୨-୨୩ ରଣଜୀ ସିଜିନରେ ମଧ୍ୟ ୩ ଶତକ ସହିତ ୯୨.୬୬ ହାରରେ ମୋଟ ୫୫୬ ରନ କରିଛନ୍ତି । ଏଭଳି ଫର୍ମ ସତ୍ତ୍ବେ ସର୍ଫରାଜଙ୍କୁ ଦଳରେ ସାମିଲ୍ କରାନଯିବା ନେଇ କ୍ଷୁବ୍ଧ ହୋଇଛନ୍ତି ଅନେକ ପୂର୍ବତନ କ୍ରିକେଟର । କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ରଣଜୀ ଟ୍ରଫିର ଆୟୋଜନ ଉପରେ ପ୍ରଶ୍ନ ଉଠାଇଛନ୍ତି । ଚୟନକର୍ତ୍ତା ଦେଶର ଶୀର୍ଷ ଘରୋଇ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫିକୁ ଅଣଦେଖା କରି ଆଇପିଏଲ୍‌ ପ୍ରଦର୍ଶନ ଆଧାରରେ ଖେଳାଳିଙ୍କୁ ଦଳରେ ଚୟନ କରାଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି ଗାଭାସ୍କର ।

ଏକ ସାକ୍ଷାତକାରରେ ଗାଭାସ୍କର କହିଛନ୍ତି, "ସର୍ଫରାଜ ଖାନ ଗତ ୩ଟି ସିଜିନରେ ପାଖାପାଖି ୧୦୦ ହାରରେ ରନ କରିଛନ୍ତି । ଟେଷ୍ଟ ଦଳରେ ସ୍ଥାନ ପାଇବାକୁ ହେଲେ ଆଉ କଣ ଦରକାର ? ହୋଇପାରେ ତାଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିନଥାନ୍ତା, ହେଲେ ଆପଣ ଦଳରେ ତ ଚୟନ କରାଯାଇ ପାରିଥାନ୍ତା । ଏଭଳି ପ୍ରଦର୍ଶନ କରିବା ସତ୍ତ୍ବେ ଯଦି ଖେଳାଳିଙ୍କୁ ଦଳରେ ସ୍ଥାନ ନମିଳେ, ତେବେ ଆଉ କଣ କୁହାଯାଇ ପାରିବ । ଯଦି ଆଇପିଏଲ୍ ପ୍ରଦର୍ଶନକୁ ଦେଖି ଖେଳାଳି ଚୟନ କରାଯିବ, ତାହେଲେ ରଣଜୀ ଟ୍ରଫି ଆୟୋଜନ ବନ୍ଦ କରି ଦିଆଯାଉ ।"

ସେପଟେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବାକୁ ଥିବା ଟେଷ୍ଟ ଦଳରେ ଚେତେଶ୍ବର ପୂଜାରାଙ୍କୁ ସ୍ଥାନ ମିଳିନାହିଁ । ଏଥିରେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୁନୀଲ ଗାଭାସ୍କର । ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଫାଇନାଲ ମ୍ୟାଚରେ ପୂଜାରା କେବଳ ୧୪ ଏବଂ ୨୭ ରନର ପାଳି ଖେଳିଥିଲେ । ଯେଉଁଥିପାଇଁ ତାଙ୍କୁ ବାଦ ଦିଆଯାଇଥିବା କୁହାଯାଉଛି । ତେବେ ଏନେଇ ଗାଭାସ୍କର କହିଛନ୍ତି, "କେବଳ ଚେତେଶ୍ବର ପୂଜାରାଙ୍କୁ ଟେଷ୍ଟ ଦଳରୁ ବାହାର କରିଦିଆଯାଇଛି । ସେ ଏଭଳି କଣ ଭୁଲ କରିଛନ୍ତି ଯାହା ଅନ୍ୟ ଖେଳାଳୀମାନେ କରିନାହାନ୍ତି ? ଦଳରୁ ଜଣେ ଖେଳାଳୀଙ୍କୁ ବାଦ ଦେବାର ନିୟମ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ୍‌ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.