ସିଡନୀ: ଇଂଲଣ୍ଡ ଆଗରେ ୧୪୨ ରନର ଟାର୍ଗେଟ ରଖିଲା ଶ୍ରୀଲଙ୍କା । ଗ୍ରୁପ ୧ର ସୁପର ୧୨ ପର୍ଯ୍ୟାୟ ଶେଷ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଇଂଲଣ୍ଡ ବନାମ ଶ୍ରୀଲଙ୍କା ମଧ୍ୟରେ କଡା ଟକ୍କର ଜାରି ରହିଛି । ଏହି ମ୍ୟାଚର ଫଳାଫଳ ହିଁ ଭାଗ୍ୟ ନିର୍ଦ୍ଧାରଣ କରିବ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ କିଏ ସେମିଫାଇନାଲ ଟିକଟ୍ ହାସଲ କରିବ । ଶ୍ରୀଲଙ୍କା ପ୍ରଥମେ ଟସ ଜିତି ଅଧିନାୟକ ଦାସୁନ ଶନକା ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୪୧ ରନ କରିଛି ଦାସୁନ ଶନକା ଟିମ୍ । ପଥୁମ ନିଶଙ୍କା ଦମଦାର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି ।
-
Pathum Nissanka brings up an action-packed half-century, his fifth in #T20WorldCup history 💥#SLvENG | 📝: https://t.co/goECJqYTG0 pic.twitter.com/Ir87R6zdwi
— ICC (@ICC) November 5, 2022 " class="align-text-top noRightClick twitterSection" data="
">Pathum Nissanka brings up an action-packed half-century, his fifth in #T20WorldCup history 💥#SLvENG | 📝: https://t.co/goECJqYTG0 pic.twitter.com/Ir87R6zdwi
— ICC (@ICC) November 5, 2022Pathum Nissanka brings up an action-packed half-century, his fifth in #T20WorldCup history 💥#SLvENG | 📝: https://t.co/goECJqYTG0 pic.twitter.com/Ir87R6zdwi
— ICC (@ICC) November 5, 2022
ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଇଂଲିସ ଟିମକୁ ମାତ୍ ଦେବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇଥିଲା ସିଂହଳୀ ଟିମ୍ । ଆରମ୍ଭରୁ ଓପନିଂ ଯୋଡି ଭଲ ପାଳି ଆରମ୍ଭ କରିଥିଲା । ପଥୁମ ନିଶଙ୍କାଙ୍କ ଧୂଆଁଧାର ଅର୍ଦ୍ଧଶତକୀୟ ଇନିଂସ ବଳରେ ଶ୍ରୀଲଙ୍କା ୧୪୧ ରନ କରିବାରେ ସଫଳ ହୋଇପାରିଛି । ଆରମ୍ଭରୁ ଦୁଇ ଓପନର ପଥୁମ ନିଶଙ୍କା ଓ କୁଶଲ ମେଣ୍ଡିସ୍ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ । ଉଭୟଙ୍କ ପାର୍ଟନରସିପ ଦଳୀୟ ସ୍କୋର ପାଇଁ ୩୯ ରନ ଯୋଡିଥିଲା । ମେଣ୍ଡିସ୍ ୧୮ ରନ କରି ଆଉଟ ହୋଇଥିଲେ । ଏହା ପରେ ସିଂହଳୀ ଦଳ ବ୍ୟାଟିଂ ବିପର୍ଯ୍ୟାୟର ସମ୍ମୁଖୀନ ହୋଇଥିଲା । ମାର୍କ ଉଡଙ୍କ ଘାତକ ବୋଲିଂ ବଳରେ ଶ୍ରୀଲଙ୍କାର ମିଡିଲ ଅର୍ଡର ଧରାଶାୟୀ ହୋଇଥିଲା । ଭାନୁକା ରାଜପକ୍ଷେ ଏବଂ ପଥୁମ ନିଶଙ୍କାଙ୍କ ଇନିଂସ ଦଳୀୟ ସ୍କୋରକୁ ଆଗକୁ ବଢାଇବାରେ ସହାୟକ ହୋଇଥିଲା । ପଥୁମ ନିଶଙ୍କା ୪୫ ବଲରୁ ୨ ଟି ଚୌକା ଏବଂ ୫ ଟି ଛକା ସହିତ ୬୭ ରନର ସର୍ବାଧିକ ଇିନିଂସ ଖେଳିଥିଲେ । ସେହିପରି ରାଜପକ୍ଷେ ଧୀମା ବ୍ୟାଟିଂ କରି ୨୨ ବଲରୁ ୨୨ ରନ କରିଥିଲେ । ଏହି ତିନି ଜଣ ବ୍ୟାଟରଙ୍କୁ ଛାଡି ଦେଲେ ଶ୍ରୀଲଙ୍କାର ଅନ୍ୟ ୬ ଜଣ ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାରେ ବିଫଳ ରହିଛନ୍ତି । ସେପଟେ ଇଂଲଣ୍ଡର ମାର୍କ ଉଡ୍ ସର୍ବାଧିକ ୩ ଟି ୱିକେଟ ନେଇଥିଲେ । ବେନ ଷ୍ଟୋକ୍ସ, ସାମ କରନ୍, ଆଦିଲ ରସିଦ, କ୍ରିସ୍ ୱକ୍ସ ଗୋଟିଏ ଲେଖାଏଁ ୱିକେଟ ହାତେଇଥିଲେ । ସେପଟେ ୧୪୨ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଛି ଜୋସ ବଟଲର ବାହିନୀ ।
-
Sri Lanka finish on 141/8.#SLvENG #RoaringForGlory pic.twitter.com/pGN1ptZjg7
— Sri Lanka Cricket 🇱🇰 (@OfficialSLC) November 5, 2022 " class="align-text-top noRightClick twitterSection" data="
">Sri Lanka finish on 141/8.#SLvENG #RoaringForGlory pic.twitter.com/pGN1ptZjg7
— Sri Lanka Cricket 🇱🇰 (@OfficialSLC) November 5, 2022Sri Lanka finish on 141/8.#SLvENG #RoaringForGlory pic.twitter.com/pGN1ptZjg7
— Sri Lanka Cricket 🇱🇰 (@OfficialSLC) November 5, 2022