ମୋହାଲି: ଭାରତ-ଶ୍ରୀଲଙ୍କା ଟେଷ୍ଟ ମ୍ୟାଚର ତୃତୀୟ ଦିନ । ୧୭୪ ରନ୍ରେ ଶ୍ରୀଲଙ୍କାଙ୍କୁ ଅଲଆଉଟ କଲା ଭାରତ । ପ୍ରଥମ ଇଂନିସରେ ଭାରତ ୫୭୪ରନ କରିଥିବା ବେଳେ ଶ୍ରୀଲଙ୍କା ମାତ୍ର ୧୭୪ ରନ କରିବାକୁ ସକ୍ଷମ ହୋଇଥିଲା । ଫଳରେ ଶ୍ରୀଲଙ୍କା ଠାରୁ ୪୦୦ ରନ୍ରେ ଅଗ୍ରଣୀ ରହିଛି ଭାରତ ।
ଅନ୍ୟପଟେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆଜି ମଧ୍ୟ ଦମଦାର ପ୍ରଦର୍ଶନ କରିଛନ୍ତି । ଟେଷ୍ଟ ମ୍ୟାଚର ଦ୍ବିତୀୟ ଦିନରେ ଶତକ ହାସଲ କରିବା ପରେ ବୋଲିଂରେ ମଧ୍ୟ ଚମତ୍କାର ପ୍ରର୍ଶନ କରିଛନ୍ତି । ଶ୍ରୀଲଙ୍କାର ୫ଟି ଓ୍ବିକେଟ ହାତେଇଛନ୍ତି ଜାଡେଜା । ସେହିପରି ବୁମରା ଓ ଅଶ୍ବିନୀ ମଧ୍ୟ ୨ଟି ଲେଖାଏଁ ଓ୍ବିକେଟ ହାତେଇଛନ୍ତି । ଭାରତ ପ୍ରଥମ ଇଂନିସରେ ବିଜୟୀ ହେବାପରେ ଶ୍ରୀଲଙ୍କାକୁ ଫଲୋଅନ ଦେଇଛି । ଏହାପରେ ଶ୍ରୀଲଙ୍କା ପୁଣି ବ୍ୟାଟିଂ ଆରମ୍ଭ କରିଛି ।