ETV Bharat / sports

ICC World Cup Qualifier: ବିଶ୍ୱକପ୍‌ ଟିକେଟ୍‌ ହାତେଇଲା ଶ୍ରୀଲଙ୍କା, ୯ ୱିକେଟ୍‌ରେ ହାରିଲା ଜିମ୍ବାୱେ

author img

By

Published : Jul 2, 2023, 8:58 PM IST

ବିଶ୍ବକପ୍‌ ୨୦୨୩ ପାଇଁ ଟିକେଟ୍‌ ହାତେଇଲା ଶ୍ରୀଲଙ୍କା । ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ଜିମ୍ବାୱେକୁ ୯ ୱିକେଟ୍‌ରେ ହରାଇ ପ୍ରଥମ ଟିମ୍‌ ଭାବେ ବିଶ୍ବକପ ପାଇଁ ଯୋଗ୍ୟତା ହାସଲ କରିଛି ଶ୍ରୀଲଙ୍କା । ଅଧିକ ପଢ଼ନ୍ତୁ

ବିଶ୍ବକପ ପାଇଁ ଯୋଗ୍ୟତା ହାସଲ କରିଛି ଶ୍ରୀଲଙ୍କା

ନୂଆଦିଲ୍ଲୀ: ଘରୋଇ ଜିମ୍ବାୱେକୁ ହରାଇ ବିଶ୍ବକପ୍‌ ଟିକେଟ୍‌ ହାତେଇଲା ଶ୍ରୀଲଙ୍କା । ଜିମ୍ବାୱେରେ ଜାରି ରହିଥିବା ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାର ସୁପର୍-୬ ରାଉଣ୍ଡ୍‌ରେ ରବିବାର ଘରୋଇ ଦଳକୁ ୯ ୱିକେଟ୍‌ରେ ହରାଇ ବିଶ୍ବକପ୍‌ ୨୦୨୩ ପାଇଁ ପ୍ରଥମ ଦଳ ଭାବେ ଯୋଗ୍ୟତା ହାସଲ କରିଛି ସିଂହଳୀ ଦଳ । ରବିବାର ଜିମ୍ବାୱେ ବିପକ୍ଷ ମ୍ୟାଚ୍‌ରେ ୯ ୱିକେଟ୍‌ର ବଡ଼ ବିଜୟ ସହିତ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ମୋଟ ୮ ପଏଣ୍ଟ ହାସଲ କରି ଭାରତ ଆସିବାକୁ ଟିକେଟ୍‌ ପାଇଛି ଶ୍ରୀଲଙ୍କା । ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ୪ ୱିକେଟ ହାସଲ କରି ମହେଶ ତିକ୍ଷାଣା ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ ।

ବିଶ୍ବକପ୍‌ ଯୋଗ୍ୟତା ହାସଲ କରିବା ପାଇଁ ଆଜି ମୁହାଁମୁହିଁ ହୋଇଥିଲେ ଜିମ୍ବାୱେ ଓ ଶ୍ରୀଲଙ୍କା । ତେବେ ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ସିନ୍‌ ୱିଲିୟମସଙ୍କ ସଙ୍ଘର୍ଷପୂର୍ଣ୍ଣ ଅର୍ଦ୍ଧଶତକ ଓ ସିକନ୍ଦର ରାଜାଙ୍କ ୩୧ ରନ ବଳରେ ୩୨.୨ ଓଭରରେ ୧୬୫ ରନ ପାଇଁ ସମସ୍ତ ୱିକେଟ ହରାଇଥିଲା । ଦଳର ଅନ୍ୟ କୌଣସି ବ୍ୟାଟର ୨୦ ରନ୍‌ରୁ ଊର୍ଦ୍ଧ୍ବ ସ୍କୋର କରିପାରିନଥିଲେ । ଶ୍ରୀଲଙ୍କା ପକ୍ଷରୁ ମହେଶ ତିକ୍ଷାଣା ସର୍ବାଧିକ ୪ଟି ୱିକେଟ ହାସଲ କରିଥିଲେ । ସେହିଭଳି ଦିଲସାନ ମଦୁଶଙ୍କା ବହୁମୂଲ୍ୟ ୩ଟି ୱିକେଟ୍‌ ଅକ୍ତିଆର କରିଥିଲେ । ମଥୀଶା ପଥିରାନା ୨ଟି ୱିକେଟ ହାତେଇଥିବା ବେଳେ ଅଧିନାୟକ ସଣକାଙ୍କୁ ଗୋଟିଏ ସଫଳତା ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ICC World Cup Qualifier: ବିଶ୍ବକପ୍‌ ଇତିହାସରେ ପ୍ରଥମ; ୨ଥର ବିଶ୍ବ ବିଜୟୀ ୱେଷ୍ଟ୍‌ଇଣ୍ଡିଜ୍‌ ଏଥର ଖେଳିପାରିବନି ଓ୍ୱାର୍ଲ୍ଡକପ୍

ଏହାପରେ ବିଶ୍ବକପ୍‌ ୨୦୨୩ ଖେଳିବାକୁ ଭାରତ ଆସିବା ପାଇଁ ଟିକେଟ୍‌ ହାସଲ କରିବାକୁ ଶ୍ରୀଲଙ୍କାକୁ ମାତ୍ର ୧୬୬ ରନର ଆବଶ୍ୟକତା ଥିଲା । ପ୍ରଥମରୁ ଉଭୟ ପ୍ରାରମ୍ଭିକ ବ୍ୟାଟର ପଥୁମ ନିଶଙ୍କ ଓ ଦିମୁଥ କରୁଣାରତ୍ନେ ଦଳକୁ ଭଲ ଆରମ୍ଭ ଦେଇଥିଲେ । ହେଲେ ମାତ୍ର ୩୦ ରନ କରି କରୁଣାରତ୍ନେ ଆଉଟ୍‌ ହୋଇଯାଇଥିଲେ । ଏହାପରେ ପଥୁମ ନିଶାଙ୍କାଙ୍କ ଦମଦାର ଶତକ ଓ କୁଶଲ ମେଣ୍ଡିସଙ୍କ ଅପରାଜିତ ୨୫ ରନ ସହାୟତାରେ ଜିମ୍ବାୱେକୁ ୯ ୱିକେଟରେ ପରାସ୍ତ କରିଥିଲା ଶ୍ରୀଲଙ୍କା । ମାତ୍ର ୩୩.୧ ଓଭରରେ ବିଜୟଲକ୍ଷ ପାର କରିଥିଲା ସିଂହଳୀ ଦଳ । ସେପଟେ ଜିମ୍ବାୱେର ବୋଲିଂ ବିଭାଗ ପଥୁମ ନିଶାଙ୍କାଙ୍କୁ ଅଟକାଇବାରେ ଅସମର୍ଥ ରହିଥିଲା । ୧୦୨ ବଲରୁ କେବଳ ୧୪ ଚୌକା ସହିତ ଏକ ଗୁରୁତ୍ବପୂର୍ଣ୍ଣ ଶତକୀୟ (୧୦୧*) ପାଳି ଖେଳିଥିଲେ ପଥୁମ ନିଶାଙ୍କା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.