କେପଟାଉନ: ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ର ମିଗନନ ଡୁ ପ୍ରିଜ ODI ଓ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଟି୨୦ ଫର୍ମାଟରେ ଅଧିକ ଫୋକସ କରିବା ଓ ପରିବାର ସହିତ ଅଧିକ ସମୟ ବିତାଇବାକୁ ଅବସରର କାରଣ ବୋଲି ଦର୍ଶାଇଛନ୍ତି ପ୍ରିଜ । ୧୫୪ଟି ODI ମ୍ୟାଚ୍ରେ ଡୁ ପ୍ରିଜ ଦକ୍ଷିଣ ଆଫ୍ରିକାକୁ ପ୍ରତିନିଧିତ୍ବ କରିଛନ୍ତି ଓ ୩୨.୯୮ ହାରରେ ୩,୭୬୦ ରନ୍ ସଂଗ୍ରହ କରିଛନ୍ତି । ଏହାମଧ୍ୟରେ ଦୁଇଟି ଶତକୀୟ ଇଂନିସ ଓ ୧୮ଟି ଅର୍ଦ୍ଧଶତକ ସାମିଲ ରହିଛି । ଗୋଟିଏ ଟେଷ୍ଟ ମ୍ୟାଚ୍ ସେ ଖେଳିଛନ୍ତି । ଗୋଟିଏ ଶତକ ଓ ୫୯.୫୦ ହାରରେ ୧୧୯ ରନ୍ ନିଜ ନାମରେ କରିଛନ୍ତି ।
-
1️⃣ 5️⃣ incredible years
— Cricket South Africa (@OfficialCSA) April 7, 2022 " class="align-text-top noRightClick twitterSection" data="
1️⃣ 5️⃣ 4️⃣ ODIs
1️⃣ Test
What a career in the longer formats it has been @MdpMinx22 🏏 #AlwaysRising pic.twitter.com/vOLG2Yas9p
">1️⃣ 5️⃣ incredible years
— Cricket South Africa (@OfficialCSA) April 7, 2022
1️⃣ 5️⃣ 4️⃣ ODIs
1️⃣ Test
What a career in the longer formats it has been @MdpMinx22 🏏 #AlwaysRising pic.twitter.com/vOLG2Yas9p1️⃣ 5️⃣ incredible years
— Cricket South Africa (@OfficialCSA) April 7, 2022
1️⃣ 5️⃣ 4️⃣ ODIs
1️⃣ Test
What a career in the longer formats it has been @MdpMinx22 🏏 #AlwaysRising pic.twitter.com/vOLG2Yas9p
ବର୍ଷ ୨୦୦୭ରେ ODI ଡେବ୍ୟୁ କରିଥିବା ୩୨ ବର୍ଷୀୟ ପ୍ରିଜ ସଦ୍ୟ ସମାପ୍ତ ୨୦୨୨ ICC ମହିଳା କ୍ରିକେଟ ବିଶ୍ବକପରେ ଦକ୍ଷିଣ ଆଫ୍ରିକାକୁ ସେମିଫାଇନାଲରେ ପହଞ୍ଚାଇଥିଲେ । ଟୁର୍ଣ୍ଣାମେଣ୍ଟରେ ୮ଟି ମ୍ୟାଚ୍ ଖେଳିଥିଲେ ଓ ୧୬୧ ରନ୍ ସଂଗ୍ରହ କରିଥିଲେ । ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ରେ ଭାରତ ବିପକ୍ଷରେ ଅର୍ଦ୍ଧଶତକୀୟ ମ୍ୟାଚ୍ ବିଜୟୀ ଇଂନିସ ଖେଳି ଦକ୍ଷିଣ ଆଫ୍ରିକାକୁ ସେମିରେ ପହଞ୍ଚାଇଥିଲେ । ଏଥିସହ ମିତାଲି ରାଜଙ୍କ ଟିମକୁ ଟୁର୍ଣ୍ଣାମେଣ୍ଟରୁ ବିଦାୟର ରାସ୍ତା ଦେଖାଇଥିଲେ ।
-
🚨 STATEMENT @MdpMinx22 has announced her retirement from ODI and Test cricket
— Cricket South Africa (@OfficialCSA) April 7, 2022 " class="align-text-top noRightClick twitterSection" data="
Thank You for all your contributions to raising the profile of women's cricket in the longer formats 🙌
She remains available for national duty in T20Is 🏏 #AlwaysRising pic.twitter.com/4l4pUanlcA
">🚨 STATEMENT @MdpMinx22 has announced her retirement from ODI and Test cricket
— Cricket South Africa (@OfficialCSA) April 7, 2022
Thank You for all your contributions to raising the profile of women's cricket in the longer formats 🙌
She remains available for national duty in T20Is 🏏 #AlwaysRising pic.twitter.com/4l4pUanlcA🚨 STATEMENT @MdpMinx22 has announced her retirement from ODI and Test cricket
— Cricket South Africa (@OfficialCSA) April 7, 2022
Thank You for all your contributions to raising the profile of women's cricket in the longer formats 🙌
She remains available for national duty in T20Is 🏏 #AlwaysRising pic.twitter.com/4l4pUanlcA
ସୋସିଆଲ ମିଡିଆରେ ଡୁ ପ୍ରିଜ ନିଜର ଅବସର ଘୋଷଣା କରିଛନ୍ତି । ପ୍ରିଜ କହିଛନ୍ତି, "ଏଯାବତ ୪ଟି ICC ଏକଦୀବସୀୟ ବିଶ୍ବକପରେ ଦେଶର ପ୍ରତିନିଧିତ୍ବ କରିବାକୁ ସୁଯୋଗ ମିଳିଥିବାରୁ ନିଜକୁ ସୌଭାଗ୍ୟଶାଳୀ ଅନୁଭବ କରୁଛନ୍ତି । ନ୍ୟୁଜିଲାଣ୍ଡରେ ନିକଟରେ ଶେଷ ହେଇଥିବା ବିଶ୍ବକପ ପରେ ଅବସର ଘୋଷଣା କରୁଛି ।" ଏଥିସହ ସେ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡକୁ ଧନ୍ୟବାଦ ଜଣାଇଛନ୍ତି । ODI କ୍ରିକେଟ ଯାତ୍ରାରେ ସଫଳତାର ସହ ସାଥ୍ ଦେଇଥିବା ସାଥୀ ଖେଳାଳି, ମ୍ୟାନେଜମେଣ୍ଟ ଓ ଫ୍ୟାନ୍ସଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ANI