ETV Bharat / sports

ICC World Cup Qualifier: ନେଦରଲାଣ୍ଡସକୁ ହରାଇ ଶ୍ରୀଲଙ୍କା ଚମ୍ପିଆନ

author img

By

Published : Jul 10, 2023, 12:31 PM IST

ଆଇସିସି ଦିନିକିଆ ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟରେ ଶ୍ରୀଲଙ୍କା ଦମଦାର ପ୍ରଦର୍ଶନ କରିଛି । ନେଦରଲାଣ୍ଡସକୁ ହରାଇ ଚମ୍ପିଆନ ହୋଇଛି ଶ୍ରୀଲଙ୍କା । ଅଧିକ ପଢନ୍ତୁ

SriLanka ICC World Cup Qualifier champion
ନେଦରଲାଣ୍ଡସକୁ ହରାଇ ଶ୍ରୀଲଙ୍କା ଚମ୍ପିଆନ

ହାରରେ: ଦିଲସାନ ମଦୁଶଙ୍କାଙ୍କ 18ରନରେ 3 ୱିକେଟ ଏବଂ ମହୀଶ ତୀକ୍ଷଣାଙ୍କ 31 ରନରେ 4 ୱିକେଟ ଦମଦାର ବୋଲିଂ ବଳରେ ଦିନିକିଆ ବିଶ୍ବକପ 2023 ଯୋଗତ୍ୟ ପର୍ଯ୍ୟାୟ ଫାଇନାଲରେ ନେଦରଲାଣ୍ଡସକୁ 128ରନରେ ପରାସ୍ତ କରିଛି । ଘାତକ ବୋଲିଂ କରି ବିଜୟରେ ମୁଖ୍ୟ ଭୂମିକା ତୁଲାଇଥିବା ମଦୁଶଙ୍କା ପ୍ଲେୟାର ଅଫ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି । ଏହା ସହିତ ଶ୍ରୀଲଙ୍କା ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ଚମ୍ପିଆନ ହୋଇଛି । ଜିମ୍ବାୱେକୁ ହରାଇ ବିଶ୍ବକପ ଟିକେଟ ପାଇଥିଲା ଶ୍ରୀଲଙ୍କା ।

ଏହା ବି ପଢନ୍ତୁ...ICC World Cup Qualifier: ନେଦରଲାଣ୍ଡସକୁ ବିଶ୍ବକପ ଟିକେଟ, 4 ୱିକେଟରେ ହାରିଲା ସ୍କଟଲାଣ୍ଡ

ନବମ ଓ ଦଶମ ଦଳ ଭାବେ ବିଶ୍ବକପ ଟିକେଟ ହାସଲ କରିଛନ୍ତି ନେଦରଲାଣ୍ଡ୍‌ସ ଓ ଶ୍ରୀଲଙ୍କା । ବିଶ୍ବକପ ଯୋଗତ୍ୟ ପର୍ଯ୍ୟାୟ ଫାଇନାଲରେ ଶ୍ରୀଲଙ୍କା ଓ ନେଦରଲାଣ୍ତସ ମୁହାଁମୁହିଁ ହୋଇଥିଲେ । ନେଦରଲାଣ୍ଡସଠୁ ବ୍ୟାଟିଂ ଆମନ୍ତ୍ରଣ ପାଇ ଶ୍ରୀଲଙ୍କା 47.5 ଓଭରରେ 233ରନ କରି ଅଲଆଉଟ ହୋଇଥିଲା । ଦଳ ପକ୍ଷରୁ ଆରଚିଗେ 57, କୁଶଲ ମେଣ୍ଡିସ 43, ଚରିଥ ଆଶାଲଙ୍କା 36, ୱାନିଣ୍ଡୁ ହସରଙ୍ଗା 29 ଓ ପଥୁମ ନିଶଙ୍କା 23 ରନ କରିଥିଲେ । ନେଦରଲାଣ୍ଡସ ପକ୍ଷରୁ ଲୋଗାନ ଭାନ ବିକ, ରିୟାନ କ୍ଲିନ, ବିକ୍ରମଜିତ ଓ ସାକିବ 2ଟି ଲେଖାଏଁ ୱିକେଟ ନେଇଥିଲେ ।

ଏହା ବି ପଢନ୍ତୁ...ICC World Cup Qualifier: ବିଶ୍ୱକପ୍‌ ଟିକେଟ୍‌ ହାତେଇଲା ଶ୍ରୀଲଙ୍କା, ୯ ୱିକେଟ୍‌ରେ ହାରିଲା ଜିମ୍ବାୱେ

234ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ନେଦରଲାଣ୍ଡସ । ନେଦରଲାଣ୍ଡସ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । 105ରନରେ ଦଳ ଅଲଆଉଟ ହୋଇଥିଲା । ଓପନର ମ୍ୟାକ୍ସ 33, ବିକ୍ରମଜିତ 13 ଓ ଲୋଗନ ଅପରାଜିତ 20 ରନ କରିଥିଲେ । ଆଉ କୌଣସି ବ୍ୟାଟର ଦୁଇଅଙ୍କ ବି ଛୁଇଁ ନଥିଲେ । ଶ୍ରୀଲଙ୍କା ପକ୍ଷରୁ ମହେଶ ତୀକ୍ଷଣା 4ଟି ୱିକେଟ ଓ ଦିଲସାନ ମଦୁଶଙ୍କା 3ଟି ୱିକେଟ ଅକ୍ତିଆର କରିଥିଲେ । ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟରେ ମୋଟ 10ଟି ଦଳ ଭାଗ ନେଇଥିଲେ । ଶ୍ରୀଲଙ୍କା ଚମ୍ପିଆନ ହୋଇଛି ।

ପ୍ରକାଶଥାଉ କି ଅକ୍ଟୋବର 5ରୁ ନଭେମ୍ବର 19 ଯାଏଁ ଭାରତରେ ବିଶ୍ବକପ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ 10 ଦଳ ଶ୍ରୀଲଙ୍କା ନେଦରଲାଣ୍ଡସକୁ ମିଶାଇ 10 ଦଳ ଭାଗ ନେବେ । ଶ୍ରୀଲଙ୍କା ଜିମ୍ବାୱେ ଓ ନେଦରଲାଣ୍ଡସ ସ୍କଟ୍‌ଲାଣ୍ଡକୁ ପରାସ୍ତ କରି ବିଶ୍ବକପ ପାଇଁ ଟିକେଟ ହାସଲ କରିଥିଲେ । ଭାରତ ବିପକ୍ଷରେ ଶ୍ରୀଲଙ୍କା ମୁମ୍ବାଇରେ ନଭେମ୍ବର 2 ଓ ନେଦରଲାଣ୍ଡସ ନଭେମ୍ବର 11 ତାରିଖରେ ବେଙ୍ଗାଲୁରୁରେ ମ୍ୟାଚ ଖେଳିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.