ETV Bharat / sports

Catch Controversy in Ashes: 'ଯଦି ଏହା ସଠିକ୍‌, ତେବେ ଆମେ ସବୁ ଏମିତି କ୍ୟାଚ୍‌ ଧରିଥାଆନ୍ତୁ'

author img

By

Published : Jul 2, 2023, 9:37 PM IST

ଆସେସ୍‌ ଶୃଙ୍ଖଳାରେ ମିଚେଲ ଷ୍ଟାର୍କଙ୍କର କ୍ୟାଚ୍‌ ଧରିବା ଶୈଳୀକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଇଂଲଣ୍ଡର ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ । ସେ କହିଛନ୍ତି, ଯଦି କ୍ୟାଚ୍‌ ଧରିବାର ଏହା ସଠିକ୍‌ ଉପାୟ, ତେବେ ଆମେ ସବୁ ଏମିତି ଧରିଥାନ୍ତୁ । ଅଧିକ ପଢ଼ନ୍ତୁ

Broad on Starc controversial catch
Broad on Starc controversial catch

ଲଣ୍ଡନ: ଲର୍ଡ୍‌ସ୍‌ରେ ଜାରି ରହିଥିବା ଦ୍ବିତୀୟ ଆସେସ୍‌ ଟେଷ୍ଟ୍‌ ମ୍ୟାଚ୍‌ର ଚତୁର୍ଥ ଦିନରେ ମିଚେଲ ଷ୍ଟାର୍କଙ୍କର କ୍ୟାଚ୍‌ ଧରିବା ଶୈଳୀ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ଭିତରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ଇଂଲିଶ୍‌ ଫାଷ୍ଟ୍‌ ବୋଲର ଷ୍ଟୁଆର୍ଟ ବ୍ରଡ୍‌ । ଯଦି ଏଭଳି ଉପାୟରେ କ୍ୟାଚ୍‌ ଧରିବା ପ୍ରକ୍ରିୟାକୁ କ୍ରିକେଟ୍‌ରେ ଆଇନସଂଗତ ଧରାଯାଉଥାନ୍ତା, ତେବେ ଏହା ସମସ୍ତ ଖେଳାଳୀଙ୍କ ମଧ୍ୟରେ କ୍ୟାଚ୍‌ ଧରିବାର ଏକ କୌଶଳ ହୋଇସାରନ୍ତାଣି ।

ପ୍ରକାଶ ଥାଉ କି, ଆସେସ୍‌ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ର ଚତୁର୍ଥ ଦିନ ଇଂଲଣ୍ଡର ଓପନର ବେନ୍‌ ଡକେଟ୍‌ ଏକ ସର୍ଟ୍‌ ପିଚ୍‌ ବଲକୁ ଫାଇନ୍‌ ଲେଗ୍‌କୁ ଖେଳିଥିଲେ । ଏହି ସମୟରେ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ଫାଇନ୍‌ ଲେଗ୍‌ରେ କ୍ଷେତ୍ରରକ୍ଷଣ କରୁଥିଲେ । ସେ ବଲ୍‌ ପର୍ଯ୍ୟନ୍ତ ପହଞ୍ଚିବାରେ ସକ୍ଷମ ହୋଇଥିଲେ ଏବଂ ବଲକୁ ଅଟକାଇ ମଧ୍ଯ ଦେଇଥିଲେ । ତେବେ ସେ ପଡ଼ିଆରେ ଖସି ଯାଉଥିବା ସମୟରେ ବଲକୁ ଘାସରେ ଦବାଇ ଦେଇଥିଲେ । ଏହାପରେ ଅଷ୍ଟ୍ରେଲୀୟ ଖେଳାଳୀ ଏହାକୁ ଆଉଟ୍‌ ବୋଲି ଅପିଲ୍‌ କରିଥିଲେ । ହେଲେ ତୃତୀୟ ଅମ୍ପାୟାର ଏହାକୁ ନଟ୍‌ ଆଉଟ୍‌ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଚର୍ଚ୍ଚାରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ବୟାନ, କହିଲେ ବର୍ଣ୍ଣ ବୈଷମ୍ୟର ହୋଇଥିଲି ଶିକାର

ତେବେ ଏନେଇ ଇଂଲଣ୍ଡର ବରିଷ୍ଠ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ ଏନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ଠିକ୍‌ ବୋଲି ଦର୍ଶାଇଛନ୍ତି । କାରଣ କ୍ରିକେଟ୍‌ରେ କ୍ୟାଚ୍‌ ଧରିବାର ନିୟମ ଅନୁସାରେ ବଲ ଭୂମିରେ ସ୍ପର୍ଶ ନକରିବା ଆବଶ୍ୟକ ରହିଛି । ନିଜର ଡେଲି ମେଲ୍‌ରେ ବ୍ରଡ୍‌ କହିଛନ୍ତି, "କ୍ରିକେଟ୍‌ ନିୟମକୁ ମୁଁ ଯେତିକି ବୁଝିଛି, ବଲକୁ କ୍ୟାଚ୍ ଧରିବା ସମୟରେ ବଲ ଭୂମି ସହିତ ସ୍ପର୍ଶ କରିବାର ଅନୁମତି ନଥାଏ । ଆମେ ସମସ୍ତେ କ୍ରିକେଟ ଖେଳିଛୁ, ଯେଉଁଠାରେ ହାତ ଉପରକୁ କରି କ୍ୟାଚ୍‌ ଧରିବାର ପ୍ରୟାସ କରାଯାଏ । ସେଠାରେ ଯଦି ଆପଣଙ୍କ କହୁଣୀ ଭୂମିରେ ସ୍ପର୍ଶ କରେ, ତେବେ ବଲ ହାତରୁ ଖସି ଚାଲିଯାଏ । ହେଲେ ଆପଣ ବଲକୁ ଧରିବେ ଓ ହାତ ବୁଲାଇ ବଲକୁ ଭୂମିରେ ଦବାଇ ରଖିବେ, ଫଳରେ ବଲ ଆପଣଙ୍କ ହାତରୁ ଖସି ଯାଇପାରିବନି । ଯଦି ଏହା କ୍ୟାଚ୍‌ ଧରିବାର ନିୟମ ହୋଇଥାନ୍ତା, ତେବେ ଆମେ ସମସ୍ତେ ଏପରି କରିଥାନ୍ତେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.