ETV Bharat / sports

T-20: ଟସ୍‌ ଜିତି ବୋଲିଂ କରିବ ଶ୍ରୀଲଙ୍କା, ଟିମ୍ ଇଣ୍ଡିଆକୁ ଫେରିଲେ ସାମସନ୍ - ଭାରତ ଶ୍ରୀଲଙ୍କା ପ୍ରଥମ ଟି-୨୦ ମ୍ୟାଚ୍‌ ଖବର

ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆରମ୍ଭ ହେବ ପ୍ରଥମ ଟି-୨୦ ମ୍ୟାଚ୍ । ଏହି ମ୍ୟାଚ୍‌ ପାଇଁ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା । ଅଧିକ ପଢ଼ନ୍ତୁ

IND vs SL 1st T-20: ଟସ୍‌ ଜିତି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କଲା ଶ୍ରୀଲଙ୍କା

author img

By

Published : Feb 24, 2022, 7:05 PM IST

ଲକ୍ଷ୍ନୌ: ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆରମ୍ଭ ହେବ ପ୍ରଥମ ଟି-୨୦ ମ୍ୟାଚ୍ । ଏହି ମ୍ୟାଚ୍‌ ପାଇଁ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନି ଟିକିଆ ଟି-୨୦ ସିରିଜ ଖେଳାଯିବ । ଏହି ସିରିଜର ପ୍ରଥମ ମ୍ୟାଚ ଆଜିଠାରୁ ଆରମ୍ଭ ହେବ ।

ଟସ୍‌ ହାରିବା ପରେ ରୋହିତ ଶର୍ମା କହିଛନ୍ତି ଯେ, "ଆମେ ମଧ୍ୟ ପ୍ରଥମେ ବୋଲିଂ କରିବାକୁ ଚାହୁଁଥିଲୁ । କିନ୍ତୁ ବର୍ତ୍ତମାନ ଆମେ ବଡ଼ ସ୍କୋର୍‌ କରିବାକୁ ଚେଷ୍ଟା କରିବାକୁ । ଏହି ପିଚ୍‌ କିଭଳି ପରବର୍ତ୍ତୀ ସମୟରେ ସୁହାଇବ ତାହା କହିବା ଅସମ୍ଭବ । ୪ ବର୍ଷ ପୂର୍ବେ ଟିମ୍‌ ଇଣ୍ଡିଆ ଏଠାରେ ଶେଷ ମ୍ୟାଚ ଖେଳିଥିଲା । ଗତ ମ୍ୟାଚ୍‌ ଖେଳିଥିବା ଟିମ୍‌ର ୬ ଜଣ ଖେଳାଳିଙ୍କୁ ପରିବର୍ତ୍ତନ କରାଯାଇଛି ।"

ସେପଟେ ଶ୍ରୀଲଙ୍କା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ଭାରତରୁ କମ୍‌ରୁ କମ୍‌ ସ୍କୋର୍‌ରେ ଅଲ ଆଉଟ କରିବାକୁ ଚେଷ୍ଟା କରିବୁ ବୋଲି କହିଛନ୍ତି ଶ୍ରୀଲଙ୍କାର ଅଧିନାୟକ ଡାସୁନ ଶନକ । ଦଳ ଏବେ ଆହତ ସମସ୍ୟା ଦେଇ ଗତି କରୁଛି । ଏହାସତ୍ତ୍ବେ ଆମେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବୁ ।

ଶ୍ରୀଲଙ୍କାର ଚୂଡ଼ାନ୍ତ ଏକାଦଶ

ପଥମ୍ ନିଶଙ୍କ, କାମିଲ ମିଶାରା, ଚରିଥ ଆଶାଲଙ୍କା, ଦୀନେଶ ଚଣ୍ଡିମାଲ, ଜାନିଥ ଲିଆନଗେ, ଡାସୁନ ଶନକ(ଅଧିନାୟକ), ଚାମିକା କରୁଣାରତ୍ନେ, ଜେଫ୍ରି ଭାଣ୍ଡେର୍ସେ, ପ୍ରବୀଣ ଜୟବିକ୍ରମ, ଦୁଶ୍ମଥ ଚମିରା, ଲାହିରୁ କୁମାର ।

ଭାରତ ଚୂଡ଼ାନ୍ତ ଏକାଦଶ

ରୋହିତ ଶର୍ମା (ଅଧିନାୟକ), ଇଶାନ କିଶନ, ଶ୍ରେୟାସ ଆୟର, ସଞ୍ଜୁ ସାମସନ, ଦୀପକ ହୁଡ୍ଡା, ରବିନ୍ଦ୍ର ଜାଡେଜା, ଭେଙ୍କେଟେଶ ଆୟର, ହର୍ଷଲ ପଟେଲ, ଭୂବନେଶ୍ବର କୁମାର, ଜଶପ୍ରୀତ ବୁମ୍‌ରା, ୟୁଜିବେନ୍ଦ୍ର ଚହଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.