ETV Bharat / sports

ICC Player Of The Month: ହସରଙ୍ଗା-ଗାର୍ଡନର ଜୁନ ମାସର ଶ୍ରେଷ୍ଠ ଖେଳାଳି

ଆଇସିସି ଜୁନ୍ ମାସ ପାଇଁ ଶ୍ରେଷ୍ଠ ଖେଳାଳି ଘୋଷଣା କରିଛି । ଶ୍ରୀଲଙ୍କାର ସ୍ପିନର ୱାନିନ୍ଦୁ ହସରଙ୍ଗା ଜୁନ ମାସର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ବେଳେ ଓ ଅଷ୍ଟ୍ରେଲିଆର ଆସଲେ ଗାର୍ଡନର ଶ୍ରେଷ ମହିଳା କ୍ରିକେଟର ହୋଇଛନ୍ତି । ଅଧିକ ପଢନ୍ତୁ

ICC Player Of The Month
ଜୁନ ମାସର ଶ୍ରେଷ୍ଠ ଖେଳାଳି
author img

By

Published : Jul 12, 2023, 11:39 AM IST

ଦୁବାଇ: ଶ୍ରୀଲଙ୍କାର ସ୍ପିନର ୱାନିନ୍ଦୁ ହସରଙ୍ଗା ଜୁନ ମାସର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି । ସେହିପରି ଅଷ୍ଟ୍ରେଲିଆର ଅଲରାଉଣ୍ଡର ଆସଲେ ଗାର୍ଡନର ଜୁନର ଶ୍ରେଷ୍ଠ ମହିଳା ଖେଳାଳି ପୁରସ୍କାର ଜିତିଛନ୍ତି । ଆଇସିସି ପକ୍ଷରୁ ଜୁନ ମାସର ଏହି ଦୁଇଜଣ ଶ୍ରେଷ୍ଠ ଖେଳାଳି ହୋଇଥିବା ସ୍ପଷ୍ଟ କରାଯାଇଛି ।

ଏହା ବି ପଢନ୍ତୁ...IND VS WI 1st Test : ଆଜିଠୁ ପ୍ରଥମ ଟେଷ୍ଟ, ଏହି ଖେଳାଳିଙ୍କ ଉପରେ ରହିବ ନଜର

ଗତ ଜୁନ ମାନସରେ ହସରଙ୍ଗା 10 ଆଭରେଜରେ 26ଟି ୱିକେଟ ନେଇଛନ୍ତି । ଯେଉଁଥିରେ ସେ ICC ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାର ପ୍ରଥମ ମ୍ୟାଚ୍‌ରେ ୟୁଏଇ ବିପକ୍ଷରେ 6ଟି ୱିକେଟ ଅକ୍ତିଆର କରିଥିଲେ । ଏହା ପରବର୍ତ୍ତୀ 2 ମ୍ୟାଚ୍‌ରେ ସେ ଯଥାକ୍ରମେ ଓମାନ ବିପକ୍ଷରେ 13 ରନରେ 5 ଓ ଆୟର୍ଲାଣ୍ଡ ବିପକ୍ଷରେ 79 ରନରେ 5ଟି ୱିକେଟ ସଫଳତା ହାସଲ କରିଥିଲେ । ଏହା ସହିତ ସେ ବିଶ୍ବର ପ୍ରଥମ ସ୍ପିନର ଭାବେ କ୍ରମାଗତ 3ଟି ଅନ୍ତର୍ଜାତୀୟ ମ୍ୟାଚରେ 5ଟି ୱିକେଟ ନେବାର ରେକର୍ଡ କରିଛନ୍ତି । ଅକ୍ଟୋବରରୁ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ବକପ ପାଇଁ ଶ୍ରୀଲଙ୍କାକୁ ଯୋଗ୍ୟତା ହାସଲ କରିବାରେ ସହାୟକ ହୋଇଥିଲା । ଏହି ପ୍ରଦର୍ଶନ ବଳରେ 25 ବର୍ଷୀୟ ହସରଙ୍ଗା ଜୁନ ମାସରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।

  • Sri Lanka's wily wrist spinner and a top performer at the #CWC23 Qualifier has been voted the ICC Men's Player of the Month for June 2023 🏅

    Details 👇

    — ICC (@ICC) July 11, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...ଶୁଭମନ ଗିଲ ଜାନୁଆରୀର ଶ୍ରେଷ୍ଠ ଖେଳାଳି

ଅନ୍ଯପଟେ ମହିଳା କ୍ରିକେଟରେ ଜୁନ ମାସର ଶ୍ରେଷ୍ଠ ଖେଳାଳି ହୋଇଛନ୍ତି ଆଲିସା ଗାର୍ଡନର । ମହିଳା ଆସେସ୍‌ ସିରିଜରେ ଇଂଲଣ୍ଡ ବିପକ୍ଷରେ ଏକମାତ୍ର ମ୍ୟାଚରେ ଅଷ୍ଟ୍ରେଲିଆର ଅଲରାଉଣ୍ଡର ଆଲିସା ଗାର୍ଡନର 40 ରନ କରିବା ସହ 12ଟି ୱିକେଟ ନେଇଥିଲେ । ଅଷ୍ଟ୍ରେଲିଆର ଏହି ଷ୍ଟାର୍‌ ଖେଳାଳି ସେବେ ଚର୍ଚ୍ଚାକୁ ଆସିଲେ ଯେବେ ସେ ଇଂଲଣ୍ଡ ବିପକ୍ଷରେ 12ଟି ୱିକେଟ ହାସଲ କରିଥିଲେ । ଇଂଲଣ୍ଡ ପ୍ରଥମ ପାଣିଲେ 99ରନ୍‌ ଦେଇ 4ଟି ୱିକେଟ ନେଇଥିଲେ । ହିଥର ନାଇଟ, ନେଟ ସାଇବର ବଣ୍ଟ, ସୋଫିଆ ଡକଲେଙ୍କ ଭଳି ବଡ଼ ୱିକେଟ ନେଇଥିଲେ । ଏହି ସଫଳତା ବଳରେ ଗାର୍ଡନର ଆଇସିସିର ଜୁନ ମାସର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି । ଆଇସିସି ହେଲ ଅଫ୍‌ ଫେମ୍‌ରେ ସ୍ଥାନ ପାଇଥିବା କ୍ରିକେଟର, ପୂର୍ବ ଅନ୍ତର୍ଜାତୀୟ କ୍ରିକେଟର, ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଗଠିତ ପ୍ୟାନେଲ୍‌ ପ୍ରତି ମାସରେ ଶ୍ରେଷ୍ଠ କ୍ରିକେଟର ବାଛନ୍ତି । ଭୋଟ ଜରିଆରେ ଶ୍ରେଷ୍ଠ ଖେଳାଳି ଚୟନ କରାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.