ETV Bharat / sports

Spot-Fixing: କ୍ରିକେଟରୁ ପୂର୍ବତନ କ୍ୟାପଟେନ ବ୍ରେଣ୍ଡନ ଟେଲର ସାଢେ ୩ବର୍ଷ ବାସନ୍ଦ - ଜିମ୍ବାୱେ କ୍ୟାପଟେନ ବ୍ରେଣ୍ଡନ ଟେଲର

ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍‌(ICC) ପୂର୍ବତନ ଜିମ୍ବାୱେ କ୍ୟାପଟେନ୍‌ ବ୍ରେଣ୍ଡନ ଟେଲରଙ୍କୁ ୩ ବର୍ଷ ୬ ମାସ ପାଇଁ ସମସ୍ତ ପ୍ରକାର କ୍ରିକେଟରୁ ବାସନ୍ଦ କରିଛି । ସ୍ପଟ୍‌ ଫିକ୍ସିଂ ଭଳି ସଙ୍ଗୀନ ମାମଲାର ସୂଚନା ବିଳମ୍ବରେ ବୋର୍ଡକୁ ପ୍ରଦାନ କରିଥିବାରୁ ICC ଏହି ଦଣ୍ଡ ଶୁଣାଇଛି । ଅଧିକ ପଢନ୍ତୁ

Brendan Taylor, former Zimbabwe captain, banned for 3 and half years
spot-fixing: ପୂର୍ବତନ ଜିମ୍ବାୱେ କ୍ୟାପଟେନ ବ୍ରେଣ୍ଡନ ଟେଲର ବାସନ୍ଦ
author img

By

Published : Jan 28, 2022, 7:38 PM IST

Updated : Jan 28, 2022, 9:04 PM IST

ହାଇଦ୍ରାବାଦ: ଜିମ୍ବାୱେ କ୍ରିକେଟକୁ ବଡ ଝଟ୍‌କା । ଅନ୍ତର୍ଜାତୀୟ କ୍ରିକେଟ ପରିଚାଳନା ପରିଷଦ(ICC) ଶୁକ୍ରବାର(ଜାନୁଆରୀ ୨୮)ରେ ପୂର୍ବତନ ଜିମ୍ବାୱେ କ୍ୟାପଟେନ୍‌ ବ୍ରେଣ୍ଡନ ଟେଲରଙ୍କୁ ୩ବର୍ଷ ୬ ମାସ ପାଇଁ ସମସ୍ତ ପ୍ରକାର କ୍ରିକେଟରୁ ବାସନ୍ଦ କରିଛି । ସ୍ପଟ୍‌ ଫିକ୍ସିଂ ଭଳି ସଙ୍ଗୀନ ମାମଲାର ସୂଚନା ବିଳମ୍ବରେ ବୋର୍ଡକୁ ପ୍ରଦାନ କରିଥିବାରୁ ICC ଏହି ଦଣ୍ଡ ଶୁଣାଇଛି ।

ଏହାମଧ୍ୟ ପଢନ୍ତୁ: ରଣଜୀ ଟ୍ରଫି ପାଇଁ BCCIର ଗ୍ରୀନ ସିଗନାଲ୍‌, ଏଥର ଦୁଇଟି ପର୍ଯ୍ୟାୟ

ICC ଦୁନୀର୍ତି-ନିରୋଧ ନିୟମର ୪ଟି ଧାରାର ଉଲଂଘନ କରିଥିବା ସେ ସ୍ବୀକାର କରିବା ସହ ପୃଥକ ଭାବେ ICC ଡୋପିଂ-ନିରୋଧ ନିୟମର ଗୋଟିଏ ଧାରାକୁ ମଧ୍ୟ ଉଲଂଘନ କରିଥିଲେ । ଏନେଇ ICC ପକ୍ଷରୁ ଏକ ବିବୃତିରେ ସ୍ପଷ୍ଟ କରାଯାଇଛି । ଟେଲର ୨୮ ଜୁଲାଇ ୨୦୨୫ ପରେ କ୍ରିକେଟ ସହିତ ପୁନର୍ବାର ସାମିଲ ହେବାକୁ ମୁକ୍ତ ହୋଇପାରିବେ ।

ପୂର୍ବରୁ ବ୍ରେଣ୍ଡନ ଟେଲର ସୋସିଆଲ ମିଡିଆରେ ଖୁଲାସା କରିଥିଲେ ଯେ, ୨୦୧୯ରେ ଏକ ଭାରତୀୟ ବ୍ୟବସାୟୀ ଗୋଷ୍ଠୀ ତାଙ୍କୁ କୋକେନ ନେଉଥିବାର ଫଟୋ ଉତ୍ତୋଳନ କରି ବ୍ଳାକ୍‌ମେଲ୍‌ କରି ସ୍ପଟ ଫିକ୍ସିଂ କରିବାକୁ ବାଧ୍ୟ କରିଥିଲେ । ତେବେ ଟେଲର ଏହାମଧ୍ୟ ସ୍ପଷ୍ଟ କରିଥିଲେ ଯେ, ଚାପରେ ସେ କୌଣସି ପ୍ରକାର ସ୍ପଟ୍‌ ଫିକ୍ସିଂ କରିନାହାନ୍ତି । ମାତ୍ର ଏହି ଘଟଣା ICC ନିକଟରେ ରିପୋର୍ଟ କରିବାକୁ ସେ ପ୍ରାୟ ୪ ମାସ ବିଳମ୍ବ କରିଥିଲେ । ଟ୍ବିଟ୍‌ କରି ଟେଲର ଲେଖିଥିଲେ ଯେ ତାଙ୍କୁ ବ୍ଲାକମେଲ କରାଯିବା ସହ ମାନସିକ ନିର୍ଯ୍ୟାତନା ଦିଆଯାଇଥିଲା, ଯାହାଫଳରେ ସେ ଗଭୀର ମାନସିକ ଅବସାଦରେ ରହିଥିଲେ ଓ ଏଥିରୁ ମୁକୁଳିବାକୁ ଚିକିତ୍ସିତ ହେଉଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 28, 2022, 9:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.