ନୂଆଦିଲ୍ଲୀ: "ଶ୍ରୀଲଙ୍କା ଗସ୍ତ ବେଳେ ବହୁତ କିଛି ଶିଖିବାକୁ ଚେଷ୍ଟା କରିବି।" ଏହା କହିଛନ୍ତି ଭାରତୀୟ ଦଳର ମୁଖ୍ୟ କୋଚ ଦାୟିତ୍ବରେ ଥିବା ରାହୁଲ ଦ୍ରାବିଡ । ଶ୍ରୀଲଙ୍ଗା ଗସ୍ତ ବେଳେ ଏହି ଦାୟିତ୍ବ ତୁଲାଇବେ ରାହୁଲ ଦ୍ରାବିଡ । ବର୍ତ୍ତମାନ ରବି ଶାସ୍ତ୍ରୀ ଭାରତୀୟ ଦଳ ସହ ଇଂଲଣ୍ଡରେ ରହିଥିବାରୁ ରାହୁଲଙ୍କ ଏହି ଦାୟିତ୍ବ ଦିଆଯାଇଛି ।
ବର୍ତ୍ତମାନ ଜାତୀୟ କ୍ରିକେଟ ଏକାଡେମୀର ମୁଖ୍ୟକୋଚ ଦାୟିତ୍ବରେ ରହିଛନ୍ତି ରାହୁଲ ଦ୍ରାବିଡ । ତେବେ ଭାରତୀୟ ଦଳର ଶ୍ରୀଲଙ୍କା ଗସ୍ତକୁ ନେଇ ସେ ଉତ୍ସାହିତ ରହିଛନ୍ତି। ସେ କହିଛନ୍ତି ଯେ, "ଅଭିଜ୍ଞ ଖେଳାଳି ଓ ଯୁବ ଖେଳାଳିଙ୍କୁ ନେଇ ଏହା ଚମତ୍କାର ମଶ୍ରିତ ଦଳ । ଜଣେ କୋଚ ଭାବରେ ମୋ ପାଇଁ ଏଭଳି ସ୍ଥିତି ଉତ୍ସାହଜନକ ରହିବ । କାରଣ ଆପଣ ଜାଣିଛନ୍ତି ଆପଣ ଯଦି ଭଲ ପରିବେଶ ତିଆରି କରି ପାରିଲେ ଆପଣ ଭଳ ଫଳାଫଳ ପାଇ ପାରିବେ ।"
ଶ୍ରୀଲଙ୍କା ଗସ୍ତ ବେଳେ ରାହୁଲ ଦ୍ରାବିଡ ବହୁତ କିଛି ଶିଖିବା ନେଇ ଆଶାବାଦୀ ଅଛନ୍ତି । ଦଳରେ ପୃଥ୍ବୀ ଶ'ଙ୍କ ଭଳି ଯୁବ ଖେଳାଳି ସାମିଲ ରହିଛନ୍ତି । ଏହି ଯୁବ ଖେଳାଳି ଆସନ୍ତା ଟି-20 ବିଶ୍ବକପ ଦଳରେ ନିଜ ସ୍ଥାନ ପକ୍କା କରିବାକୁ ସମସ୍ତ ପ୍ରୟାସ କରିବେ ଏହି ଯୁବ ଖେଳାଳି । ଦେବଦତ୍ତ ପାଡ୍ଡକଲ, ଋୁତୁରାଜ ଗାୟକୱାଡ ଭଳି ଖେଳାଳି ଏହି ସିରିଜ ମାଧ୍ୟମରେ ନିଜକୁ ପ୍ରମାଣିତ କରି ପାରିବେ ବୋଲି କହିଛନ୍ତି ରାହୁଲ ଦ୍ରାବିଡ ।
ଶ୍ରୀଲଙ୍କା ଗସ୍ତ ବେଳେ ଯୁବ କ୍ରିକେଟର ଭଲ ପ୍ରଦର୍ଶନ କଲେ ସେମାନେ ଭାରତୀୟ ସ୍କ୍ବାଡରେ ସାମିଲ ହୋଇ ପାରିବେ । ଶ୍ରୀଲଙ୍କା ବିପକ୍ଷରେ 3ଟି ଦିନିକିଆ ମ୍ୟାଚ ଓ 3ଟି ଟି-20ଲ ମ୍ୟାଚ ଖେଳିବ ଭାରତ । ଶିଖର ଧୱନ ଭାରତୀୟ ଦଳର ଅଧିନାୟକ ଦାୟିତ୍ବରେ ରହିଥିବା ବେଳେ ଭୁବନେଶ୍ବର କୁମାର ଏହାର ଉପ ଅଧିନାୟକ ଦାୟିତ୍ବରେ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ