ETV Bharat / sports

ବୀରୁଙ୍କୁ ମିଳିପାରେ ଗୁରୁଦାୟିତ୍ବ, ଖୁବଶୀଘ୍ର ଘୋଷଣା କରିବ ବିସିସିଆଇ !

author img

By

Published : Jun 23, 2023, 10:29 PM IST

ପୂର୍ବତନ ଭାରତୀୟ କ୍ରିକେଟର ବିରେନ୍ଦ୍ର ସେହୱାଗଙ୍କୁ ମିଳିପାରେ ଗୁରୁଦାୟିତ୍ବ । ଖୁବଶୀଘ୍ର ଏନେଇ ବିସିସିଆଇ ଘୋଷଣା କରିପାରେ ବୋଲି ଚର୍ଚ୍ଚା ହେଉଛି । ଅଧିକ ପଢ଼ନ୍ତୁ

ବୀରୁଙ୍କୁ ମିଳିପାରେ ଗୁରୁଦାୟିତ୍ବ
ବୀରୁଙ୍କୁ ମିଳିପାରେ ଗୁରୁଦାୟିତ୍ବ

ମୁମ୍ବାଇ: ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହୱାଗ୍‌ଙ୍କୁ ମିଳିପାରେ ବଡ଼ ଦାୟିତ୍ବ । ଖୁବଶୀଘ୍ର ବିଧିବଦ୍ଧ ଘୋଷଣା କରିପାରେ ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (Board of Control for Cricket in India) । ବର୍ତ୍ତମାନ ବିସିସିଆଇରେ ମୁଖ୍ୟ ଚୟନକର୍ତ୍ତାର ପଦ ଖାଲି ପଡ଼ିଛି । ଷିଙ୍ଗ୍‌ ଅପରେସନ୍‌ରେ କ୍ରିକେଟ ଦଳର ଆଭ୍ୟନ୍ତରୀଣ କଥା କହି ବିବାଦକୁ ଆସିବା ପରେ ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଇଥିଲେ ଚେତନ ଶର୍ମା । ତେବେ ଏହି ପଦରେ ବିରେନ୍ଦ୍ର ସେହୱାଗ୍‌ଙ୍କୁ ନିଯୁକ୍ତି ମିଳିପାରେ ବୋଲି ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ହେଉଛି । ହେଲେ ଏନେଇ କୌଣସି ଆଧିକାରିକ ସୂଚନା ମିଳିନାହିଁ ।

ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଯଦି ସତ୍ୟ ହୁଏ, ତେବେ ଟିମ୍‌ ଇଣ୍ଡିଆର ପୂର୍ବତନ ବିସ୍ଫୋରକ ବ୍ୟାଟର ବିରେନ୍ଦ୍ର ସେହୱାଗ୍‌ଙ୍କୁ ମୁଖ୍ୟ ଚୟନକର୍ତ୍ତା ଭାବେ ଗୁରୁଦାୟିତ୍ବ ଦେଇପାରେ ବିସିସିଆଇ । ଷ୍ଟିଙ୍ଗ୍‌ ଅପରେସନ୍‌ରେ ବିବାଦୀୟ ବୟାନ ଦେଇ ଚେତନ ଶର୍ମା ଇସ୍ତଫା ଦେବାପରେ ପୁରୁଷ ସିନିୟର କ୍ରିକେଟ୍‌ ଦଳ ପାଇଁ କୌଣସି ଚୟନକର୍ତ୍ତାଙ୍କୁ ନିଯୁକ୍ତି ମିଳିନାହିଁ । ବିସିସିଆଇରେ ବର୍ତ୍ତମାନ ବରିଷ୍ଠ ଚୟନକର୍ତ୍ତା ଭାବେ ଶିବସୁନ୍ଦର ଦାସ ଅନ୍ତରୀଣ ମୁଖ୍ୟ ଭାବେ ଦାୟିତ୍ବ ତୁଲାଉଛନ୍ତି । ତେବେ ଗତ କିଛି ବର୍ଷ ହେବ ବିସିସିଆଇ ଚୟନକର୍ତ୍ତା ପଦବୀ ପାଇଁ ଦେଶର ପୂର୍ବତନ ନାମୀ କ୍ରିକେଟର୍‌ ମୁହଁ ଫେରାଉଥିବା ଜଣାପଡ଼ିଛି । ଏହି ପଦବୀରେ ଯେତିକି ସମ୍ମାନ ସେମାନେ ଆଶା କରୁଛନ୍ତି, ତାହା ମିଳିପାରୁନଥିବାରୁ ହୁଏତ ସେମାନେ ଏଥିପାଇଁ ଆଗ୍ରହୀ ହେଉନଥିବା ଅନୁମାନ କରାଯାଉଛି । ସେହିଭଳି ବିସିସିଆଇର ଚୟନ ସମିତିରେ ମୁଖ୍ୟ ଚୟନକର୍ତ୍ତାଙ୍କୁ ୧ କୋଟି ଟଙ୍କା ଏବଂ ଅନ୍ୟ ସଦସ୍ୟଙ୍କୁ ୯୦ ଲକ୍ଷ ଟଙ୍କା ବାର୍ଷିକ ପ୍ରଦାନ କରାଯାଉଛି । ଏହାକୁ ଦେଖିଲେ ପ୍ରସାରଣକାରୀ ସଂସ୍ଥା ପୂର୍ବତନ କ୍ରିକେଟରଙ୍କୁ ବିସିସିଆଇ ଅପେକ୍ଷା ଢେର ଅଧିକ ଟଙ୍କା ଦେଉଛନ୍ତି ।

ଏଭଳି ସ୍ଥିତିରେ ଆଗାମୀ କିଛି ମାସ ପରେ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ ଆରମ୍ଭ ହେବ । ଦୀର୍ଘ ୧୦ ବର୍ଷ ହେବ ଗୋଟିଏ ଆଇସିସି ଟ୍ରଫି ସନ୍ଧାନରେ ଥିବା ଟିମ୍‌ ଇଣ୍ଡିଆ ଏଥର ବିଶ୍ବକପ ହାତେଇବା ପାଇଁ ବହୁ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିବ । ଖୁବଶୀଘ୍ର ଦଳ ଚୟନ ଲାଗି ପ୍ରସ୍ତୁତି ଆରମ୍ଭ କରିବେ ଚୟନକର୍ତ୍ତା । ତେବେ ବିଶ୍ବକପ୍‌ ପୂର୍ବରୁ ଚୟନକର୍ତ୍ତା ବଦଳିବେ ନା ବିଶ୍ବକପ ପରେ ବଦଳିବେ, ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଯଦି ବିସିସିଆଇ ବିଶ୍ବକପ୍‌ ପୂର୍ବରୁ ଚୟନକର୍ତ୍ତା ଟିମ୍‌ରେ ପରିବର୍ତ୍ତନ କରେ, ତେବେ ବିରେନ୍ଦ୍ର ସେହୱାଗଙ୍କୁ ଏହି ଗୁରୁ ଦାୟିତ୍ବ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ହରଭଜନ ସିଂହ, ଯୁବରାଜ ସିଂହ, ଜାହିର ଖାନ୍‌ଙ୍କ ଭଳି ଖେଳାଳୀଙ୍କ ନାମ ମଧ୍ୟ ଏହି ରେସ୍‌ରେ ରହିଛି, ହେଲେ ସମସ୍ତଙ୍କଠାରୁ ଆଗରେ ସେହୱାଗ ରହିଥିବା ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.