ETV Bharat / sports

Women's T20 World Cup: ଇଂଲଣ୍ଡକୁ 6 ୱିକେଟରେ ହରାଇ ଫାଇନାଲରେ ଦକ୍ଷିଣ ଆଫ୍ରିକା - ପ୍ରଥମ ଥର ଫାଇନାଲକୁ ପ୍ରବେଶ କଲା ଦକ୍ଷିଣ ଆଫ୍ରିକା

ଦ୍ବିତୀୟ ସେମିଫାନାଲରେ ଇଂଲଣ୍ଡକୁ ହରାଇ ପ୍ରଥମ ଥର ଫାଇନାଲକୁ ପ୍ରବେଶ କଲା ଦକ୍ଷିଣ ଆଫ୍ରିକା । ଅଧିକ ପଢନ୍ତୁ

South Africa reach first ever World Cup final

author img

By

Published : Feb 25, 2023, 7:51 AM IST

କେପଟାଉନ: ଆଇସିସି ମହିଳା ଟି ଟ୍ବେଣ୍ଟି ବିଶ୍ବକପର ସେମିଫାଇନାଲ ମ୍ୟାଚ ଶେଷ ହୋଇଛି । ଦ୍ବିତୀୟ ସେମିଫାନାଲରେ ମୁହାଁମୁହିଁ ହୋଇଥିଲେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ । 6 ରନରେ ଇଂଲଣ୍ଡକୁ ହରାଇ ପ୍ରଥମ ଥର ପାଇଁ ଫାଇନାଲକୁ ପ୍ରବେଶ କରିଛି ଦକ୍ଷିଣ ଆଫ୍ରିକା । ଉଭୟ ବ୍ୟାଟିଂ ଓ ବୋଲିଂରେ ଦକ୍ଷିଣ ଆଫ୍ରିକା ଦମଦାର ପ୍ରଦର୍ଶନ କରି ଏହି ଯୋଗ୍ୟତା ହାସଲ କରିଛି । ଫଳରେ ଆସନ୍ତାକାଲି(ରବିବାର) ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଓ ଡିଫେଣଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ ।

ଗତକାଲି ଦ୍ବିତୀୟ ସେମିଫାଇନାଲ ମ୍ୟାଚରେ ଟସ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରିଥିଲା । ଫଳରେ 4 ଓ୍ବିକେଟ ହରାଇ 164 ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା ଦଳ । ଆରମ୍ଭରୁ ଲାଓରା ଉଲଭର୍ଟ ଓ ବ୍ରିଟ୍ସ ଦମଦାର ବ୍ୟାଟିଂ କରି ଦଳୀୟ ସ୍କୋରକୁ 96ରେ ପହଞ୍ଚାଇଥିଲେ । ଏହାପରେ 53 ରନ କରି ପାଭିଲିୟନକୁ ଫେରିଥିଲେ ଉଲଭାର୍ଟ । ତୃତୀୟରେ ବ୍ୟାଟିଂ କରିବାକୁ ପଡିଆକୁ ଆସିଥିଲେ ମାରିଜନେ କାପ । ବ୍ରିଟ୍ସ ଓ ମାରିଜନେ ମିଶି ଦଳୀୟ ସ୍କୋରକୁ 142ରେ ପହଞ୍ଚାଇଥିଲେ । ଶେଷରେ 68 ରନ କରି ଆଉଟ ହୋଇଥିଲେ ବ୍ରିଟ୍ସ.। ସେହିପରି କାପ 27 ରନ କରି ଅପରାଜିତ ରହିଥିବା ବେଳେ ଦଳ 20 ଓଭର ଶେଷ ସୁଦ୍ଧା 164 ରନ କରିବାକୁ ସକ୍ଷମ ହୋଇଥିଲା।

ଏହା ମଧ୍ୟ ପଢନ୍ତୁ-BGT: ସିରିଜରୁ ବାଦ ପଡିଲେ କମିନ୍ସ, ଅଷ୍ଟ୍ରେଲିଆ ମଙ୍ଗ ଧରିବେ ସ୍ମିଥ୍

ଏହାପରେ 165 ରନର ବିଜୟ ଲକ୍ଷ୍ୟ ରଖି ପଡିଆକୁ ଓହ୍ଳାଇଥିଲା ଇଂଲଣ୍ଡ । କିନ୍ତୁ ଦକ୍ଷିଣ ଆଫ୍ରିକା ବୋଲରଙ୍କ ବୋଲିଂରେ ଘାଇଲା ହୋଇଥିଲେ ଇଂଲଣ୍ଡର ବ୍ୟାଟର । ଓପନର ଡାନି 34 ରନ କରିଥିବା ବେଳେ ସୋଫିଆ 28 ରନ କରିପାରିଥିଲେ । ସେହିପରି ନାତାଲି ସାଇବର ବ୍ରୁଣ୍ଟ 40 ଓ ଅଧିନାୟକ ହିଦର 31 ରନ କରିଥିଲେ । ଫଳରେ 8 ଓ୍ବିକେଟ ହରାଇ 158 କରିଥିଲା ଇଂଲଣ୍ଡ । ଶେଷରେ ଫାଇନାଲରେ ପହଞ୍ଚିବାର ଆଶା ମଉଳିଥିଲା ଇଂଲଣ୍ଡର ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ସବନିମ ଇସମାଇଲ 3ଟି ଓ୍ବିକେଟ ନେଇଥିବା ବେଳେ ଆୟାବୋଙ୍ଗ ଖାଖା ସର୍ବଧିକ 4ଟି ଓ୍ବିକେଟ ନେଇଥିଲେ। ସେହିପରି ଇଂଲଣ୍ଡର ଦଳ ପକ୍ଷରୁ ସୋଫି ଏକ୍ଲେଷ୍ଟୋନ ସର୍ବାଧିକ 3ଟି ଓ୍ବିକେଟ ଅକ୍ତିଆର କରିଥିଲେ। ଶେଷରେ ଦକ୍ଷିଣ ଆଫ୍ରିକାରକ ଓପନର ତାଜମିନ ବ୍ରିଟ୍ସ ସର୍ବାଧିକ ସ୍କୋର କରିଥିବାରୁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା । ଆସନ୍ତାକାଲି ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ଲଢେଇ ହେବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.