ETV Bharat / sports

ବାଲାଂଦେଶକୁ ହରାଇ ସିରିଜ ଜିତିଲା ଶ୍ରୀଲଙ୍କା - ସିରିଜ ଜିତିଲା ଶ୍ରୀଲଙ୍କା

ଶ୍ରୀଲଙ୍କାର ବାମହାତୀ ସ୍ପିନର ପ୍ରବୀଣ ଜୟୱିକ୍ରମାଙ୍କ ଘାତକ ବୋଲିଂ ସହ 5 ୱିକେଟ ଦଖଲ ପରେ 209 ରନ୍‌ରେ ଦ୍ବିତୀୟ ଟେଷ୍ଟରେ ବାଲାଂଦେଶକୁ ହରାଇ ଶ୍ରୀଲଙ୍କା ସିରିଜ ବିଜୟୀ ହୋଇଛି । ଅଧିକ ପଢନ୍ତୁ...

SR I LANKA BEAT BANGLADESH BY 209 RUNS TO WIN TEST SERIES
ବାଲାଂଦେଶକୁ ହରାଇ ସିରିଜ ଜିତିଲା ଶ୍ରୀଲଙ୍କା
author img

By

Published : May 3, 2021, 10:29 PM IST

ହାଇଦ୍ରାବାଦ: ଶ୍ରୀଲଙ୍କାର ବାମହାତୀ ସ୍ପିନର ପ୍ରବୀଣ ଜୟୱିକ୍ରମାଙ୍କ ଘାତକ ବୋଲିଂ ସହ 5 ୱିକେଟ ଦଖଲ ପରେ 209 ରନ୍‌ରେ ଦ୍ବିତୀୟ ଟେଷ୍ଟରେ ବାଲାଂଦେଶକୁ ହରାଇ ଶ୍ରୀଲଙ୍କା ସିରିଜ ବିଜୟୀ ହୋଇଛି ।

ଦୁଇ ମ୍ୟାଚ ବିଶିଷ୍ଟ ଟି20 ସିରିଜର ପ୍ରଥମ ମ୍ୟାଚ ଡ୍ରରେ ଶେଷ ହୋଇଥିଲା ।

ଡେବ୍ୟୁ ମ୍ୟାଚରେ ଜୟୱିକ୍ରମା ପ୍ରଭାବୀ ପ୍ରଦର୍ଶନ କରିବା ସହ 178 ରନ୍‌ ବ୍ୟୟରେ 11 ୱିକେଟ ଦଖଲ କରିଛନ୍ତି । 2008 ପରେ ଜେସନ କ୍ରିଜାଙ୍କ ପରେ ପ୍ରଥମ ବୋଲର ଭାବେ ଡେବ୍ୟୁ ଟେଷ୍ଟ ମ୍ୟାଚରେ 10 ୱିକେଟ ହାସଲକାରୀ ଖେଳାଳି ହୋଇଛନ୍ତି । 22 ବର୍ଷୀୟ ଯୁବ ସ୍ପିନର ପ୍ରଥମ ଇଂନିସରେ 92 ରନ୍‌ ବ୍ୟୟରେ 6 ୱିକେଟ ହାସଲ କରିଥିଲେ ।

437 ରନର ବିଶାଳ ବିଜୟକୁ ପିଛା କରିଥିବା ବାଂଲାଦେଶ 227 ରନରେ ସମସ୍ତ ୱିକେଟ ହରାଇଥିଲା । ରମେଶ ମେଣ୍ଡିସ ମଧ୍ୟ 4ଟି ୱିକେଟ ହାସଲ କରିଥିଲେ । ଘରୋଇ ଶ୍ରୀଲଙ୍କା ମ୍ୟାଚର ପ୍ରଥମ ଦିନରୁ ପ୍ରଭାବୀ ପ୍ରଦର୍ଶନ କରିଥିଲା । କ୍ୟାପଟେନ ଦିମୁଖ କରୁଣାରତ୍ନେ 118 ଓ ଲାହିରୁ ଥିରିମାନେ 140 ରନର୍‌ ମାରାଥମ ଇଂନିସ ଖେଳିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.