ETV Bharat / sports

IndvsSL 2nd T20: ମେଣ୍ଡିସ ଓ ଶନକଙ୍କ ଧୂଆଁଦାର ପାଳି, ଭାରତ ସମ୍ମୁଖରେ ୨୦୭ ରନ୍‌ ଟାର୍ଗେଟ - ଭାରତ ସମ୍ମୁଖରେ ୨୦୭ ରନ୍‌ ର୍ଗେଟ

ଦ୍ବିତୀୟ ଟି୨୦ ମ୍ୟାଚ୍‌ରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଛି ଶ୍ରୀଲଙ୍କା ଦଳ । ଭାରତ ସମ୍ମୁଖରେ ୨୦୭ ରନ୍‌ ଟାର୍ଗେଟ ରଖିଛି ଶ୍ରୀଲଙ୍କା । ଧିକ ପଢ଼ନ୍ତୁ

ଭାରତ ସମ୍ମୁଖରେ ୨୦୭ ରନ୍‌ ର୍ଗେଟ
Srilanka set 207 target
author img

By

Published : Jan 5, 2023, 8:54 PM IST

ମୁମ୍ବାଇ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଜାରି ରହିଥିବା ଦ୍ବିତୀୟ ଟି୨୦ ମ୍ୟାଚ୍‌ରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଛି ଶ୍ରୀଲଙ୍କା ଦଳ । ୬ ୱିକେଟ ବିନିୟମରେ ଶ୍ରୀଲଙ୍କା ମୋଟ ୨୦୬ ରନ୍‌ କରିଛି । ପ୍ରାୟ ସମସ୍ତ ଭାରତୀୟ ବୋଲର ଆଜି ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଦୁଇ ଓପନର ପଥୁମ ନିଶଙ୍କ ଓ କୁଶାଲ ମେଣ୍ଡିସ ଶ୍ରୀଲଙ୍କାକୁ ଏକ ଭଲ ଆରମ୍ଭ ଦେଇଥିଲେ । ଉଭୟଙ୍କ ମଧ୍ୟରେ ପ୍ରଥମ ୱିକେଟ ପାଇଁ ୮୦ ରନ୍‌ ଭାଗିଦାରୀ ହୋଇଥିଲା ।

କୁଶାଲ ମେଣ୍ଡିସ ୩୧ଟି ବଲ୍‌ରୁ ଧୁଆଁଦାର ଅର୍ଦ୍ଧଶତକ ହାସଲ କରିଥିଲେ । ଏହାପରେ ୟୁଜିବେନ୍ଦ୍ର ଚହଲ ତାହ୍କୁ ପାଭିଲିୟନ ରାସ୍ତା ଦେଖାଇଥିଲେ । ଏହାପରେ ତୁରନ୍ତ ଭାରତ ଆଉ ଏକ ୱିକେଟ ନେବାକୁ ସକ୍ଷମ ହୋଇଥିଲା । ତେବେ ଚରିଥ ଅଶାଲଙ୍କା ପୁନଃ ଭାରତୀୟ ବୋଲରଙ୍କ ଉପରେ ପ୍ରହାର ଆରମ୍ଭ କରି ଦେଇଥିଲେ । ସେ ୧୯ଟି ବଲ୍‌ରେ ୩୭ ରନ୍‌ ହାସଲ କରିଥିଲେ । ଏହାପରେ ପୁନଃ ଉମରାନ ମଲିକ ଦୁଇ ୱିକଟେ ନେଇ ରନ୍‌ରେ ଅଙ୍କୁଶ ଲଗାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଅଧିନାୟକ ଦାସୁନ ଶନକ ଦ୍ରୁତ ଭାବରେ ରନ୍‌ ସଂଗ୍ରହ ଆରମ୍ଭ କରି ଦେଇଥିଲେ । ସେ ୨୧ ବଲ୍‌ରେ ୫୦ ରନ୍‌ କରିଥିଲେ । ଯାହା ଫଳରେ ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୨୦୬ ରନ୍‌ ସଂଗ୍ରହ କରିବାକୁ ସକ୍ଷମ ହୋଇଛି ।

ସେପଟେ ଭାରତୀୟ ବୋଲରଙ୍କ କଥା କହିଲେ ଆଜି ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ଅର୍ଶଦୀପ ସିଂହ ଦୁଇ ଓଭରରେ ୧୮.୫୦ ହାରରେ ୩୭ ଖର୍ଚ୍ଚ କରିଛନ୍ତି । ସେହିଭଳି ଶିଭମ ମାଭି ୪ ଓଭରରେ ୧୨.୮୦ ହାରରେ ୪୭ ରନ୍‌ ଖର୍ଚ୍ଚ କରିଛନ୍ତି । ଉମରାନ ମଲିକ ୪ ଓଭରରେ ୧୨ ରନ୍‌ ହାରରେ ୪୮ ଖର୍ଚ୍ଚ କରିଛନ୍ତି । ଅକ୍ଷର ପଟେଲ ଦୁଇଟି ୱିକେଟ ନେଇଥିବା ବେଳେ ୟୁଜିବେନ୍ଦ୍ର ଚହଲ ଗୋଟିଏ ନେଇଛନ୍ତି । ଉମରାନ ମଲିକ ସର୍ବାଧିକ ୩ ୱିକେଟ ଅକ୍ତିଆର କରଛନ୍ତି । ଏହି ପିଚ୍‌ରେ ଭାରତୀୟ ବ୍ୟାଟର କିଭଳି ବ୍ୟାଟିଂ କରିବେ ତାହାରି ଉପରେ ରହିବ ନଜର ।

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜି ସିରିଜର ଦ୍ବିତୀୟ ଟି-୨୦ର ମ୍ୟାଚ୍‌ ଖେଳାଯାଉଛି । ଏହି ମ୍ୟାଚ୍‌ରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା । ଆଜିର ମ୍ୟାଚ୍‌ ପାଇଁ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଥିବା ବେଳେ ଶ୍ରୀଲଙ୍କା ଅପରିବର୍ତ୍ତିତ ଦଳ ନେଇ ମୈଦାନକୁ ଓହ୍ଲାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.