ETV Bharat / sports

Ind vs SA T-20: ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ନେଲେ ମିଲର-ଡୁସେନ, ଦକ୍ଷିଣ ଆଫ୍ରିକା ୧-୦ରେ ଆଗୁଆ - ଭାରତ ଦକ୍ଷିଣ ଆଫ୍ରିକା ପ୍ରଥମ ଟି୨୦ ମ୍ୟାଚ୍‌

ବିଶାଳ ବିଜୟ ଲକ୍ଷ୍ୟ ଦେବା ସତ୍ତ୍ବେ ପ୍ରଥମ ଟି୨୦ ମୁକାବିଲାରେ ଦକ୍ଷିଣ ଆଫ୍ରିକାଠାରୁ ପରାଜିତ ହୋଇଛି ଭାରତ । 212 ରନ୍‌ର ବିଜୟ ଲକ୍ଷ୍ୟକୁ ୧୯.୧ ଓଭରରେ ହାସଲ କରିଛି ଦକ୍ଷିଣ ଆଫ୍ରିକା ଦଳ । ଅଧିକ ପଢ଼ନ୍ତୁ

Ind vs SA T20: ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ନେଲେ ମିଲର ଡୁସେନ, ଦକ୍ଷିଣ ଆଫ୍ରିକା ୧-୦ରେ ଆଗୁଆ

author img

By

Published : Jun 9, 2022, 10:48 PM IST

Updated : Jun 9, 2022, 11:01 PM IST

ନୂଆଦିଲ୍ଲୀ: ବିଶାଳ ବିଜୟ ଲକ୍ଷ୍ୟ ଦେବା ସତ୍ତ୍ବେ ପ୍ରଥମ ଟି-୨୦ ମୁକାବିଲାରେ ଦକ୍ଷିଣ ଆଫ୍ରିକାଠାରୁ ପରାଜିତ ହୋଇଛି ଭାରତ । 212 ରନ୍‌ର ବିଜୟ ଲକ୍ଷ୍ୟକୁ ୧୯.୧ ଓଭରରେ ହାସଲ କରିଛି ଦକ୍ଷିଣ ଆଫ୍ରିକା ଦଳ । ଦଳ ପକ୍ଷରୁ ଡେଭିଡ ମିଲର ଓ ରାଶି ଭାନ ଡେର ଡୁସେନ ସର୍ବାଧିକ ସ୍କୋର୍‌ କରିଥିଲେ । ଦୁହିଁଙ୍କ ଧୂଆଁଦାର ପାଳି ବଳରେ ବିଜୟ ହାସଲ କରିଛି ଦକ୍ଷିଣ ଆପ୍ରିକା ଦଳ ।

ବିଶାଳ ଟାର୍ଗେଟ ପିଛା କରିବାକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ପ୍ରାରମ୍ଭରୁ ପ୍ରଥମ ୱିକେଟ ମାତ୍ର ୨୨ ରନ୍‌ ଦଳୀୟ ସ୍କୋର୍‌ ବେଳେ ହରାଇଥିଲା । ଏହାପରେ ଡି କକ୍‌ ଓ ପ୍ରିଟୋରିଅସ ଦ୍ରୁତ ଇନିଂସ ଖେଳିବା ଜାରି ରଖିଥିଲେ । ତେବେ ସେମାନେ ମଧ୍ୟ ବେଶି ସମୟ ପିଚ୍‌ରେ ବିତାଇ ପାରିନଥିଲେ । ଏହାପରେ ଡେଭିଡ ମିଲର ଓ ରାଶି ଭାନ ଡେର ଡୁସେନ ଦକ୍ଷିଣ ଆଫ୍ରିକାର ମୋର୍ଚ୍ଚା ସମ୍ଭାଳିଥିଲେ । ମିଲର ୩୧ଟି ବଲ୍‌ରୁ ୬୪ ରନ୍‌ କରିଥିବା ବେଳେ ଡୁସେନ ୪୬ଟି ବଲ୍‌ରୁ ୭୫ ରନ୍‌ କରି ଦଳକୁ ବିଜାୟ ଦ୍ବାରକୁ ନେଇ ଯାଇଥିଲେ ।

ଭାରତ ପକ୍ଷରୁ ଭୁବନେଶ୍ବର କୁମାର ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି ସେ ୪ ଓଭର ବୋଲିଂ କରି ୪୩ ରନ୍‌ ଖର୍ଚ୍ଚ କରିଛନ୍ତି । ସେହିଭଳି । ଦଳ ପକ୍ଷରୁ ଅକ୍ଷର ପଟେଲ, ହର୍ଷଲ ପଟେଲ ଓ ଭୁବନେଶ୍ବର କୁମାର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । କୌଣସି ବୋଲର ଦକ୍ଷିଣ ଆଫ୍ରିକା ବ୍ୟାଟରଙ୍କୁ ରୋକିବାରେ ସଫଳ ହୋଇ ପାରିନଥିଲେ ।

ଏହାପୂର୍ବରୁ ପ୍ରଥମ ୱିକେଟ ପାଇଁ ଭାରତର ଓପେନିଂ ଯୋଡ଼ି ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ତେବେ ଦଳୀୟ ସ୍କୋର୍‌ ୫୭ ହୋଇଥିବା ବେଳେ ଋତୁରାଜ ଗାୟକୱାଡ ୨୩ ରନ୍‌ କରି ଆଉଟ ହୋଇଥିଲେ । ଏହାପରେ ମଧ୍ୟ ଓପନର ଇଶାନ କିଷନ ଆକ୍ରାମକ ବ୍ୟାଟିଂ ଜାରି ରଖିଥିଲେ । ସେ ୪୮ଟି ବଲ୍‌ରୁ ୩ ଛକା ଓ ୧୧ ଚୌକା ସହ ୭୬ ରନ୍‌ କରିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ଭାରତ ୪ ୱିକେଟ ହରାଇ ୨୧୧ ରନ୍‌ କରିଥିଲା ।

ତେବେ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ ଟି-20ରେ ସର୍ବାଧିକ ଟାର୍ଗେଟ୍ ଚେଜ୍ କରିଥିବା ବେଳେ ଭାରତକୁ ଓ୍ୱାର୍ଲ୍ଡ ରେକର୍ଡରୁ ରୋକିଛି । ଭାରତ ପୂର୍ବରୁ ଲଗାତାର 12ଟି ମ୍ୟାଚ ଜିତିଥିଲା । ଆଜିର ମ୍ୟାଚ ବିଜୟୀ ହୋଇଥିଲେ 13ଟି ବିଜୟ ସହିତ ବିଶ୍ୱ ରେକର୍ଡ କରିଥାନ୍ତା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 9, 2022, 11:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.