ETV Bharat / sports

ରାଜନୀତିରେ ପାଦ ଦେବେ ରାୟୁଡୁ ! ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଜୋର ଧରିଲା ଚର୍ଚ୍ଚା - ରାୟୁଡୁ ରାଜନୀତିରେ ନିଜର ଇନିଂସ୍‌ ଆରମ୍ଭ କରିପାରନ୍ତି

କ୍ରିକେଟର ଅମ୍ବାତି ରାୟୁଡୁ ଏବେ ରାଜନୀତିକୁ ଆସିବା ନେଇ ଚର୍ଚ୍ଚା ଜୋର ଧରିଛି । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା YSR କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡୀଙ୍କୁ ଏକାଧିକ ଥର ଭେଟିବା ପରେ ରାୟୁଡୁ ରାଜନୀତିରେ ନିଜର ଇନିଂସ୍‌ ଆରମ୍ଭ କରିପାରନ୍ତି ବୋଲି କୁହାଯାଉଛି । ଅଧିକ ପଢ଼ନ୍ତୁ

ରାଜନୀତିରେ ପାଦ ଦେବେ ରାୟୁଡୁ !
ରାଜନୀତିରେ ପାଦ ଦେବେ ରାୟୁଡୁ !
author img

By

Published : Jun 18, 2023, 10:28 PM IST

ହାଇଦ୍ରାବାଦ: ହାଇପ୍ରୋଫାଇଲ୍‌ ଘରୋଇ କ୍ରିକେଟ୍‌ ଲିଗ୍‌ ଆଇପିଏଲ୍‌ରେ ଜଣେ ସଫଳ ଖେଳାଳୀ ଭାବେ ନିଜ କ୍ୟାରିୟର ଶେଷ କରିଛନ୍ତି କ୍ରିକେଟର ଅମ୍ବାତି ରାୟୁଡୁ । ଆଇପିଏଲ୍‌ ୨୦୨୩ ଫାଇନାଲ୍‌ ପୂର୍ବରୁ ଏହା ତାଙ୍କର ଶେଷ ସିଜିନ୍‌ ବୋଲି ସେ ଟ୍ବିଟ୍‌ କରି ସ୍ପଷ୍ଟ କରିଥିଲେ । ତେବେ କ୍ରିକେଟ୍‌ ପରେ ଖୁବ୍‌ଶୀଘ୍ର ସେ ନିଜର ଦ୍ବିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । କ୍ରିକେଟର୍ ଅମ୍ବାତି ରାୟୁଡୁ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ରାଜନୀତିରେ ପାଦ ଦେବେ ବୋଲି ଚର୍ଚ୍ଚା ଜୋର ଧରିଛି ।

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା YSR କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡୀଙ୍କୁ ରାୟୁଡୁ ଏକାଧିକ ଥର ଭେଟିଛନ୍ତି । ଯାହାକୁ ନେଇ ସେ YSR କଂଗ୍ରେସ ଦଳରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିବା ନେଇ ଚର୍ଚ୍ଚା ଲାଗି ରହିଛି । କୁହାଯାଉଛି ଯେ, ଖୁବଶୀଘ୍ର ରାୟୁଡୁ ଜଗନ ମୋହନଙ୍କ YSR କଂଗ୍ରେସରେ ସାମିଲ୍ ହେବେ । ଏଥିପାଇଁ ସେ ଜଗନଙ୍କ ସହ ଆଲୋଚନା କରି ସାରିଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । କେବଳ ସେତିକି ନୁହେଁ, ରାୟୁଡୁ ୨୦୨୪ରେ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ମନ ବଳାଇଥିବା ଜଣାପଡ଼ିଛି । ଆଗାମୀ ଲୋକସଭା ନିର୍ବାଚନରେ ଗୁଣ୍ଟୁର୍ କିମ୍ବା କୃଷ୍ଣା ଆସନରୁ ସେ ନିଜର ଭାଗ୍ୟ ପରୀକ୍ଷା କରିପାରନ୍ତି । ଏହାରି ମଧ୍ୟରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ମଧ୍ୟ ରାୟୁଡୁଙ୍କୁ ପ୍ରଶଂସା କରିଛନ୍ତି । ରାୟୁଡୁଙ୍କ ଭଳି ୟଙ୍ଗ ବ୍ରିଗେଡ୍ ରାଜନୀତିକୁ ଆସିବା ଜରୁରୀ ବୋଲି ଜଗନ୍ ମଧ୍ୟ କହିଛନ୍ତି । ଯାହା ରାୟୁଡୁଙ୍କ ରାଜନୈତିକ ଇନିଂସ ଚର୍ଚ୍ଚାକୁ ଆହୁରି ଖୋରାକ୍‌ ଯୋଗାଇଛି ।

ଆଇପିଏଲ୍ ୨୦୨୩ର ଫାଇନାଲ୍‌ ମ୍ୟାଚ୍‌ ଥିଲା ଆଇପିଏଲ୍‌ରେ ରାୟୁଡୁଙ୍କ ପାଇଁ ଶେଷ ମ୍ୟାଚ୍ । ଏହା ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରୁ ମଧ୍ୟ ସେ ଅବସର ନେଇ ସାରିଛନ୍ତି । ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗସ୍‌ ସହ ୬ଟି ଟାଇଟଲ୍‌ ଜିତିଛନ୍ତି ରାୟୁଡୁ । ଚଳିତ ବର୍ଷ ବିଜୟ ପରେ ମଧ୍ୟ ସେ ଟ୍ରଫି ସହ ଜଗନଙ୍କୁ ଭେଟିଥିଲେ । ରାୟୁଡୁ ୨୦୧୩ରେ ଜିମ୍ବାୱେ ବିପକ୍ଷରେ ଦିନିକିଆ କ୍ୟାରିଅର୍ ଆରମ୍ଭ କରିଥିଲେ । ସେ ଭାରତ ପକ୍ଷରୁ ୫୫ଟି ଦିନିକିଆ ଓ ୬ଟି ଟି୨୦ ମ୍ୟାଚ୍ ଖେଳିଛନ୍ତି । ସେହିଭଳି ଆଇପିଏଲ୍‌ରେ ମଧ୍ୟ ବେଶ ଦବଦବା ଜାହିର୍ କରିଥିଲେ । ୨୩ ସେପ୍ଟେମ୍ବର ୧୯୮୫ରେ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରରେ ଜନ୍ମ ଗ୍ରହଣ କରିଥିଲେ ଅମ୍ବାତି ରାୟୁଡୁ । ତେଣୁ ସେ ଏହିଠାରୁ ଲୋକସଭା ନିର୍ବାଚନ ମୈଦାନରେ ଓହ୍ଲାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.