ETV Bharat / sports

Asia Cup 2023: ଭାରତ ଓ ପାକିସ୍ତାନ ମ୍ୟାଚ୍‌ ପାଇଁ ରିଜର୍ଭ ଡେ'କୁ ନେଇ ବିବାଦ, ପ୍ରଶ୍ନ ଉଠାଇଲେ ଶ୍ରୀଲଙ୍କା-ବାଂଲାଦେଶ କୋଚ୍

author img

By ETV Bharat Odisha Team

Published : Sep 10, 2023, 4:51 PM IST

ଏସିଆ କପ୍‌ ୨୦୨୩ ଗ୍ରୁପ ପର୍ଯ୍ୟାୟରେ ଭାରତ ଓ ପାକିସ୍ତାନ ହାଇଭୋଲ୍ଟେଜ ମ୍ୟାଚ୍‌ ଧୋଇଯିବାପରେ ଆଜି ଖେଳାଯାଉଥିବା ସୁପର-୪ ପର୍ଯ୍ୟାୟ ମ୍ୟାଚ୍‌ ପାଇଁ ଏକ ରିଜର୍ଭ ଡେ ରଖାଯାଇଛି । ହେଲେ କେବଳ ଭାରତ ଓ ପାକିସ୍ତାନ ମ୍ୟାଚ୍‌ ପାଇଁ ରିଜର୍ଭ ଡେ ରଖାଯିବାକୁ ନେଇ ଶ୍ରୀଲଙ୍କା ଓ ବାଂଲାଦେଶ କ୍ରିକେଟ୍‌ ବୋର୍ଡ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅଧିକ ପଢ଼ନ୍ତୁ

ଭାରତ ଓ ପାକିସ୍ତାନ ମ୍ୟାଚ୍‌ ପାଇଁ ରିଜର୍ଭ ଡେ'କୁ ନେଇ ବିବାଦ

କଲୋମ୍ବୋ: ଏସିଆ କପ୍‌ ୨୦୨୩ର ପିଛା ଛାଡ଼ୁନି ବିବାଦ । ପ୍ରଥମେ ଏସିଆ କପ୍‌ ଭେନ୍ୟୁକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ହୋଇଥିବାବେଳେ ବହୁ ମାନସମନ୍ଥନ ପରେ ସମାଧାନର ରାସ୍ତା ବାହାର କରି ହାଇବ୍ରିଡ୍‌ ମଡେଲ ବହାର କରିଥିଲା ଏସିସି । ହେଲେ ଶ୍ରୀଲଙ୍କାର ପାଣିପାଗ ଆୟୋଜଙ୍କୁ ପୁଣିଥରେ ବିବାଦ ଭିତରକୁ ଟାଣି ନେଇଛି । ବର୍ଷା କାରଣରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ ଧୋଇଯାଇଥିଲା । ଆଜି(ରବିବାର) ଖେଳାଯାଉଥିବା ସୁପର-୪ ପର୍ଯ୍ୟାୟ ମ୍ୟାଚ୍‌ରେ ମଧ୍ୟ ବର୍ଷାର ଆକଳନ କରିଛି ପାଣିପାଗ ବିଭାଗ । ଫଳରେ ଏହି ମ୍ୟାଚ୍‌ ପାଇଁ ଏକ ରିଜର୍ଭ ଡେ ରଖାଯାଇଛି । ଆଜି ବର୍ଷାରେ ମ୍ୟାଚ୍‌ ଶେଷ ହୋଇନପାରିଲେ ଆସନ୍ତାକାଲି(ସୋମବାର) ମ୍ୟାଚ୍‌ ସମ୍ପୂର୍ଣ୍ଣ ହେବ । ହେଲେ ସୁପର-୪ ପର୍ଯ୍ୟାୟର ବାକି ୪ଟି ମ୍ୟାଚ୍ ପାଇଁ କୌଣସି ରିଜର୍ଭ ଡେ' ରଖାଯାଇନାହିଁ । ଫଳରେ ପୁଣି ଆଉ ଏକ ନୂଆ ବିବାଦ ସାମ୍ନାକୁ ଆସିଛି ।

ଭାରତ-ପାକ ମ୍ୟାଚ୍ ପାଇଁ ରିଜର୍ଭ ଡେ: ସୁପର୍‌ ସଣ୍ଡେରେ ଜାରି ରହିଛି ଭାରତ-ପାକିସ୍ତାନ ମୁକାବିଲା । ଗ୍ରୁପ୍‌ ପର୍ଯ୍ୟାୟରେ ଯେପରି ବର୍ଷା ପ୍ରଶଂସକ ତଥା କ୍ରୀଡ଼ାପ୍ରେମୀଙ୍କ ସବୁ ଅପେକ୍ଷାକୁ ଆଖି ପିଛୁଳାକେ ଧୋଇ ନେଇଥିଲେ, ଏହାର ପୁନରାବୃତ୍ତି ନହେବା ପାଇଁ ଆଜିର ମ୍ୟାଚ୍‌ ପାଇଁ ଏକ ରିଜର୍ଭ ଡେ' ରଖାଯାଇଛି । ଅର୍ଥାତ ଆଜି ଖେଳାଯାଉଥିବା ମ୍ୟାଚ୍‌ ଯଦି ବର୍ଷା କାରଣରୁ ବାଧାପ୍ରାପ୍ତ ହେଉଛି, ତେବେ ଆସନ୍ତାକାଲି ଅର୍ଥାତ ୧୧ ତାରିଖରେ ଏହା ସମ୍ପୂର୍ଣ୍ଣ କରାଯିବ ।

ଗୋଟିଏ ମ୍ୟାଚ୍‌ ପାଇଁ ରିଜର୍ଭ ଡେ' ନିଷ୍ପତ୍ତିକୁ ସମାଲୋଚନା: ସୁପର-୪ ପର୍ଯ୍ୟାୟରେ କେବଳ ଭାରତ ଓ ପାକିସ୍ତାନ ମଧ୍ୟରେ ଆଜି ଖେଳାଯାଉଥିବା ମ୍ୟାଚ୍‌ ପାଇଁ ଏକ ରିଜର୍ଭ ଡେ' ରଖାଯାଇଛି । ହେଲେ ଅନ୍ୟ କୌଣସି ମ୍ୟାଚ୍‌ ପାଇଁ ଏହି ବ୍ୟବସ୍ଥା ରଖାଯାଇନାହିଁ । ଫଳରେ ଏନେଇ ଏବେ ଚାରିଆଡେ ଚର୍ଚ୍ଚା ଲାଗି ରହିଛି । ବିଭିନ୍ନ ମହଲରୁ ଏସିସିକୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି । କେବଳ ଗୋଟିଏ ମ୍ୟାଚ ପାଇଁ କାହିଁକି ରିଜର୍ଭ ଡେ ? ଅନ୍ୟ ମ୍ୟାଚ୍‌ ପାଇଁ କାହିଁକି ନୁହେଁ ? ଏନେଇ ଭାରତୀୟ ପୂର୍ବତନ କ୍ରିକେଟର ଭେଙ୍କଟେଶ ପ୍ରସାଦ ପ୍ରଶ୍ନ ଉଠାଇଥିବାବେଳେ ଖୋଦ ଶ୍ରୀଲଙ୍କା ଓ ବାଂଲାଦେଶ କ୍ରିକେଟ୍‌ ବୋର୍ଡ ଏନେଇ ଅସନ୍ତୋଷ ପ୍ରକାଶ କରିଥିବା ଚର୍ଚ୍ଚା ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...Asia Cup 2023: ଭାରତ-ପାକ୍‌ ମ୍ୟାଚ୍‌ ପାଇଁ ରିଜର୍ଭ ଡେ', ବର୍ଷିଲେ ପୂର୍ବତନ କ୍ରିକେଟର

ପ୍ରଶ୍ନ ଉଠାଇଲେ ଶ୍ରୀଲଙ୍କା-ବାଂଲାଦେଶ କୋଚ୍: ଶ୍ରୀଲଙ୍କା କୋଚ୍ କ୍ରିସ୍ ସିଲଭରଉଡ୍ ଏବଂ ବାଂଲାଦେଶ ପ୍ରଶିକ୍ଷକ ଚନ୍ଦିକା ହାଥୁରାସିଂହା କେବଳ ଭାରତ ଓ ପାକିସ୍ତାନ ମ୍ୟାଚ୍‌ ପାଇଁ ରିଜର୍ଭ ଡେକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ହାଥୁରାସିଂହା କହିଛନ୍ତି, "ସମସ୍ତଙ୍କ ସହମତିରେ ଏଭଳି ନିଷ୍ପତ୍ତି ନିଆଯାଇନାହିଁ, ଏହା ଠିକ୍ ନୁହେଁ । ଆମକୁ ମଧ୍ୟ ଏକ ରିଜର୍ଭ ଡେ ଦରକାର ।" ସିଲଭରଉଡ୍ କହିଛନ୍ତି, "ଏହା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ଏହା ଆମ ପାଇଁ ଅସୁବିଧା ସୃଷ୍ଟି କରିପାରେ ।"

ସଫେଇ ଦେଲେ ଦୁଇ ଦେଶର କ୍ରିକେଟ୍‌ ବୋର୍ଡ: ଏଭଳି ବିଭିନ୍ନ ଚର୍ଚ୍ଚା ମଧ୍ୟରେ ବାଂଲାଦେଶ କ୍ରିକେଟ୍ ବୋର୍ଡ ଓ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ସୋସିଆଲ ମିଡିଆରେ ସଫେଇ ଦେଇଛନ୍ତି । ଭାରତ ଏବଂ ପାକିସ୍ତାନ ମ୍ୟାଚ୍ ପାଇଁ ରିଜର୍ଭ ଡେ ରଖିବାକୁ ନିଷ୍ପତ୍ତି ସମସ୍ତ ୪ ଦଳର ସହମତି ପରେ ନିଆଯାଇଥିବା ଟ୍ବିଟ୍‌ କରି ପ୍ରକାଶ କରିଛନ୍ତି ଉଭୟ ଦେଶର କ୍ରିକେଟ୍‌ ବୋର୍ଡ ।

କିଏ ଖେଳିବ ଫାଇନାଲ ?: ଏଠାରେ ପ୍ରଶ୍ନ ଉଠୁଛି, ଯଦି ଭାରତ ଓ ପାକିସ୍ତାନ ମୁକାବିଲା ରିଜର୍ଭ ଡେରେ ଖେଳାଯାଇ ସମ୍ପୂର୍ଣ୍ଣ ହୁଏ ଏବଂ ବାକି ସମସ୍ତ ମ୍ୟାଚ୍‌କୁ ବର୍ଷା ଧୋଇନିଏ, ତେବେ କିଏ ଖେଳିବ ଫାଇନାଲ ? ଅନ୍ୟ ଦୁଇ ଦଳ ଶ୍ରୀଲଙ୍କା ଓ ବାଂଲାଦେଶର ଫାଇନାଲ ରାସ୍ତା କିପରି ରହିବ ? ଯଦି ବର୍ଷା କାରଣରୁ ସୁପର-୪ ପର୍ଯ୍ୟାୟର ଆଉ କୌଣସି ବି ମୁକାବିଲା ସମ୍ଭବ ନହୁଏ, ତେବେ ପାକିସ୍ତାନ ଲାଭରେ ରହିବ । ସିଧା ଫାଇନାଲକୁ ଏଣ୍ଟ୍ରି ମାରିବ ପାକ୍‌ ଦଳ । କାରଣ ସୁପର-୪ରେ ବାଂଲାଦେଶକୁ ହରାଇ ପାକିସ୍ତାନ ପାଖରେ ଦୁଇ ପଏଣ୍ଟ ରହିଛି । ବାକି ଥିବା ଦୁଇଟି ମ୍ୟାଚ୍ ଯଦି ସମ୍ଭବ ନହୁଏ, ତେବେ ଦଳର ପଏଣ୍ଟ ୪ରେ ପହଞ୍ଚିବ । ଫଳରେ ସିଧା ଫାଇନାଲରେ ଏଣ୍ଟ୍ରି ମାରିବ ପାକିସ୍ତାନ । ଅନ୍ୟପଟେ ବାଂଲାଦେଶ ଗୋଟିଏ ମ୍ୟାଚ୍ ହାରିଥିବାରୁ, ଯଦି ଅନ୍ୟ ମ୍ୟାଚ୍‌ଗୁଡିକ ବର୍ଷା କାରଣରୁ ବାତିଲ ହୋଇଯାଏ, ତେବେ ସୁପର-୪ ପର୍ଯ୍ୟାୟରୁ ବିଦାୟ ନେବ ବାଂଲା ଦଳ । ସେହିଭଳି ଯଦି ପାକିସ୍ତାନକୁ ଭାରତ ପରାସ୍ତ କରୁଛି ଓ ବାକି ମ୍ୟାଚ୍‌ଗୁଡ଼ିକ ବାତିଲ ହେଉଛି, ତାହେଲେ ଭାରତ ମଧ୍ୟ ଫାଇନାଲରେ ପହଞ୍ଚିଯିବ । ଫଳରେ କୌଣସି ମ୍ୟାଚ୍‌ ନହାରି ବି ବିଦାୟ ନେବ ଶ୍ରୀଲଙ୍କା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.